Home ଓଡ଼ିଶା ସେପ୍ଟେମ୍ବର ୫; ଗୁରୁ ଦିବସ: ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଦିବସ

ସେପ୍ଟେମ୍ବର ୫; ଗୁରୁ ଦିବସ: ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଦିବସ

1004

।।ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର;
ଗୁରୁ ସାକ୍ଷାତ ପରମ ବ୍ରହ୍ମ, ତସ୍ମୈଶ୍ରୀ ଗୁରବେ ନମଃ।।

ସେପ୍ଟେମ୍ବର, ୫କୁ ଆମ ଦେଶରେ ଗୁରୁ ଦିବସ ରୂପେ ପାଳନ କରାଯାଏ।ଭାରତର ୨ୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ତିଥିରେ ପାଳିତ ହୁଏ ଗୁରୁ ଦିବସ। ଭୂତପୂର୍ବ ରାଷ୍ଟ୍ରପତି ଡଃ: ସର୍ବପଲ୍ଲୀ ରାଧାକୃଷ୍ଣନଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା।ତାଙ୍କର ଦେହାନ୍ତ ପରେ, ତାଙ୍କର ଜନ୍ମତିଥିକୁ ଗୁରୁ ଦିବସ ଭାବରେ ପାଳନ କରାଯାଉଛି।

ଜୀବନୀ: –

ତାମିଲନାଡୁର ଚେନ୍ନାଇ ଠାରୁ ପ୍ରାୟ ୪୦ କି.ମି. ଦୂରରେ ଅବସ୍ଥିତ ତିରୁତ୍ତାଣି ଗ୍ରାମରେ ୧୮୮୮ ସେପ୍ଟେମ୍ବର ୫ ତାରିଖ ଦିନ ରାଧାକୃଷ୍ଣନ୍‌ ଜନ୍ମ ଗ୍ରହଣ କରିଥଲେ।ତାଙ୍କ ପିତାଙ୍କ ନାମ ବୀରସ୍ୱାମୀ ଓ ମାତାଙ୍କ ନାମ ସୀତାମ୍ମା।ରାଧାକୃଷ୍ଣନ୍‌ଙ୍କର ବାଲ୍ୟ ଜୀବନର ଅଧିକାଂଶ ସମୟ ତିରୁତ୍ତାଣି ଓ ତିରୁପତିଠାରେ କଟିଥିଲା।ତିରୁତ୍ତାଣିର ପ୍ରାଇମେରି ବୋର୍ଡ ଉଚ୍ଚ ବିଦ୍ୟାଳୟରେ ତାଙ୍କ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା।ପିତା ସ୍ଥାନୀୟ ଜମିଦାରଙ୍କ ପାଖରେ ଅଧସ୍ତନ କର୍ମଚାରୀ ଭାବେ କାମ କରିବା ସହ ସାମୟିକ ଶିକ୍ଷକତା କରି ତାଙ୍କର ପାଞ୍ଚଟି ସନ୍ତାନକୁ ବଢାଇଥିଲେ । ତାଙ୍କର ପୂର୍ବଜ ମାନେ ସର୍ବପଲ୍ଲୀ ଗ୍ରାମରେ ବସବାସ କରୁଥଲେ । ଦକ୍ଷିଣ ଭାରତର କେତେକ କୁଳାଚାର ଅନୁସାରେ ଗ୍ରାମର ନାମ ବା ଗୋତ୍ର ସାଙ୍ଗିଆ ପରି ପ୍ରତି ଗ୍ରାମବାସୀଙ୍କ ନାମର ପ୍ରାରମ୍ଭରେ ରହେ।ସେହି ନିୟମରେ ତାଙ୍କର ନାମ ହେଲା ସର୍ବପଲ୍ଲୀ ରାଧାକୃଷ୍ଣନ୍।ଭେଲୋର ଠାରେ ପଢୁଥିବାବେଳେ, ୧୬ ବର୍ଷ ବୟସରେ, ସେ ଶିବକା ମୁଆମ୍ମାଙ୍କୁ ବିବାହ କରିଥିଲେ।୫୦ ବର୍ଷର ବୈବାହିକ ଜୀବନ ବିତାଇବା ପରେ ୧୯୫୬ ମସିହାରେ, ତାଙ୍କ ସହଧର୍ମିଣୀ ୧୯୫୬ ମସିହାରେ ପରଲୋକ ଗମନ କଲେ ।

