ନୂଆଦିଲ୍ଲୀ: ନିଜ ବିବୃତ୍ତି ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ବରିଷ୍ଠ ଆଇନଜୀବୀ ତଥା ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟନ ସ୍ୱାମୀ ଦଳର ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିଆଙ୍କ ବିରୋଧରେ ଏକ ଫ୍ରଣ୍ଟ ଖୋଲିଛନ୍ତି। ବୁଧବାର ସକାଳେ ସୁବ୍ରମଣ୍ୟନ ସ୍ୱାମୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରିଛନ୍ତି ଯେ ଯଦି ଆସନ୍ତାକାଲି (ଗୁରୁବାର) ସୁଦ୍ଧା ଅମିତ ମଲାଭିଆଙ୍କୁ ଅପସାରଣ ନକରାଯାଏ, ତେବେ ଏହାର ଅର୍ଥ ହେଉଛି ଦଳ ମୋତେ ଡିଫେଣ୍ଡ୍ କରିବାକୁ (ବଞ୍ଚାଇବାକୁ) ଚାହୁଁନାହିଁ। ସେ ଅଭିଯୋଗ କରିଛନ୍ତି ଯେ ଅମିତ ମାଲଭିଆଙ୍କ ନେତୃତ୍ୱରେ ବିଜେପି ଆଇଟି ସେଲ୍ ତାଙ୍କୁ ଟ୍ରୋଲ୍ କରିବାରେ ଲାଗିଛି। ସୁବ୍ରମଣ୍ୟମନ ସ୍ୱାମୀ ଲେଖିଛନ୍ତି ଯେ ଯଦି ଗତକାଲି ସୁଧା ଅମିତ ମାଲଭିଆଙ୍କୁ ବିଜେପି ଆଇଟି ସେଲରୁ ହଟାନଯାଏ, ତେବେ ଏହାର ଅର୍ଥ ହେଉଛି ଦଳ ମୋତେ ଡିଫେଣ୍ଡ୍ (ରକ୍ଷା) କରିବାକୁ ଚାହୁଁନାହିଁ। ଯଦି ପାର୍ଟିରେ ଏପରି କୌଣସି ଫୋରମ୍ ନାହିଁ ଯେଉଁଠାରେ ମୁଁ ମୋର ମତ ପ୍ରକାଶ କରିପାରିବି, ତେବେ ମୋତେ ନିଜକୁ ନିଜେ ଡିଫେଣ୍ଡ୍ (ରକ୍ଷା କରିବାକୁ) ପଡ଼ିବ।
ସୂଚନାଯୋଗ୍ୟ ଯେ ଦୁଇ ଦିନ ପୂର୍ବରୁ ବିଜେପି ଆଇଟି ସେଲକୁ ଉଦ୍ଧତ ବୋଲି କହି ଟାର୍ଗେଟ୍ କରିଥିଲେ ସୁବ୍ରମଣ୍ୟନ ସ୍ୱାମୀ। ଆଇଟି ସେଲର କିଛି ସଦସ୍ୟ ମୋ ଉପରେ ବ୍ୟକ୍ତିଗତ ଆକ୍ରମଣ କରିବାକୁ ନକଲି ଆଇଡି ଟ୍ୱିଟ୍ ବ୍ୟବହାର କରୁଛନ୍ତି। ଯଦି ମୋର କ୍ରୋଧିତ ଅନୁଗାମୀ ମାନେ ସେମାନଙ୍କୁ ବ୍ୟକ୍ତିଗତ ଆକ୍ରମଣ କରନ୍ତି, ତେବେ ସେଥିପାଇଁ ମୁଁ ଦାୟୀ ହୋଇପାରିବି ନାହିଁ। ଯେପରି ବିଜେପି ତା’ର ଉଦ୍ଧତ ଆଇଟି ସେଲ୍ ପାଇଁ ବିଜେପି ଦାୟୀ ହୋଇପାରିବ ନାହିଁ ବୋଲି ସୁବ୍ରମଣ୍ୟନ ସ୍ୱାମୀ ଟ୍ୱିଟ୍ କରିଥିଲେ। ସୂଚନା ମୁତାବକ କେବଳ ସୁବ୍ରମଣ୍ୟନ ସ୍ୱାମୀ ନୁହଁନ୍ତି, ସ୍ୱାମୀଙ୍କ ବ୍ୟତୀତ ଅନ୍ୟ କେତେକ ନେତା ଅମିତ ମାଲଭିଆଙ୍କୁ ଆଇଟି ସେଲର ଅପବ୍ୟବହାର, ପ୍ରଚାର ପ୍ରସାର ଏବଂ ସୋସିଆଲ ମିଡିଆକୁ ଟାର୍ଗେଟ କରିଥିବା ଅଭିଯୋଗ କରିଛନ୍ତି। /- ଦେବଦତ୍ତ ରଥ