Home Top News ସମସ୍ତ ରାଜ୍ୟ ବୋର୍ଡକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ – ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଫଳାଫଳ ଘୋଷଣା...

ସମସ୍ତ ରାଜ୍ୟ ବୋର୍ଡକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ – ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଫଳାଫଳ ଘୋଷଣା କର

104

ନୂଆଦିଲ୍ଲୀ ଜୁନ୍ ୨୪ (ଓଡିଆ ପୁଅ) ସମସ୍ତ ରାଜ୍ୟ ବୋର୍ଡକୁ ସୁପ୍ରିମକୋର୍ଟଙ୍କ ଆଦେଶ। ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଫଳାଫଳ ଘୋଷଣା କର।

ଅଧିକାଂଶ ରାଜ୍ୟ ସେମାନଙ୍କ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରିଛନ୍ତି। ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟ ସେହି ସମସ୍ତ ରାଜ୍ୟ ବୋର୍ଡକୁ ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଫଳାଫଳ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଯେଉଁ ରାଜ୍ୟଗୁଡ଼ିକ ଏପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଯୋଜନା ପ୍ରସ୍ତୁତ କରିନାହାଁନ୍ତି, ସେମାନଙ୍କର ୧୦ ଦିନ ସମୟ ଅଛି।

ଏହାପୂର୍ବରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ସୁପ୍ରିମକୋର୍ଟଙ୍କୁ କହିଛି ଯେ ଦଶମ ଶ୍ରେଣୀ ଏବଂ ଏକାଦଶ ଶ୍ରେଣୀର ଫଳାଫଳକୁ ଆଧାର କରି ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ମାନଦଣ୍ଡ ହେବ। ସିବିଏସ୍ଇ କହିଛି ଯେ ପୂର୍ବ ପରୀକ୍ଷାର ପ୍ରଦର୍ଶନ ଉପରେ ଆଧାର କରି ଦ୍ୱାଦଶର ମୋଟ ମାର୍କ ରହିବ। ଜୁଲାଇ ୩୧ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ବୋଲି ବୋର୍ଡ କହିଛି।

ଅପର ପକ୍ଷରେ ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଅପରାହ୍‌ଣ ୪ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଏହାପରେ ସନ୍ଧ୍ୟା ୬ଟା ପରେ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ। ଏନେଇ ଗୁରୁବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.