Home ଜିଲ୍ଲା ପରିକ୍ରମା ସୌରଭ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ସୌରଭ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

17

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଆହରପଦା ଠାରେ ସୌରଭ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଶୁଭାରମ୍ଭ ହୋଇଛି । ଆଜିର ପ୍ରଥମ ଦିବସରେ ଗୁଜିଦରଡା ଫାଣ୍ଡିର ଭାରପ୍ରାପ୍ତ ଅଧିକାରୀ ଏବଂ ସମାଜସେବୀ ମୃତ୍ୟୁଞ୍ଜୟ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଖେଳର ଶୁଭାରମ୍ଭ କରିଥିଲେ । ଗରଦପୁରର ଗଣପତି କ୍ଲବ୍ ଓ ହରିଶଙ୍କରପୁର ମଧ୍ୟରେ ଆଜି ୨୦ ଓଭର ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍ ଜିଣି ହରିଶଙ୍କରପୁର ୨୦ ଓଭର ବ୍ୟାଟିଂ କରି ୧୦୭ ରନ୍ କରିଥିବାବେଳେ ଗଣପତି କ୍ଲବ୍ ୮୪ ରନ୍ କରି ୨୩ ରନ୍‌ରେ ପରାସ୍ତ ହୋଇଥିଲା । ଏହି ଖେଳକୁ ଅମ୍ପାୟାର ମୃତ୍ୟୁଞ୍ଜୟ ଚକ୍ରବର୍ତ୍ତୀ ଏବଂ ଅରବିନ୍ଦ ଦୀକ୍ଷିତ୍ ପରିଚାଳନା କରିଥିବାବେଳେ ତାରାକିଙ୍କର ଚକ୍ରବର୍ତ୍ତୀ ସ୍କୋରର ଭାବେ ଦାୟିତ୍ୱ ତୁଲାଇଥିଲେ । ତୃପ୍ତିରଂଜନ ଭଟାଚାର୍ଯ୍ୟ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.