Home ଆନ୍ତର୍ଜାତୀୟ ରିଲାଏନ୍ସ ରିଟେଲରେ ୭, ୫୦୦ କୋଟି ଟଙ୍କା ବିନିଯୋଗକଲା ସିଲଭର ଲେକ୍- କିଣିଲା ୧.୭୫% ଅଂଶଧନ

ରିଲାଏନ୍ସ ରିଟେଲରେ ୭, ୫୦୦ କୋଟି ଟଙ୍କା ବିନିଯୋଗକଲା ସିଲଭର ଲେକ୍- କିଣିଲା ୧.୭୫% ଅଂଶଧନ

165

ନୂଆଦିଲ୍ଲୀ ସେପ୍ଟେମ୍ବର ୦୯ (ଓଡ଼ିଆ ପୁଅ) ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (ଆରଏଲ) ବୁଧବାର (ସେପ୍ଟେମ୍ବର ୯) ଏକ ଚୁକ୍ତିନାମାକୁ ସବୁଜ ସଂକେତ ଦେଇଛନ୍ତି। ଆମେରିକାର ବେସରକାରୀ ଇକ୍ୱିଟି ଫାର୍ମ ସିଲଭର ଲେକ୍ ପାର୍ଟନର୍ସ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍ (RRVL) ର ୧.୭୫ ପ୍ରତିଶତ ଅଂଶ ଗ୍ରହଣ କରିବାକୁ ଯାଉଛି। ଏହି ଡିଲ୍ ୭, ୫୦୦ କୋଟି ଟଙ୍କାରେ ହୋଇଛି।

ଏହି ବିନିଯୋଗ RRVL କୁ ପ୍ରି-ମନି ଇକ୍ୱିଟି ମୂଲ୍ୟରେ ୪.୨୧ ଲକ୍ଷ କୋଟି ଟଙ୍କା ହିସାବରେ କରାଯାଇଛି। ସିଲଭର ଲେକର ପୁଞ୍ଜି ବିନିଯୋଗ RRVL ର ୧.୭୫% ଇକ୍ୱିଟି ଅଂଶରେ ସମ୍ପୂର୍ଣ୍ଣ ରୂପେ ମିଶ୍ରିତ ହେବ। ଚଳିତ ବର୍ଷ ଆରମ୍ଭରେ ଘୋଷଣା କରାଯାଇଥିବା ଜିଓ ପ୍ଲାଟଫର୍ମରେ ୧.୩୫ ବିଲିୟନ ଡ଼ଲାରର ପୁଞ୍ଜି ବିନିଯୋଗ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ସହାୟକ କମ୍ପାନୀରେ ସିଲଭର ଲେକ୍ ଦ୍ୱାରା ଏହା ଦ୍ୱତୀୟ ବିଲିୟନ ଡଲାରର ବିନିଯୋଗ ଅଟେ।

ଏହି ଡିଲ୍ ଘୋଷଣା ପରେ RIL ସେୟାର ମୂଲ୍ୟ ୧.୦୭ ପ୍ରତିଶତ ବୃଦ୍ଧିପାଇ ୨୧୨୯.୬୦ ଟଙ୍କା ହୋଇଥିବା ଜଣାପଡ଼ିଛି।

ରିଲାଏନ୍ସ ରିଟେଲ, ଏହାର ନୂତନ ବାଣିଜ୍ୟ କୌଶଳ ମାଧ୍ୟମରେ, କ୍ଷୁଦ୍ର ଏବଂ ଅସଂଗଠିତ ବ୍ୟବସାୟୀଙ୍କ ଏକ ପରିବର୍ତ୍ତନଶୀଳ ଡିଜିଟାଲାଇଜେସନ୍ ଆରମ୍ଭ କରିଛି ଏବଂ ଏହି ନେଟୱାର୍କକୁ ୨୦ ମିଲିୟନରୁ ଅଧିକ ବ୍ୟବସାୟୀଙ୍କ ନିକଟରେ ବିସ୍ତାର କରିବାକୁ ପ୍ରତିଶ୍ରୁତିବଦ୍ଧ, ସେମାନଙ୍କୁ ଟେକ୍ନୋଲୋଜି ଉପକରଣ ଏବଂ ଦକ୍ଷ ଯୋଗାଣ ଶୃଙ୍ଖଳା ଭିତ୍ତିଭୂମି ବ୍ୟବହାରରେ ଉପକୃତ କରିବାରେ ସାହାଯ୍ୟ କରିବ। ନିଜ ଗ୍ରାହକଙ୍କ ପାଇଁ ଏକ ଉନ୍ନତ ମୂଲ୍ୟ ପ୍ରସ୍ତାବ ଦେବାକୁ ଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.