Home ଓଡ଼ିଶା SC ଏବଂ ST Prevention of Atrocities ଅଧିନିୟମ ଅନୁସାରେ ଅତ୍ୟାଚାରର ଶିକାର ବ୍ୟକ୍ତିଙ୍କୁ କ୍ଷତିପୂରଣ...

SC ଏବଂ ST Prevention of Atrocities ଅଧିନିୟମ ଅନୁସାରେ ଅତ୍ୟାଚାରର ଶିକାର ବ୍ୟକ୍ତିଙ୍କୁ କ୍ଷତିପୂରଣ ପାଇଁ ୧୦୦ ରୁ ଉର୍ଦ୍ଧ୍ୱ ଯୁଗ୍ମ ତଦନ୍ତ ରିପୋର୍ଟ ଦାଖଲ

42

ଭୁବନେଶ୍ୱର ୧୮-୧ (ଓଡ଼ିଆ ପୁଅ) SC ଏବଂ ST Prevention of Atrocities ଅଧିନିୟମ ଅନୁସାରେ ଅତ୍ୟାଚାରର ଶିକାର ବ୍ୟକ୍ତିଙ୍କୁ କ୍ଷତିପୂରଣ ଦିଆଯିବାର ବ୍ୟବସ୍ଥା ରହିଛି। ଏହି କ୍ଷତିପୂରଣ ପାଇବା ପାଇଁ ଜଣେ ଡି.ଏସ୍.ପି ଓ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଯୁଗ୍ମ ତଦନ୍ତ କରାଯାଇ ମାମଲା ସଂକ୍ରାନ୍ତରେ ଏକ ରିପୋର୍ଟ ଦାଖଲର ଆବଶ୍ୟକତା ଜରୁରୀ ଅଟେ।

ଏହି କାର୍ଯ୍ୟକୁ ତ୍ୱରାନ୍ୱୀତ କରିବା ପାଇଁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ଜାନୁଆରୀ ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ SC ଓ ST Prevention of Atrocities Act ଅନ୍ତର୍ଗତ ମାମଲା ଗୁଡିକର ଡି.ଏସ୍.ପି ଓ ନିର୍ବାହୀ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଯୁଗ୍ମ ତଦନ୍ତ କରାଯାଇ ରିପୋର୍ଟ ଦାଖଲ କରାଯାଇଅଛି।

ଖୁସିର କଥା, ଏହି ସ୍ୱତନ୍ତ୍ର ଅଭିଯାନ ଫଳରେ ଏକ ସପ୍ତାହ ସମୟ ମଧ୍ୟରେ ରାଜ୍ୟରେ ୭୦୪ ଟି ମାମଲାର ତଦନ୍ତ କରାଯାଇ ଯୁଗ୍ମ ତଦନ୍ତ ରିପୋର୍ଟ ଦାଖଲ କରାଯାଇଛି।ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ଆମର ସଫଳତା ଖୁବ୍ ଉତ୍ସାହଜନକ କାରଣ ଗତ ବର୍ଷ ଆମେ ଏକ ମାସ ସମୟ ସୀମା ମଧ୍ୟରେ ୧୮୪ରୁ ୩୮୫ ଟି ମାମଲାରେ ଯିଗ୍ମ ତଦନ୍ତ ରିପୋର୍ଟ ଦାଖଲ କରିବାରେ ସଫଳ ହୋଇଥିଲୁ।

ଏହି ସ୍ୱତନ୍ତ୍ର ଅଭିଯାନରେ ୧୦୦ ରୁ ଉର୍ଦ୍ଧ୍ୱ ଯୁଗ୍ମ ତଦନ୍ତ ରିପୋର୍ଟ ଉନ୍ମୋଚନ/ ଦାଖଲ କରିଥିବା ହେତୁ ପୁରୀ ଓ ବାଲେଶ୍ୱର ଜିଲ୍ଲା ପୋଲିସକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.