Home ଜିଲ୍ଲା ପରିକ୍ରମା ଉତ୍କଳ ସମ୍ମିଳନୀ ନୟାଗଡ଼ ଶାଖା ଗଠନ

ଉତ୍କଳ ସମ୍ମିଳନୀ ନୟାଗଡ଼ ଶାଖା ଗଠନ

261

ନୟାଗଡ଼, ୨୭ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ସ୍ଥାନୀୟ ମୈତ୍ରୀ ଯୁବ ସଂସଦ ସଭାଗୃହ ପରିସରରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଉତ୍କଳ ସମ୍ମିଳନୀ ନୟାଗଡ଼ ଶାଖା ଗଠନ କରାଯାଇଛି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଉତ୍କଳ ସମ୍ମିଳନୀ ଓଡ଼ିଶାକୁ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିଥିବାବେଳେ ଓଡ଼ିଶା ଭାଷା ସାହିତ୍ୟର କ୍ରମ ବିକାଶ ଲକ୍ଷ୍ୟରେ ଉତ୍କଳ ସମ୍ମିଳନୀ ନୟାଗଡ଼ ଶାଖା ଗଠନ କରାଯାଇଛି। ଏହି ପରିପ୍ରେକ୍ଷିରେ ବହୁ ସାହିତ୍ୟିକ, ସମାଜସେବୀ ଓ ବୁଦ୍ଧିଜୀବୀଙ୍କୁ ନେଇ ‘ଭାଷା ନା ସାହିତ୍ୟ, କିଏ ପ୍ରଥମେ ସୃଷ୍ଟି’ସମ୍ବଦ୍ଧୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ସାହିତ୍ୟିକ ଡ.ବିଜୟ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏବଂ କବି ଓ ଅନୁବାଦକ, ସାହିତ୍ୟିକ ଓ ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଚାଳନାରେ ଅନୁଷ୍ଠିତ ହୋଇଥିଲା। ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟିର ସଭାପତି ପ୍ରଫେସର ଡ.ଅଦୈତ କୁମାର ପାତ୍ର, ସାଧାରଣ ସଂପାଦକ ଅଧିବକ୍ତା ଅନନ୍ତ ପ୍ରସାଦ ଜେନା, କୋଷାଧ୍ୟକ୍ଷ ବିମଳ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ କମିଟି ଗଠନ ଦିଗରେ ଗୁରୁତ୍ୱାରୋପ କରିଥିଲେ। ସାହିତ୍ୟିକ ଡ.ଚୌଧୁରୀ ଉତ୍କଳ ସମ୍ମିଳନୀର ରୂପରେଖ ଉପରେ ଆଲୋକପାତ କରିବା ପରେ ଉପସ୍ଥିତ ସମସ୍ତ ଅଧିକାରୀ ଏବଂ ସଭ୍ୟ, ସଭ୍ୟା ମତାମତ ରଖିଥିଲେ। ପରେ ଉତ୍କଳ ସମ୍ମିଳନୀର ନୟାଗଡ଼ ଶାଖା ଗଠନ କରାଯାଇଥିଲା। ଏଥିରେ ବିଶିଷ୍ଟ ଶିଶୁ ସାହିତ୍ୟିକା ଶ୍ରୀମତୀ ବସିରନ୍ ବିବି ସଭାପତି ଭାବେ ମନୋନୀତ ହୋଇଥିବାବେଳେ ଶିକ୍ଷକ ନେତା ଭକ୍ତ ବଲ୍ଳବ ବଟକୃଷ୍ଣ ମିଶ୍ର, ସମାଜସେବୀ ଶ୍ରୀଧର ସାହୁ ଉପସଭାପତି, ନାଟ୍ୟକାର, ସାହିତ୍ରିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସାଧାରଣ ସଂପାଦକ, ଯୁବକବି ଦିଲ୍ଲୀପ କୁମାର ସାହୁ ସଂଗଠନ ସଂପାଦକ, ଶିକ୍ଷାବିତ୍ ସଂଜୟ କୁମାର ସୁବୁଦ୍ଧି ଯୁଗ୍ମ ସଂପାଦକ, କବି ମମତା ମଂଜରୀ ଦେବୀ କୋଷାଧ୍ୟକ୍ଷ ତଥା କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟଭାବେ କବି ହରପ୍ରିୟା ଦ୍ୱିବେଦୀ, କବି ପଣ୍ଡିତ ଚନ୍ଦ୍ରମଣି ପ୍ରଧାନ, ଅଧ୍ୟାପକ ମହମ୍ମଦ ଓମାର ମଲ୍ଲିକ, ସମାଜସେବୀ ଅରୁଣ ମହାନ୍ତି, ସାହିତ୍ୟିକ ସୁଦର୍ଶନ ପ୍ରଧାନ, କବି ପ୍ରଭାସିନୀ ବରାଡ଼, କଣ୍ଠଶିଳ୍ପୀ ସରୋଜ ମିଶ୍ର, କବି ସୁଜାତା ତ୍ରିପାଠୀ ପ୍ରମୁଖ ନିର୍ବାଚିତ ହୋଇଥିଲେ। ଏଥିସହିତ ୧୦ଜଣିଆ ପରିଷଦ କମିଟି ଚୟନ କରାଯାଇଥିଲା। ପରିଶେଷରେ ସମାଜସେବୀ ପ୍ରଦୀପ୍ତ କୁମାର ସାହୁ ଧନ୍ୟବାଦ ଅର୍ପର କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.