Home Coronavirus Outbreak ପୁରୀ ଜିଲ୍ଲାକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ପୁରୀ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶାବଳୀ

ପୁରୀ ଜିଲ୍ଲାକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ପୁରୀ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶାବଳୀ

276

ପୁରୀ ୩-୫ (ଓଡ଼ିଆ ପୁଅ) ପୁରୀ ଜିଲ୍ଲା ବାହାରୁ ଫେରୁଥିବା ତଥା ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ପୁରୀ ସ୍ଥାନୀୟ ପ୍ରଶାସନ ଗାଇଡ୍‌ଲାଇନନ୍ସ ଜାରୀ କରିଛି। ଏହି ଗାଇଡ୍‌ଲାଇନ୍ସ ଅମୁଯାୟୀ, ଫେରୁଥିବା ବ୍ୟକ୍ତି ବିଶେଷଙ୍କୁ କ’ଣ କରିବାକୁ ପଡ଼ିବ ଜାଣନ୍ତୁ

୧. ଓଡିଶା ସରକାରଙ୍କ ଦ୍ୱାରା COVID-୧୯ ପୋର୍ଟାଲ (https://covid19.odisha.gov.in) ରେ ନିଜକୁ ପଞ୍ଜିକରଣ କରିବାକୁ ପଡ଼ିବ।

୨. ପୁରୀ ଆସିବାକୁ ଇଚ୍ଛୁକ ବ୍ୟକ୍ତି ବିଶେଷ ଯେଉଁଠାରେ ରହୁଛନ୍ତି, ସେମାନେ ପ୍ରଥମେ ସେହି ସ୍ଥାନର, ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି / ପାସ୍ ନେବେ।

୩. ଯାତ୍ରା ଯୋଜନା ଏବଂ ପହଁଚିବା ତାରିଖ ବିଷୟରେ ପୁରୀରେ ନିଜ ଘର ଗ୍ରାମ ପଞ୍ଜାୟତ କିମ୍ବା ୱାର୍ଡ ଇନଚାର୍ଜ କିମ୍ବା ସରପଞ୍ଚଙ୍କୁ ସୂଚନା ଦେବେ।

୪. ପୁରୀ ଜିଲ୍ଲା ହେଲ୍ପଲାଇନ ନମ୍ବର ୮୪୮୦୧୫୬୮୭୧ କୁ କଲ୍ କରି ପାରିବେ। ଏବଂ ଆପଣଙ୍କର ଯାତ୍ରା ଯୋଜନା ବିଷୟରେ ସୂଚନା ଦେଇପାରିବେ।

୫. ସରକାରଙ୍କ ଦ୍ୱାରା ଅନୁମୋଦିତ ମାର୍ଗ ଏବଂ ନିର୍ଦ୍ଦେଶାବଳୀ ଅନୁସରଣ କରିବେ।

୬. ଅନ୍ୟ ରାଜ୍ୟରୁ ଆସୁଥିବା ସମସ୍ତ ଶ୍ରମିକଙ୍କୁ ପିପିଲିର କ୍ରୁପାଜାଲ୍ କଲେଜ୍ ଅଫ୍ ଇଞ୍ଜିନିୟରିଂ DRCP (ଜିଲ୍ଲା ରିସେପ୍ସନ୍ ସେଣ୍ଟର ପୁରୀ) ରେ ସ୍ୱାଗତ କରାଯିବ। ଶ୍ରମିକମାନଙ୍କୁ ସ୍କ୍ରିନିଂ କରାଯିବ ଏବଂ ସେମାନଙ୍କର ନିଜସ୍ୱ ବ୍ଲକ ଏବଂ ଗ୍ରାମ ପଞ୍ଚାୟତକୁ ପଠାଯିବ।

୬. ସମସ୍ତଙ୍କୁ ଆପଣଙ୍କର ଗ୍ରାମ ପଞ୍ଚାୟତ / ULB ର କ୍ୱାରେଣ୍ଟାଇନ ସେଣ୍ଟରରେ ୧୪ ଦିନ ରହିବାକୁ ପଡ଼ିବ।

୭. ଯଦି ସରକାରଙ୍କ ପରାମର୍ଶ ଅନୁଯାୟୀ ଆପଣଙ୍କର କିଛି ଲକ୍ଷଣ ଅଛି ତେବେ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଜଣାଇବେ।

୮. ଯଦି କେହି ହୋଟେଲରେ ପେଡ୍ କ୍ୱାରେଣ୍ଟାଇନ୍ ସୁବିଧା ପାଇବାକୁ ଚାହାଁନ୍ତି, ତେବେ ଜିଲ୍ଲା ରିସେପ୍ସନ୍ ସେଣ୍ଟର ପୁରୀରେ ସୂଚନା ଦେଇପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.