Home Top News ଆସନ୍ତାକାଲି ମାଟ୍ରିକ ରେଜଲ୍ଟ

ଆସନ୍ତାକାଲି ମାଟ୍ରିକ ରେଜଲ୍ଟ

219

ଭୁବନେଶ୍ୱର ୨୪-୬ (ଓଡ଼ିଆ ପୁଅ) ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଆସନ୍ତା କାଲି ଅପରାହ୍ନ ୪ଟା ବେଳେ ବୋର୍ଡ ଅଫିସରୁ ପରୀକ୍ଷା ଫଳ ପ୍ରକାଶ ପାଇବ। ତେବେ ସନ୍ଧ୍ୟା ୬ଟା ବେଳେ ଏହା ଛାତ୍ରଛାତ୍ରୀଙ୍କ ଓ୍ଵବସାଇଟରେ ଉପଲବ୍ଧ ହେବ।

ଏନେଇ ଛାତ୍ରଛାତ୍ରୀମାନେ www.bseodisha.in କିମ୍ବା www.bseodisha.ac.inରେ ପରୀକ୍ଷା ଫଳ ପାଇପାରିବେ।

ଅପର ପକ୍ଷରେ ମୋବାଇଲ ଫୋନରେ ଏସଏମ୍ଏସ ଦ୍ଵାରା ମଧ୍ୟ ପରୀକ୍ଷା ଫଳ ଜାଣିପାରିବେ। ଏଥିପାଇଁ ଛାତ୍ରଛାତ୍ରୀମାନଙ୍କୁ OR୦୧ ଲେଖି ୫୬୭୬୭୫୦ ରେ ଏସଏମ୍ଏସ୍ ପଠାଇବାକୁ ପଡ଼ିବ।

ସୂଚନାଯୋଗ୍ୟଯେ, ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ବାତିଲ ହୋଇଥିଲା। ଅଭ୍ୟାସ ପରୀକ୍ଷାକୁ ଆଧାର କରି ପରୀକ୍ଷା ଫଳ ପ୍ରକାଶନ ପାଇଁ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା।

ଏହାସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ସ୍କୁଲଗୁଡ଼ିକର ଦଶମ ଶ୍ରେଣୀ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଘୋଷଣା କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.