Home ଓଡ଼ିଶା ମୋଦୀ ସରକାରଙ୍କର ନୂଆ ମୋଟର ଭେଇକିଲ୍ ଆକ୍ଟ ଉପରେ ଗୁଜରାତର ବିଜେପି ସରକାର ଲଗାଇଥିଲେ ବ୍ରେକ,...

ମୋଦୀ ସରକାରଙ୍କର ନୂଆ ମୋଟର ଭେଇକିଲ୍ ଆକ୍ଟ ଉପରେ ଗୁଜରାତର ବିଜେପି ସରକାର ଲଗାଇଥିଲେ ବ୍ରେକ, କମ କଲେ ଚାଲାନର ରେଟ

1104

ଅହମ୍ମଦାବାଦ୍/ନୂଆଦିଲ୍ଲୀ ୧୦-୯ (ଓଡ଼ିଆ ପୁଅ) କେନ୍ଦ୍ର ସରକାରଙ୍କ ଦ୍ଵାରା ନିକଟରେ ସଂଶୋଧିତ ମୋଟର ବାହନ ଆକ୍ଟ ୨୦୧୯ (New Motor Vehicle Act) ଉପରେ ଗୁଜରାତର ବିଜେପି ସରକାର ବ୍ରେକ ଲଗାଇଛି। ଗୁଜରାତର ଭାରତୀୟ ଜନତା ପାର୍ଟି ସରକାର ନୂଆ ମୋଟର ଭେଇକଲ ଆକ୍ଟରେ ପରିବର୍ତ୍ତନ କରିଛନ୍ତି। ଖବର ଅନୁଯାୟୀ ଗୁଜରାତ ସରକାରଙ୍କୁ ଏହି ଆଇନ୍ ରେ ଭାରୀମାତ୍ରାରେ ଆଦାୟ କରାଯାଉଥିବା ଜରିମାନାର ପ୍ରାବଧାନ ଉପରେ ଆପତ୍ତି ଅଛି। ଏପରିକି ଗୁଜରାତ ସରକାର ଏହି ନୂଆ ଆଇନ୍ ଉପରେ ନିଜର ଭିଟୋ ପାୱାର ଲଗାଇଛନ୍ତି।

ଗୁଜରାତ ସରକାର ମୋଟର ଯାନ ସଂଶୋଧନ ଅଧିନିୟମରେ ପରିବର୍ତ୍ତନ କରି ଲୋକମାନଙ୍କୁ କିଛି ଆଶ୍ୱସ୍ତି ଦେଇଛନ୍ତି। ପରିବର୍ତ୍ତନକୁ ନେଇକରି ଗୁଜରାତର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ କହିଛନ୍ତି କି ରାଜ୍ୟରେ ବିନା ହେଲମେଟ ଉପରେ ୧୦୦୦ ଟଙ୍କା ଜାଗାରେ ୫୦୦ ଟଙ୍କାର ଜରିମାନା ହେବ। ତା’ ବ୍ୟତୀତ ଏବେ କାର ବିନା ସିଟ ବେଲ୍ଟ ୧୦୦୦ ଟଙ୍କାର ୟାଗାରେ ୫୦୦ ଟଙ୍କାର ଜରିମାନା ଲାଗିବ। ସିଏମ ରୁପାଣୀ କହିଲେ ଆରଟିଓଙ୍କ ସହିତ କଥାବାର୍ତ୍ତା କରି ଅନ୍ୟ ପ୍ରାବଧାନ ଉପରେ ନିଷ୍ପତି ନିଆଯିବ।

ଗୁଜରାତ ବ୍ୟତୀତ, ଯେଉଁ ରାଜ୍ୟରେ ଏହି ଆଇନ୍ କୁ ବର୍ତ୍ତମାନ ପର୍ଯ୍ୟନ୍ତ ଲାଗୁ କରାଯାଇନାହିଁ, ସେଗୁଡ଼ିକ ମଧ୍ୟରେ ରାଜସ୍ଥାନ, ମଧ୍ୟ ପ୍ରଦେଶ, ପଶ୍ଚିମ ବଂଗ ଆଦି ସାମିଲ ଅଟନ୍ତି। ରିପୋର୍ଟ୍ସ ଅନୁଯାୟୀ, ଏହି ରାଜ୍ୟଗୁଡ଼ିକରେ ଏହି ଆଇନ୍ ରେ ଅଧିକ ମାତ୍ରାରେ ଜରିମାନାର ପ୍ରାବଧାନ ଉପରେ ଆପତ୍ତି କରାଯାଇଛି।

ଭାଜପାର ଗୁଜରାତ ସରକାରଙ୍କ ଦ୍ଵାରା ନୂଆ ମୋଟର ବାହନ ଆକ୍ଟକୁ ଲାଗୁ ନ କରିବାର ନିଷ୍ପତି ନିଶ୍ଚିତ ଭାବରେ ଭାବିବାର କାରଣ। କାହିଁକି ଆଜିପର୍ଯ୍ୟନ୍ତ ଯେଉଁ ରାଜ୍ୟ ଏହାର ବିରୋଧ କରୁଛନ୍ତି, ସେଗୁଡ଼ିକ ଅଣ-ଭାଜପା ଶାସିତ ରାଜ୍ୟ ଅଟନ୍ତି। ଏହା ବ୍ୟତୀତ, ଏହା ମହତ୍ତ୍ୱପୂର୍ଣ୍ଣ କି ଗୁଜରାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଗୃହ ରାଜ୍ୟ ମଧ୍ୟ ଅଟେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.