Home Top News ଏସବିଆଇର ଚେତାବନୀ : ଶୀଘ୍ର ଡିଲିଟ୍ କରନ୍ତୁ ଏହି ଆପ୍‌, ନଚେତ୍ ଲକ୍ଷ ଲକ୍ଷ ଟଙ୍କା...

ଏସବିଆଇର ଚେତାବନୀ : ଶୀଘ୍ର ଡିଲିଟ୍ କରନ୍ତୁ ଏହି ଆପ୍‌, ନଚେତ୍ ଲକ୍ଷ ଲକ୍ଷ ଟଙ୍କା ଆପଣଙ୍କ ଖାତାରୁ ଉଡ଼ିଯିବ

109

ନୂଆଦିଲ୍ଲୀ ୧୭-୨ (ଓଡ଼ିଆ ପୁଅ) : ଦେଶର ବୃହତ୍ତମ ବ୍ୟାଙ୍କ ଏସବିଆଇ ବ୍ୟାଙ୍କିଙ୍ଗ ଫ୍ରଡ଼କୁ ରୋକିବା ପାଇଁ ସମସ୍ତ ପଦକ୍ଷେପ ନେଉଛି। ଯାହାଦ୍ୱାରା ଗ୍ରାହକଙ୍କ ଜମା ଟଙ୍କାର କୌଣସି ଫ୍ରଡ୍ ହେବନାହିଁ ସେଥିପାଇଁ ବାରମ୍ବାର ସମୟ ସମୟରେ ଏସବିଆଇ ଗ୍ରାହକଙ୍କୁ ସତର୍କ କରାଉଛି। ଏସ୍‌ବିଆଇ ଦ୍ୱାରା ଜାରୀ କରାଯାଇଥିବା ଚେତାବନୀ ଅନୁଯାୟୀ, ଯଦି କୌଣସି ଆପ୍‌ ଆପଣଙ୍କୁ ତୁରନ୍ତ ଋଣ ଦେବାର ଲୋଭ ଦେଖାଉଛି ତେବେ ଏହି ଆପ୍‌ ଗୁଡ଼ିକୁ ତୁରନ୍ତ ଡିଲିଟ୍‌ କରନ୍ତୁ। ଏସବିଆଇ ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛି।

ସୂଚନାଯୋଗ୍ୟଯେ, ଯଦି ଏହିପରି ଲୋଭ ଦେଖାଉଥିବା କୌଣସି ଲିଙ୍କକୁ ଆପଣ କ୍ଲିକ୍ କରନ୍ତି, ତେବେ ସେହି ଲିଙ୍କ ଆପଣଙ୍କ ଆକାଉଣ୍ଟକୁ ହୁଏତ ଫଟାଫଟ ସଫା କରିପାରନ୍ତି। ବ୍ୟାଙ୍କର ଚେତାବନୀ ଅନୁଯାୟୀ, ଯଦି ଏଭଳି କୌଣସି ମ୍ୟାସେଜ୍‌ ଆସୁଛି ଯେଉଁଥିରେ କୁହାଯାଉଛି ଯେ, ମାତ୍ର ପାଞ୍ଚ ମିନିଟରେ ଦୁଇ ଲକ୍ଷ ଟଙ୍କାର ଋଣ ଉପଲବ୍ଧ ହେବ। ଯେଉଁଥିରେ କି କ୍ଲିକ୍ କରିବାକୁ ପଡିବ ଏକ ଲିଙ୍କ, ଏହିପରି ଲିଙ୍କରୁ ଦୂରେଇ ରୁହନ୍ତୁ ଏବଂ ଏହାକୁ କ୍ଲିକ୍‌ କରିବାକ୍ଷଣି ହୁଏତ ଆପଣଙ୍କ ଆକାଉଣ୍ଟ୍ ସଫା ହୋଇପାରେ।

ଷ୍ଟେଟ ବ୍ୟାଙ୍କ କହିଛି ଯେ, କୌଣସି ତତକ୍ଷଣାତ୍ ଋଣ ଆପ୍ ଯାହା କୌଣସି କାଗଜପତ୍ର ବିନା ଋଣକୁ ଦାବି କରେ ଏଥିରୁ ଦୂରେଇ ରୁହନ୍ତୁ କାରଣ ସେମାନେ କୌଣସି ଋଣ ଦିଅନ୍ତି ନାହିଁ। ଯଦି ବା ଦିଅନ୍ତି ତେବେ ଋଣ ଦେବା ପରେ ବିପୁଳ ସୁଧ ମଧ୍ୟ ଚାର୍ଜ କରନ୍ତି। ଯେଉଁଥିପାଇଁ ଲୋକଙ୍କୁ ବହୁତ ପରିଶୋଧ କରିବାକୁ ପଡ଼ିଥାଏ। ଏପରିକି ଧମକ ମଧ୍ୟ ଦିଆଯାଇଥାଏ। ଆପଣଙ୍କର ବିବରଣୀ କାହା ସହିତ ସେୟାର ନକରିବାକୁ ବ୍ୟାଙ୍କ କହିଛି। କେବେବି, କାହାକୁ ବ୍ୟାଙ୍କ ଆକାଉଣ୍ଟ ଏବଂ OTP ଦିଅନ୍ତୁ ନାହିଁ ବୋଲି ବ୍ୟାଙ୍କ ତରଫରୁ ଚେତାବନୀ ଦିଆଯାଇଛି।

ଗତ ମାସରେ ଭାରତର ରିଜର୍ଭ ବ୍ୟାଙ୍କ ଲୋକଙ୍କୁ ଚେତାବନୀ ଦେଇଥିଲା। ଆରବିଆଇ କହିଛି ଯେ, ଏହି ପ୍ଲାଟଫର୍ମରେ ଯଦିଓ ଋଣ ସହଜରେ ମିଳିଥାଏ, କିନ୍ତୁ ଏହାର ସୁଧ ହାର ବହୁତ ଅଧିକ। ଏଥିରେ ଅନେକ ପ୍ରକାରର ଚାର୍ଜ ଲୁଚି ରହିଥାଏ। ପୁନରୁଦ୍ଧାରର ପଦ୍ଧତିଗୁଡ଼ିକ ବହୁତ ଭୁଲ ଅଟେ। ଯେଉଁଠାରେ ଋଣ ନେଇଥିବା ବ୍ୟକ୍ତିଙ୍କ ତଥ୍ୟର ଅପବ୍ୟବହାର ହୋଇଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.