Home ଓଡ଼ିଶା “ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ” ଉପଲକ୍ଷେ ମହିଳା ସମାବେଶ

“ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ” ଉପଲକ୍ଷେ ମହିଳା ସମାବେଶ

47

ଭୁବନେଶ୍ୱର/କେନ୍ଦୁଝର: ମୋଦୀ ସରକାରଙ୍କ ୮ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଲିଥିବା “ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ” ପାଳନ ଅବସରରେ ଦେଶବ୍ୟାପୀ ତଥା ରାଜ୍ୟରେ ବିଭିନ୍ନ ସ୍ଥାନରେ “ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମାବେଶ” ଆୟୋଜିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଞ୍ଚୋ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଜେପି ମହିଳା ମୋର୍ଚ୍ଚା ଯୁବା ନେତ୍ରୀ ଦୀପ୍ତିମୟୀ ଖୁଣ୍ଟିଆଙ୍କ ସଂଯୋଜନାରେ ଏକ ମହିଳା ସମାବେଶ ଆୟୋଜିତ ହୋଇଯାଇଛି। ଏଥିରେ ନମାମି ଗଙ୍ଗେ ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ କୁମାର ସେଠୀ, ବରିଷ୍ଠ ନେତା ରାମଚନ୍ଦ୍ର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତସିଂହାର, ରାଜ୍ୟ ମହିଳା କାର୍ଯ୍ୟକାରିଣୀ ସଦସ୍ୟା ସୁମତୀ ଜେନା ପ୍ରମୂଖ ଯୋଗଦେଇ ମୋଦୀ ସରକାରଙ୍କ ମହିଳାଙ୍କ ପାଇଁ ଉପଲବ୍ଧି ବିଭିନ୍ନ ଯୋଜନା ବାବଦରେ ଉପସ୍ଥିତ ଥିବା ମହିଳା ମାନଙ୍କୁ ଅବଗତ କରାଇଥିଲେ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.