Home ଓଡ଼ିଶା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୂତନ ପରିଚାଳନା ସମିତି ଗଠିତ

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୂତନ ପରିଚାଳନା ସମିତି ଗଠିତ

43

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ଶିକ୍ଷା ବିକାଶ ସମିତି ଅନୁମୋଦିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୂତନ ପରିଚାଳନା ସମିତି ଗଠିତ ହୋଇଯାଇଛି। ସରସ୍ୱତୀ ଶିଶୁ ବିଦ୍ୟା ମଦିର ପ୍ରାଙ୍ଗଣରେ ଆୟୋଜିତ ଏକ ବୈଠକରେ ସଭାପତି ରୂପେ ସୁରନ୍ଦ୍ର ନାଥ ସାହୁ, ଉପାଧ୍ୟକ୍ଷ ଭାବରେ ମନ୍ମଥ ରଞ୍ଜନ ବେହେରା, ସମ୍ପାଦକ ଭାବରେ ଅଜୟ କୁମାର ପାଇକରାୟ, ସହ- ସମ୍ପାଦକ ରୂପେ ଦିନମୟୀ ଦାଶ, କୋଷାଦକ୍ଷ ଭାବରେ ଚିତ୍ତ ରଞ୍ଜନ ତ୍ରିପାଠୀଙ୍କ ସମେତ ପରିଚାଳନା ସଦସ୍ୟ/ସଦସ୍ୟା ଭାବରେ ନବକୃଷ୍ଣ ମହାପାତ୍ର ଓ ପ୍ରତିମା ପ୍ରଧାନ ମନୋନୀତ ହୋଇଛନ୍ତି। ଏହାସହ ଆଚାର୍ଯ୍ୟ/ଆଚାର୍ଯ୍ୟା ପ୍ରମୂଖ ଭାବରେ କଳ୍ପନା ମିଶ୍ରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସରସ୍ୱତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ମନୋଜ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଗିରଜା ଶଙ୍କର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.