ଶିକ୍ଷା :-
ରାଧାକୃଷ୍ଣନ୍ ଥିଲେ ଖୁବ୍ ମେଧାବୀ, ଶ୍ରଦ୍ଧାଶୀଳ ଓ ଅଧୟନରତ ବିଦ୍ୟାର୍ଥୀ।ମିଶନାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ତାଙ୍କର ସ୍କୁଲ ଏବଂ କଲେଜର ପାଠପଢା ସଂପର୍ଣ୍ଣ ହୋଇଥଲା।୧୯୦୯ରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳତରୁ ଦର୍ଶନଶାସ୍ତ୍ରରେ ଏମ୍.ଏ ପାଶ୍ କରି ସେ ପ୍ରେସିଡେନ୍ସି କଲେଜ, ମାନ୍ଦ୍ରାଜ୍ (ବର୍ତ୍ତମାନର ଚେନ୍ନାଇ)ରେ ଅଧାପକ ଭାବେ କାମ କଲେ।୧୯୧୭ ପର୍ଯ୍ୟନ୍ତ ପ୍ରେସିଡେନ୍ସି କଲେଜରେ ଅଧ୍ୟାପନା କରିବା ପରେ ମହୀଶୁର ରାଜ୍ୟର ଦେୱାନ୍ (ଭାରତରତ୍ନ) ବିଶ୍ୱେଶ୍ୱରାୟ ମୋକ୍ଷ ଗୁଣ୍ଡମଙ୍କ ଅନୁରୋଧକ୍ରମେ ସେ ମହୀଶୁର ବିଶ୍ୱବିଦ୍ୟାଳୟରେ ଯୋଗଦେଲେ।ତା’ପରେ ମହାରାଜା କଲେଜ, ମହୀଶୁରରେ ଯୋଗଦେଲେ।କଲିକତା ବିଶ୍ୱବିଦ୍ୟାଳୟର କୁଳପତି ସାର୍- ଆଶୁତୋଷ ମୁଖାର୍ଜୀଙ୍କ ଅନୁରୋଧ କ୍ରମେ ସେ ସେହି ବିଶ୍ୱବିଦ୍ୟାଳୟର ଏକ ବିଶିଷ୍ଟ ଆସନ KING GEORGE V Chair of Mental & Moral Science ଅଳଂକୃତ କରିଥଲେ।“The Ethics of Vedants” ନିବନ୍ଧ ଲେଖି ସେ ଡକ୍ଟରେଟ ଉପାଧି ଅର୍ଜନ କରିଥଲେ।ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ ୧୯୨୬ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଯାତ୍ରା କରି ଚିକାଗୋରେ ବକ୍ତୃତା ପ୍ରଦାନ କରିଥଲେ।ଜଟିଳ ତଥ୍ୟର ସରଳ ତର୍ଜମା, ଶୁଦ୍ଧ ଇଂରାଜୀ ଓ ସାବଲୀଳ ଢଙ୍ଗରେ କଥା ବସ୍ତୁର ଉପସ୍ଥାପନ ଥଲା ତାଙ୍କ ବକ୍ତବ୍ୟର ବିଶେଷତ୍ୱ।ଭାରତ ପ୍ରତ୍ୟାବର୍ତ୍ତନ କରି ସେ ୧୯୩୧ ରୁ ୧୯୩୬ ଯାଏଁ ଆନ୍ଧ୍ର ପ୍ରଦେଶ ବିଶ୍ୱବିଦ୍ୟାଳୟର କୁଳପତି ହେଲେ।

