Home ଓଡ଼ିଶା ଗୋମାତା ଙ୍କ ଆତ୍ମୀୟତା ଆଗରେ ହାର ମାନୁଛି ମଣିଷର ମାନବିକତା

ଗୋମାତା ଙ୍କ ଆତ୍ମୀୟତା ଆଗରେ ହାର ମାନୁଛି ମଣିଷର ମାନବିକତା

127

ନୟାଗଡ/୧୭/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଦିନକୁ ଦିନ ମଣିଷର ମାନବିକତା ଲୋପ ହେବାରେ ଲାଗିଛି । ଜଣେ ଦୃଘଟଣା ଗ୍ରସ୍ତ ହୋଇ ରାସ୍ତା କଡରେ ପଡିଥିବା ବେଳେ ଦେଖଣାହାରି ଦେଖି ମୁହଁ ଫେରାଇ ଚାଲିଯାଉଛନ୍ତି । ଗୋମାତା ରାସ୍ତାରେ ଦୃଘଟଣା ହୋଇ ମୃତ୍ୟୁ ବରଣ କରିବା ପରେ ଆଖ ପାଖରେ ଥିବା ଗାଈ ଗୋରୁ ଷଣ୍ଢ ମାନେ ଏକଜୁଟ୍ ହୋଇ ୪ ଘଣ୍ଟା କାଳ ଜଗି ରହିବା ଦ୍ୱାରା ଗୋମାତା ଙ୍କ ଆତ୍ମୀୟତା ଦେଖିବାକୁ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ । ସେଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଥାନା ସାମ୍ନା ପଞ୍ଚୁଦୋଳ ପଡିଆରେ । ଫେବୃୟାରୀ ୧୭ ତାରିଖ ଭୋର ୪ ଟା ସମୟରେ ଏକ ବାଲି ବୋଝେଇ ହାଇୱା ଗାଡି ପୋଲିସ ଭୟରେ ଦୃତ ଗତିରେ ଯାଉଥିବା ବେଳେ ଏକ ଷଣ୍ଢ କୁ ଧକ୍କା ଦେଇ ଚାଲିଯାଇଥିଲା ।

ସଙ୍ଗେ ସଙ୍ଗେ ଆଖପାଖ ରେ ଥିବା ଗାଈ ଓ ଷଣ୍ଢ ମାନେ ଷଣ୍ଢର ମୃତ ଦେହ ନିକଟରେ ଏକାଠି ହୋଇ ଯାଇଥିଲେ । କିଏ ମୃତ ଷଣ୍ଢକୁ  ଜିଭରେ ଚାଟି ଦେଉଥାଏ ତ ଆଉକିଏ ତାକୁ ପେଲି ଉଠାଇବାକୁ ଚେଷ୍ଟା କରୁଥାଏ । ସତେ ଯେପରି ସେମାନେ ଭାବୁଥିଲେ  ସେମାନଙ୍କ ଚେଷ୍ଟାରେ ଷଣ୍ଢଟି ଉଠି ପଡିବ । ଦେଖଣାହାରି ଲୋକମାନେ ଗୋମାତା ଙ୍କ ଆତ୍ମୀୟତା ଆଗରେ ମଣିଷର ମାନବିକତା ହାର ମାନିଛି ବୋଲି ଆଲୋଚନା କରୁଥିଲେ । ହାଇୱା ଗାଡି ଡ୍ରାଇଭର ଗୋହତ୍ୟା ଭଳି ପାପ କରି ନିଜର ମାନବିକତା ହରାଇ ଦୃତ ଗତିରେ ପଳାଇ ଯାଇଥିଲା । ଦେଖଣାହାରି ଲୋକମାନେ ଆଲୋଚନା କରୁଥିଲେ ଯେ ଗୋମାତା ଙ୍କ ଆତ୍ମୀୟତା କେତେ ଉର୍ଦ୍ଧରେ  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.