Home Coronavirus Outbreak ବୈଜ୍ଞାନିକଙ୍କ ଦାବୀ: ଆପଣଙ୍କୁ କେବେ ଏହି ରୋଗ ହେଇଥିଲେ, ହେବ ନାହିଁ କରୋନା !

ବୈଜ୍ଞାନିକଙ୍କ ଦାବୀ: ଆପଣଙ୍କୁ କେବେ ଏହି ରୋଗ ହେଇଥିଲେ, ହେବ ନାହିଁ କରୋନା !

263

ନୂଆଦିଲ୍ଲୀ: ଚାଇନା ଭାଇରସ୍ କରୋନା ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଛି।ଏବେ ବିଶ୍ୱରେ କରୋନା ଦ୍ୱାରା ଅଧିକ ପ୍ରଭାବିତ ଦେଶ ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ବ୍ରାଜିଲ ତିନି ନମ୍ବରରେ ଏବଂ ରୁଷ ଚତୁର୍ଥ ସ୍ଥାନରେ ରହିଛି। ଭାରତରେ କରୋନା ସଂକ୍ରମଣର ସଂଖ୍ୟା ୫୫.୬୨ ଲକ୍ଷ ଅତିକ୍ରମ କରିଛି। କରୋନା କାରଣରୁ ମୃତ୍ୟୁସଂଖ୍ୟା ପ୍ରାୟ ୮୯ ହଜାରକୁ ବୃଦ୍ଧି ପାଇଛି। ତେବେ, କିଛିଟା ଆସ୍ବସ୍ତିର କଥା ହେଉଛି ଗତ ଚାରି ଦିନ ମଧ୍ୟରେ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଅପେକ୍ଷା ଅଧିକ ଲୋକ ସୁସ୍ଥ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୪.୫ ନିୟୁତ ଲୋକ ସୁସ୍ଥ ହୋଇ ନିଜ ଘରେ ପହଞ୍ଚିଛନ୍ତି। ଏ’ ସବୁ ମଧ୍ୟରେ କରୋନା ବିରୋଧରେ ଲଢ଼ିବା ପାଇଁ ଭ୍ୟାକ୍ସିନ୍ ପ୍ରସ୍ତୁତି ଉପରେ ସାରା ବିଶ୍ୱରେ ନିରନ୍ତର ଅନୁସନ୍ଧାନ ଚାଲିଛି। ସାମ୍ପ୍ରତିକ ଅନୁସନ୍ଧାନରେ କରୋନା ଭୂତାଣୁ ବିଷୟରେ ଅନେକ କିଛି ତଥ୍ୟ ପ୍ରକାଶ ପାଇଛି। ଅନୁସନ୍ଧାନରୁ ଡେଙ୍ଗୁ ଜ୍ୱର ଏବଂ କରୋନା ସଂକ୍ରମଣ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ସମ୍ବଦ୍ଧ ଦେଖିବାକୁ ମିଳିଛି। ଅନୁସନ୍ଧାନ ଅନୁଯାୟୀ ଯେଉଁ ମାନଙ୍କର ଥରେ ଡେଙ୍ଗୁ ଜ୍ୱର ହୋଇଥିଲା, ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ରହିଥାଏ। ଯାହା କରୋନା ଭୂତାଣୁକୁ ମୁକାବିଲା କରିବାରେ ସାହାଯ୍ୟ କରିଥାଏ। ଅଧ୍ୟୟନକୁ ବ୍ୟାଖ୍ୟା କରିବା ପାଇଁ ବ୍ରାଜିଲର ଉଦାହରଣ ନିଆଯାଇଛି, ଯେଉଁଠାରେ ଗତ ବର୍ଷ ଅତି ମାତ୍ରାରେ ଡେଙ୍ଗୁ ବ୍ୟାପିଥିଲା।