ରାଜନୈତିକ ଜୀବନ :-

ରାଧାକୃଷ୍ଣନଙ୍କ ପ୍ରଜ୍ଞାର ମହକ କ୍ରମେ ଦିଗ ବିଦିଗକୁ ପରିବ୍ୟାପ୍ତ ହେଲା।ସେ League of Nations’ Committee for Intellectual Co-operationର ପରାମର୍ଶଦାତା ରୂପେ ନିଯୁକ୍ତି ପାଇଲେ।୧୯୩୯ ମସିହା ପର୍ଯ୍ୟନ୍ତ ଏହା ଜାରି ରହିଲା।୧୯୪୬ ମସିହାରେ ତାଙ୍କର ଆମେରିକା ଗସ୍ତ ଥିଲା ବେଶ ଗୁରୁତ୍ୱପୂର୍ଣ୍ଣ।ସେହି ଅବସରରେ ସେ ହାଭାର୍ଡ, ୟେଲ୍, ଲସଏଞ୍ଜେଲସ୍, ମିଚିଗାନ୍, କରନେଲ୍ ପ୍ରଭୃତିର ଶିକ୍ଷାୟତନରେ ବକ୍ତୃତା ଦେଇଥଲେ।ଭାରତର ପ୍ରତିନିଧ ଭାବେ ସେ UNEscoର ୩ଟି ଅଧିବେଶନରେ ଯୋଗ ଦେଇଥଲେ।ଦେଶ ସ୍ୱାଧୀନ (୧୯୪୭) ହେବା ପରେ ବିଶ୍ୱବିଦ୍ୟାଳୟ ଶିକ୍ଷା ଆୟୋଗ (୧୯୪୭–୪୯) ବସିଲା।ଏହାର ଅଧ୍ୟକ୍ଷ ହେଲେ ଡଃ: ସର୍ବପଲ୍ଲୀ ରାଧାକୃଷ୍ଣନ୍।ଏଇ କମିଶନ ରିପୋର୍ଟ ଶିକ୍ଷା ସମସ୍ୟା ସମାଧାନରେ ନବ ଦିଗନ୍ତର ସୂଚନା ଦିଏ।୧୯୪୯ରେ ଭାରତର ରାଷ୍ଟ୍ରଦୂତ ଭାବେ ରାଧାକୃଷ୍ଣନ୍ ସୋଭିଏତ୍ ଋଷ୍ ଯାଇଥିଲେ।ତତ୍କାଳୀନ ରଷ ରାଷ୍ଟ୍ରପତି ଷ୍ଟାଲିନ୍‌ଙ୍କୁ ସେ ନିଜର ପ୍ରଜ୍ଞା ବଳରେ ମୁଗ୍ଧ କରାଇ ଥିଲେ।ଆଲ୍‌ଜେରିଆ ଦେଶ ସ୍ୱାଧୀନ ବେଳେ ଉପୁଜିଥିବା ସମସ୍ୟା ସମାଧାନ କରିବାରେ ତାଙ୍କର ଭୂମିକା ଥିଲା।୧୯୫୨ରୁ ୧୯୬୨ ଯାଏଁ ଦୁଇ ଥର ଉପରାଷ୍ଟ୍ରପତି ଭାବେ ଦାୟିତ୍ୱରେ ରହିବା ପରେ ୧୯୬୨ ରୁ ୬୭ ଯାଏ ସେ ହେଲେ ଦେଶର ମହାମାନ୍ୟ ରାଷ୍ଟ୍ରପତି।

ପୁରସ୍କାର ଏବଂ ସମ୍ମାନ :-

୧୯୬୮ରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ରେ ସେ ଭୂଷିତ ହୋଇଥିଲେ।ଏହା ପୂର୍ବରୁ ୧୯୬୪ରେ ଭଟିକାନ୍ସର ପୋପ୍ ପର୍ଲି ମହାଶୟ ବମ୍ବେ (ମୁମ୍ବାଇ) ଆସି ରାଧାକୃଷ୍ଣନ୍‌ଙ୍କୁ ସମ୍ମାନରେ ଭୂଷିତ କରିଥଲେ।୧୯୬୬ ମସିହାରେ ଡଃ: ରାଧାକୃଷ୍ଣନ୍ କେନ୍ଦ୍ର ସାହିତ୍ୟ ଏକାଡେମୀର ଥିଲେ ପ୍ରଥମ ଫେଲେ।ଭାରତୀୟ ବିଦ୍ୟା ଭବନ ତରଫରୁ ତାଙ୍କୁ ବ୍ରହ୍ମବିଦ୍ୟା ଭାସ୍କର ଉପାଧି ପ୍ରଦତ୍ତ ହୋଇଥଲା।ଇଂଲଣ୍ଡର ରାଣୀଙ୍କଠାରୁ “Order of Merit” ଉପାଧି, ପେନ୍‌ସିଲଭାନିଆ ବିଶ୍ୱବିଦ୍ୟାଳୟରୁ “Doctor of Law” ସମ୍ମାନ, ମଙ୍ଗୋଲିଆ ସରକାରଙ୍କଠାରୁ ଜ୍ଞାନଗୁରୁ ସମ୍ମାନ, Templeton Foundation ତରଫରୁ Templeton Award (1975)।ଏତଦ୍ ବ୍ୟତୀତ ଆନ୍ତର୍ଜାତିକ PEN ସଂସ୍ଥାର ପ୍ରଥମ ସଭାପତି ଥଲେ ଡକ୍ଟର ଏସ୍. ରାଧାକୃଷ୍ଣନ୍।
//-ଦେବଦତ୍ତ ରଥ

ଭାରତୀୟ ସୀମାରେ ଚାଇନାର ପ୍ରବେଶ? ବିଜେପି ସାଂସଦଙ୍କ ଦାବି, ସେନାର ଖଣ୍ଡନ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.