Home ଓଡ଼ିଶା ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ ଉପଲକ୍ଷେ ମହିଳା ସମାବେଶ

ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ ଉପଲକ୍ଷେ ମହିଳା ସମାବେଶ

45

ଭୁବନେଶ୍ୱର: ମୋଦୀ ସରକାରଙ୍କ ୮ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଲିଥିବା “ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ ପାଳନ ଅବସରରେ ଦେଶବ୍ୟାପୀ ତଥା ରାଜ୍ୟରେ ବିଭିନ୍ନ ସ୍ଥାନରେ “ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମାବେଶ” ଆୟୋଜିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରପୋଖରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଷ୍ଣୁପୁର ଠାରେ ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ଉପାଧ୍ୟକ୍ଷା ଶକୁନ୍ତଳା ସାମଲଙ୍କ ସଂଯୋଜନାରେ ଏକ ମହିଳା ସମାବେଶ ଆୟୋଜିତ ହୋଇଯାଇଛି। ଏଥିରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀ ନାରାୟଣ ଧଳ ଏବଂ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ ପ୍ରମୂଖ ଯୋଗଦେଇ ମୋଦୀ ସରକାରଙ୍କ ମହିଳାଙ୍କ ପାଇଁ ଉପଲବ୍ଧି ବିଭିନ୍ନ ଯୋଜନା ବାବଦରେ ଉପସ୍ଥିତ ଥିବା ମହିଳାଙ୍କୁ ଅବଗତ କରାଇଥିଲେ।ସେହିପରି ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ନଗର ସଭାନେତ୍ରୀ ତଥା କାଉନସିଲର ଗୌରୀ ବେହେରାଙ୍କ ସଂଯୋଜନାରେ ଏକ ମହିଳା ସମାବେଶ ଆୟୋଜିତ ହୋଇଯାଇଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇଚ୍ଛାପୁର ଠାରେ ଏକ ମହିଳା ସମାବେଶ ଆୟୋଜିତ ହୋଇଯାଇଛି। ଏଥିରେ ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ ଏବଂ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ସମେତ ଜିଲ୍ଲା ସମ୍ପାଦିକା ଚୈତାଳି ଖିଲାର, ସରସ୍ୱତୀ ସେନାପତି, ମହିଳା ମୋର୍ଚ୍ଚା ଜିଲ୍ଲା ଆଇଟି ସେଲ୍ ସଂଯୋଜିକା ସ୍ୱର୍ଣ୍ଣଲତା ମିଶ୍ର ଏବଂ ରୁକ୍ମିଣୀ ଘଡେଇ ପ୍ରମୂଖ ଯୋଗଦେଇ ମୋଦୀ ସରକାରଙ୍କ ମହିଳାଙ୍କ ପାଇଁ ଉପଲବ୍ଧି ବିଭିନ୍ନ ଯୋଜନା ବାବଦରେ ଉପସ୍ଥିତ ଥିବା ମହିଳାଙ୍କୁ ଅବଗତ କରାଇଥିଲେ।
/-Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.