ଡ୍ୟୁକ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ମିଗୁଏଲ୍ ନିକୋଲେସ୍ ଦାବି କରିଛନ୍ତି ଯେ ଡେଙ୍ଗୁ ଜ୍ୱର ଏବଂ କରୋନା ପରସ୍ପର ସହ ଜଡ଼ିତ। ଏଥିପାଇଁ ନିକୋଲାଇସ୍ ୨୦୧୯ ଏବଂ ୨୦୨୦ରେ ଡେଙ୍ଗୁ ବିସ୍ତାରର ଏକ ଉଦାହରଣ ଦେଇଛନ୍ତି। ନିକୋଲାଇସ୍ ରିପୋର୍ଟ କରିଛନ୍ତି ଯେ ଏହି ବର୍ଷ କିମ୍ବା ଗତ ବର୍ଷ ଡେଙ୍ଗୁ ବ୍ୟାପିଥିବା ସ୍ଥାନରେ କରୋନା ଭୂତାଣୁ ସଂକ୍ରମଣ ହାର କମ୍ ଥିଲା ଏବଂ ସଂକ୍ରମଣ ଅତି ଧୀରେ ଧୀରେ ବ୍ୟାପିଥିଲା। ଅନୁସନ୍ଧାନ ସମୟରେ, ବ୍ରାଜିଲର କେତେକ ସ୍ଥାନରେ ଡେଙ୍ଗୁ ବିସ୍ତାର ହେତୁ କରୋନା ସଂକ୍ରମଣ ହାର କମ ରହିବାକୁ ନେଇ ଶରୀରରେ ତିଆରି ଆଣ୍ଟିବଡି ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ଦେଖିବାକୁ ମିଳିଥିଲା। ଏଥି ସହିତ ବ୍ରାଜିଲର କିଛି ଅଞ୍ଚଳରେ କରୋନା ସଂକ୍ରମଣ ମାମଲା ଅଧିକ ଦେଖିବାକୁ ମିଳିଥିଲା। ଗତ ବର୍ଷ ଏବଂ ଚଳିତ ବର୍ଷ ପ୍ରାରମ୍ଭରେ ବ୍ରାଜିଲର କିଛି ଅଞ୍ଚଳ ଡେଙ୍ଗୁରେ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲେ। ବ୍ରାଜିଲର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ, ଏହି ଅଞ୍ଚଳ ଗୁଡ଼ିକରେ ଗୋଷ୍ଠୀ ସଂକ୍ରମଣ ପାଇଁ ଅଧିକ ସମୟ ଲାଗିଲା। ଅନୁସନ୍ଧାନକାରୀ ମାନେ ଡେଙ୍ଗୁ ରୋଗ ଏବଂ କୋଭିଡ୍- ୧୯ ସଂକ୍ରମଣରେ ମନ୍ଥରତା ମଧ୍ୟରେ ଏକ ଦୃଢ଼ ସମ୍ପର୍କ ପାଇଲେ।

ପ୍ରଫେସର ନିକୋଲାଇଲିସ୍ କହିଛନ୍ତି ଯେ ଅଧ୍ୟୟନରେ ଅନେକ ରୋଚକ ଜିନିଷ ବାହାରିଲା। ଯେଉଁ ମାନଙ୍କର ରକ୍ତରେ ଡେଙ୍ଗୁରେ ଥିବା ଆଣ୍ଟିବଡି ମିଶି ଯାଇଥାଏ, କରୋନା ସଂକ୍ରମିତ ହୋଇନଥିଲେ ମଧ୍ୟ ସେମାନେ ପରୀକ୍ଷାରେ ଭୁଲରେ ପଜିଟିଭ୍ ଆସିଥାନ୍ତି। ଯାହା ସୂଚିତ କରେ ଯେ ଏ’ ଦୁଇ ଭୂତାଣୁ ମଧ୍ୟରେ ଏକ ପ୍ରତିରକ୍ଷାତ୍ମକ ସମ୍ବନ୍ଧ ସମ୍ପର୍କ ରହିଥାଇ ପାରେ, ଯାହାକୁ କେହି ଆଶା କରିନଥିଲେ କାରଣ ଏହି ଦୁଇଟି ଭୂତାଣୁ ପରସ୍ପର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟନ୍ତି। ଅନୁସନ୍ଧାନରେ ଡେଙ୍ଗୁର ଫ୍ଲାଭିଭାଇରସ୍ ସେରୋଟାଇପ୍ ଏବଂ SARS-CoV- 2 ମଧ୍ୟରେ ଏକ ବିଶେଷ ସମ୍ପର୍କ ଅଛି ବୋଲି ସେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଡେଙ୍ଗୁ ଭୂତାଣୁ ଆଣ୍ଟିବଡି କରୋନା ଭୂତାଣୁ ଉପରେ କାମ କରେ। ଯଦି ଏହା ସତ୍ୟ ବୋଲି ପ୍ରମାଣିତ ହୁଏ, ତେବେ ଏହା କୁହାଯାଇପାରେ ଯେ ଡେଙ୍ଗୁ ସଂକ୍ରମଣ କିମ୍ବା ଡେଙ୍ଗୁ ପାଇଁ ଏକ ନିରାପଦ ତଥା ପ୍ରଭାବଶାଳୀ ଟିକା କରୋନା ସଂକ୍ରମଣରୁ କିଛି ମାତ୍ରାରେ ସୁରକ୍ଷା ଦେଇପାରେ। ତେବେ, ସେ କହିଛନ୍ତି ଯେ ଏହି ଦୁଇଟି ଭୂତାଣୁଙ୍କ ମଧ୍ୟରେ ସମ୍ବଦ୍ଧ ବିଷୟରେ ଅଧିକ ଅନୁସନ୍ଧାନ ଆବଶ୍ୟକ। /- @DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.