Home Top News ଖୁବ ଶୀଘ୍ର ନେତୃତ୍ୱ ପରିବର୍ତ୍ତନ: ନୂଆ ବର୍ଷରେ ଓଡ଼ିଶା ବିଜେପିକୁ ମିଳିପାରେ ନୂଆ ସଭାପତି!

ଖୁବ ଶୀଘ୍ର ନେତୃତ୍ୱ ପରିବର୍ତ୍ତନ: ନୂଆ ବର୍ଷରେ ଓଡ଼ିଶା ବିଜେପିକୁ ମିଳିପାରେ ନୂଆ ସଭାପତି!

243

ଭୁବନେଶ୍ୱର: ସୂଚନା ଅନୁଯାୟୀ ଖୁବ୍ ଶୀଘ୍ର ହେବ ଓଡ଼ିଶା ବିଜେପିରେ ନେତୃତ୍ୱ ପରିବର୍ତ୍ତନ। ନୂଆ ବର୍ଷ ଆରମ୍ଭରୁ ଓଡ଼ିଶା ବିଜେପିକୁ ମିଳିପାରେ ନୂଆ ରାଜ୍ୟ ସଭାପତି। ତେବେ, ନୂଆ ବୋତଲରେ ପୁରୁଣା ମାଲ୍ ରହିବ, ନାଁ ଓଡ଼ିଶା ବିଜେପିର ସଂପୂର୍ଣ୍ଣ ନବକଳେବର ହେବ ତାହା ଦେଖିବାକୁ ରହିଲା। ଦୀର୍ଘ ଦିନ ହେଲା ଓଡ଼ିଶା ବିଜେପିରେ ରବର ଷ୍ଟାମ୍ପ ଭାବରେ ଜଣେ ରାଜ୍ୟ ସଭାପତି ଭାବରେ ନିଯୁକ୍ତ ହେଉଛନ୍ତି। ଚଳିତ ଥର ତାହା ଅତି ମାତ୍ରାରେ ହୋଇଯାଇଛି। ସମୀର ମହାନ୍ତି ନାମକୁ ମାତ୍ର ସଭାପତି, କିନ୍ତୁ ରିମୋର୍ଟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ। ଜାତୀୟ କଂଗ୍ରେସରେ ଅଣ ଗାନ୍ଧୀ ପରିବାରର କେହି ସଭାପତି ହେଲେ କିମ୍ବା ପ୍ରଧାନମନ୍ତ୍ରୀ ହେଲେ ତାଙ୍କ ଅବସ୍ଥା ଯାହା ଏଠି ଓଡ଼ିଶାରେ ବିଜେପି ସଭାପତିଙ୍କ ଅବସ୍ଥା ସେୟା। ସେଠି ଗାନ୍ଧୀ ପରିବାର ହାତରେ ରିମୋର୍ଟ ଆଉ ଏଠି ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ରିମୋର୍ଟ।ଦୀର୍ଘ ଦିନ ହେଲା ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ବିଜେପିକୁ ନିଜ କବଜାରେ ରଖିଛନ୍ତି। ତାଙ୍କ ବିନା ଇଙ୍ଗିତରେ ପତ୍ରଟିଏ ବି ହଲୁନି।ସେ କେବଳ ନିଜ ଅନୁଗତ ମାନଙ୍କୁ କିମ୍ବା ନିଜ ଯୋଜନାରେ ଅନ୍ୟ ଦଳର ଲୋକଙ୍କୁ ଦଳରେ ମିଶ୍ରଣ କରାଇ ସେମାନଙ୍କୁ ଗୁରୁତ୍ୱ ଦେଉଛନ୍ତି, ଥଇଥାନ କରିଛନ୍ତି। ଦଳ ଭିତରେ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାମାନେ ନିଜକୁ ଖୁବ୍ ଅସହାୟ ମଣୁଛନ୍ତି। ତେବେ, ଏଥର କିନ୍ତୁ ସେଥିରେ କିଛି ପରିବର୍ତ୍ତନର ଆଶା କରାଯାଉଛି। କ୍ଷେତ୍ରୀୟ ପ୍ରଭାରୀ ଭାବରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲଙ୍କ ହାତରେ ଓଡ଼ିଶା ଦାୟିତ୍ୱ ରହିବା ପରେ ସେହି ଆଶା ଏବେ ଆଉ ଟିକେ ବଢ଼ିଯାଇଛି। ଏମିତିରେ ରାଷ୍ଟ୍ରୀୟ ସାଧାରଣ (ସଙ୍ଗଠନ) ସମ୍ପାଦକ ବି. ଏଲ ସନ୍ତୋଷ ଓଡ଼ିଶା ବିଜେପି ନେତୃତ୍ୱଙ୍କ ଦକ୍ଷତା, କାର୍ଯ୍ୟଶୈଳୀ ଉପରେ ଅସନ୍ତୁଷ୍ଟ ହୋଇ ଯାଇଥିଲେ। ତେଣୁ ଏକ ନୂଆ ଆଶା ସହିତ ଓଡ଼ିଶା ବିଜେପିର ନବ କଳେବରର ଆଶା କରାଯାଉଛି।
-/DevDrath

ସଂଘ ଶିକ୍ଷା ବର୍ଗରେ ବୈଜୟନ୍ତ: କିଛି ଭିନ୍ନ ସୂଚନା ଦେଉଛି କି ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.