ad
ଓଡ଼ିଶା

ଶ୍ରୀମନ୍ଦିର ର ତିନୋଟି ଦ୍ୱାରରେ ରୂପା ଛାଉଣି

ପୁରୀ, ୨୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଶ୍ରୀମନ୍ଦିରର ତିନୋଟି ଦ୍ୱାରକୁ ରୂପାରେ ଆଛାଦିତ କରିବା କାର୍ଯ୍ୟ ବୁଧବାର ଠାରୁ ଆରମ୍ଭ ହୋଇଛି। ଆଜି ଶ୍ରୀମନ୍ଦିର କାର୍ଯ୍ୟ ନିର୍ବାହି ଯନ୍ତ୍ରୀ ଆଶିଷ କୁମାର ସୁବୁଦ୍ଧିଙ୍କ ନେତୃତ୍ୱରେ ଏକ ପାଂଚ ଜଣିଆ ଟିମ ଶ୍ରୀମନ୍ଦିର ବେହରଣ ଦ୍ୱାର, ଜୟବିଜୟ ଦ୍ୱାର ଓ କଳାହାଟ ଦ୍ୱାରର ମାପ ନେଇଥିଲେ। ପିତଳ ଦ୍ୱାରା ଅଙ୍କାଯାଇଥିବା ତିନି ଦ୍ୱାରର ଭିତର ଅଂଶ ନଷ୍ଟ ହୋଇଯାଇଥିବାରୁ ସେଥିରୁ ପିତଳ ପ୍ଲେଟ ଗୁଡିକ କାଢିବା ପରେ ତିନି ଦ୍ୱାର ମରାମତି କରାଯିବା ସହିତ ରୂପା ଆଛାଦନ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଜଣେ ବଦାନ୍ୟ ବ୍ୟକ୍ତି ଶ୍ରୀମନ୍ଦିରର ତିନୋଟି କବାଟ କୁ ରୂପାରେ ଆଛାଦିତ କରିବେ ବୋଲି ଇଛା ପ୍ରକାଶ କରିବା ପରେ ଶ୍ରୀମନ୍ଦିର ପ୍ରଶସାନ ତାଙ୍କୁ ଅନୁମତି ପ୍ରଦାନ କରିବାରେ ସେ କାର୍ଯ୍ୟ କରିବା ପାଇଁ ଆଜି ଏକ ପାଂଚ ଜଣିଆ ଦଳ ସ୍ଥିତି ଅନୁଧ୍ୟାନ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top