Home Top News ଖେଳ ହେବ: ବିଜେପି ହଟିବ, ବିଜେଡି ଜିତିବ …

ଖେଳ ହେବ: ବିଜେପି ହଟିବ, ବିଜେଡି ଜିତିବ …

83

ଭୁବନେଶ୍ୱର: ଖେଲା ହୋବେ। ବିଜେପି ହଟିବ। ମୋଦିଙ୍କ ଥାଳି ମାଡ଼ ଚଳିବ ନାହିଁ। ଦରଦାମ ବୃଦ୍ଧି, ରାମଙ୍କ ନାମରେ ଭଙ୍ଗାରୁଜା ଆଦି ଚଳିବ ନାହିଁ। ୟୁପି, ବିହାର ମଡେଲ୍ ଏଠି ଚଳିବ ନାହିଁ। ବାହାରୁ ଆସୁଥିବା ନେତାଙ୍କ ରାଜ୍ ଏ’ ମାଟି ସହିବ ନାହିଁ। ଧାମନଗର ଉପ- ନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ସମୟରେ ତାଙ୍କୁ ସ୍ବାଗତ କରାଯିବା ସମୟରେ ଯେଉଁ ଭିଡିଓଟି ବିଜେପିର ଜଣେ ଆଇଟି ସେଲ୍ ସଂଯୋଜକଙ୍କ ପକ୍ଷରୁ ସୋସିଆଲ୍ ମିଡିଆରେ ସେୟାର୍ କରାଯାଇଛି, ସେଥିରେ ମମତା ବାନାର୍ଜୀଙ୍କ ନିର୍ବାଚନୀ ଗୀତ “ଖେଲା ହୋବେ” ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ ରହିଛି। ବେଙ୍ଗଲରେ ବିଜେପିର ପରାଜୟ ଏବଂ ଟିଏମସିର ବିଜୟ ଭିତରେ “ଖେଲା ହୋବେ” ଗୀତଟିର ଏକ ବଡ଼ ଭୂମିକା ରହିଥିଲା ବୋଲି କୁହାଯାଏ। ଯେଉଁ ଗୀତରେ ମୋଦିଙ୍କ ଥାଳି ମାଡ଼ ଚଳିବ ନାହିଁ। ଦରଦାମ ବୃଦ୍ଧି, ରାମଙ୍କ ନାମରେ ଭଙ୍ଗାରୁଜା ଆଦି ଚଳିବ ନାହିଁ। ୟୁପି, ବିହାର ମଡେଲ୍ ଏଠି ଚଳିବ ନାହିଁ। ବାହାରୁ ଆସୁଥିବା ନେତାଙ୍କ ରାଜ ଏ’ ମାଟି ସହିବ ନାହିଁ। ବିଜେପି ହଟିବ, ଦିଦି ଜିତିବେ ଆଦି କଥା ରହିଛି। ତେବେ, ଏଠି ଓଡ଼ିଶାରେ, ଆଉ ଏବେ ଏହି ଧାମନଗର ଉପ- ନିର୍ବାଚନ କ୍ଷେତ୍ରରେ ଦିଦି ଜିତିବେ ମାନେ ଏଠାରେ ଅବନ୍ତି ଦାସ ଜିତିବେ ବୋଲି ବୁଝିବାକୁ ହେବ। ଅର୍ଥାତ୍ ବିଜେପି ହଟିବ, ବିଜେଡି ଜିତିବ! ଖାଲି ଆତ୍ମପ୍ରଚାର ନିଶାରେ ମସଗୁଲ୍ ଓଡ଼ିଶା ବିଜେପିର ମୁଣ୍ଡିଆଳ ନେତାଙ୍କ ଠାରୁ ଆରମ୍ଭ କରି କିଛି ଖୋସାମତିଆ କେବଳ ଖୋସାମତି କରିବା ଲକ୍ଷରେ କିଛି ବୁଝି ନ’ବୁଝି ବେଳେବେଳେ ଏହି ଭଳି ସବୁ କାମ କରିପକାନ୍ତି। ଯାହା ବିଜେପି ପାଇଁ, ବିଜେପି ପାର୍ଥି ପାଇଁ ଲାଭ ପରିବର୍ତ୍ତେ ଓଲଟି କ୍ଷତି କରାଇଥାଏ।

ଧାମନଗର ଯିବାକୁ ମତେ ହୋଇଛି ମନା ..


ପ୍ରକୃତରେ ଦେଖିବାକୁ ଗଲେ, ଚଳିତ ଧାମନଗର ଉପ- ନିର୍ବାଚନ ବିଜେପି ତାର ବାସ୍ତବିକ ସାଙ୍ଗଠନିକ ବ୍ୟବସ୍ଥା ଭିତରେ ବ୍ୟବସ୍ଥିତ ଢଙ୍ଗରେ ଲଢ଼ିବାକୁ ଚେଷ୍ଟା କରୁଥିଲା। ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ବିଜେପିର ବାସ୍ତବିକ ସାଙ୍ଗଠନିକ ବ୍ୟବସ୍ଥାର ମୂଳଦୁଆ ପକାଇ ଦେଇ ଯାଇଥିବା ବେଳେ ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ତାକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବାରେ ଲାଗି ପଡ଼ିଥିଲେ। ଯେଉଁଥିପାଇଁ କି ପ୍ରଥମ ଥର ବିଜେପି ପାଇଁ ଏକ ଆଶାର ସଞ୍ଚାର ହେଲା ପରି ଅନୁଭବ ହେଉଥିଲା। ଶାସକ ବିଜେଡି ମଧ୍ୟ ଚିନ୍ତିତ ଥିଲା ପରି ଅନୁଭବ ହେଲା। ଏଥର ନେତା/ମନ୍ତ୍ରୀଙ୍କ ଆତ୍ମପ୍ରଚାରକୁ ଗୁରୁତ୍ୱ ନଦେଇ ଦଳ ଏବଂ ପାର୍ଥିକୁ ଜିତାଇବା ଉପରେ ବିଜେପି ପକ୍ଷରୁ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା। ସେଥିପାଇଁ ମନ୍ତ୍ରୀଙ୍କ “ରୋଡ଼ ସୋ” ଉପରେ ଗୁରୁତ୍ୱ ଦିଆନଯାଇ, ପଦଯାତ୍ରା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ତେବେ, ସମସ୍ତେ ଜାଣନ୍ତି, ମନ୍ତ୍ରୀ ତ’ ପ୍ରଚାର ପ୍ରିୟ ଲୋକ। ତେଣୁ, ଏକ ଭବ୍ୟ ସ୍ୱାଗତର ଆୟୋଜନ କରାଗଲା। ପଦଯାତ୍ରା ଭିତରେ ରୋଡ଼ ସୋ” ବି ହେଲା।! ଆଉ ଖୋସାମତି କରିବାକୁ ଯାଇ ଧର୍ମେନ୍ଦ୍ରଙ୍କୁ ସ୍ୱାଗତ ବେଳର ଭିଡିଓ ସହ ବୁଝିନବୁଝି “ଖେଲା ହୋବେ” ମ୍ୟୁଜିକ୍ ଦେଇ ସୋସିଆଲ୍ ମିଡିଆରେ ନିଜ ଦଳ ପାଇଁ ଆତ୍ମଘାତୀ ପ୍ରଚାର କରାଗଲା!
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.