Home ଓଡ଼ିଶା ଭୁବନେଶ୍ୱରରୁ ସୌମ୍ୟ,କଟକରୁ ଅରୁପ ବିଜେଡି ପାର୍ଥି!

ଭୁବନେଶ୍ୱରରୁ ସୌମ୍ୟ,କଟକରୁ ଅରୁପ ବିଜେଡି ପାର୍ଥି!

1681

ଭୁବନେଶ୍ୱର/କଟକ:ଭୁବନେଶ୍ୱର ଏବଂ କଟକ ପାଇଁ ବିଜେଡି ତା’ର ରଣନୀତିରେ ପରିବର୍ତ୍ତନ କରିବାକୁ ଯୋଜନା କରୁଛି।ଅରୁପ ପଟ୍ଟନାୟକଙ୍କୁ ବିଜେଡି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ପାର୍ଥି କରିବା ଆଲୋଚନା ହେଉଥିଲା।କିନ୍ତୁ ଶେଷ ମୁହୂର୍ତ୍ତରେ ଚକମା ଦେଇ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଭୁବନେଶ୍ୱରରୁ ଏବଂ ଅରୁପ ପଟ୍ଟନାୟକଙ୍କୁ କଟକରୁ ପାର୍ଥି କରିବାକୁ ଚିନ୍ତା କରୁଛି ବିଜେଡି।ଏ’ ନେଇ ଅଙ୍କ କଷା ଚାଲିଛି।କଟକରୁ ବିଜେପି ପାର୍ଥି ଆଇପିଏସ ପ୍ରକାଶ ମିଶ୍ରଙ୍କ ବିରୋଧରେ ଜଣେ ଆଇପିଏସ ଅରୁପ ପଟ୍ଟନାୟକଙ୍କୁ ପାର୍ଥି କରିବା ସହ ଭୁବନେଶ୍ୱରରେ ଅପରାଜିତାଙ୍କ ବିରୋଧରେ ଜଣେ ଅଭିଜ୍ଞତା ସଂପର୍ଣ୍ଣ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ପାର୍ଥି କରାଇବା ଯୋଜନାରେ ଅଛି ବିଜେଡି।ଏ’ନେଇ ଏକ ସୁଚିନ୍ତିତ ଯୋଜନା ଭିତରେ ଏପରି ଚିନ୍ତା କରୁଛି ବିଜେଡି।ସୌମ୍ୟ ରଞ୍ଜନଙ୍କର ଭଲ ରାଜନୈତିକ ଅଭିଜ୍ଞତା ରହିଥିବା ସହ ଭୁବନେଶ୍ୱର ସହ ସେ ଭଲ ପରିଚିତ।ଏହା ସହ ଆଉ ଏକ ବଡ଼ କାରଣ ହେଉଛି,ଭୁବନେଶ୍ୱରରୁ କଂଗ୍ରେସ ପାର୍ଥି ଦେଉ ନାହିଁ।ମେଣ୍ଟ ବୁଝାବଣା ଅନୁଯାୟୀ ଏଠାରୁ ସିପିଏମ ଜନାର୍ଦ୍ଦନ ପତିଙ୍କୁ ପାର୍ଥି କରୁଛି।ସୌମ୍ୟଙ୍କର ପୁରୁଣା କଂଗ୍ରେସ ସଂପର୍କ।ଭାଇ ନିରଞ୍ଜନ ବି ତା’ର ମୁଖିଆ।ତେଣୁ ସୌମ୍ୟଙ୍କୁ ପାର୍ଥି କଲେ ବିଜେଡି ସମେତ କଂଗ୍ରେସରୁ ବି କେତେ ଭୋଟ ପାଇପାରିବ ବିଜେଡି।ତେଣୁ ଏପରି ରଣନୀତିକୁ ନେଇ ସୌମ୍ୟଙ୍କୁ ଭୁବନେଶ୍ବରରୁ ଏବଂ ଅରୁପଙ୍କୁ କଟକରୁ ପାର୍ଥି କରାଇବାର ଗଣିତ କଷା ଚାଲିଛି।//ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.