Home ଜିଲ୍ଲା ପରିକ୍ରମା ଦିବ୍ୟାଙ୍ଗ ଛାତ୍ରଙ୍କୁ ମିଳିଲା ସରକାରୀ ସହାୟତା

ଦିବ୍ୟାଙ୍ଗ ଛାତ୍ରଙ୍କୁ ମିଳିଲା ସରକାରୀ ସହାୟତା

25

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ର ଗଣେଶ କାଣ୍ଡିଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଇଛି। ବ୍ଲକ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ଗଣେଶକୁ ବିଦ୍ୟାଳୟକୁ ଯାତାୟତ ପାଇଁ ଟ୍ରାଇ ସାଇକେଲ ଓ ବାଣିଶ୍ରୀ ଭତ୍ତା ପ୍ରଦାନ କରାଯାଇଛି। ସ୍ଥାନୀୟ ବିଧାୟକ ପ୍ରତିନିଧି ପ୍ରୟାସକାନ୍ତି ସାମଲ ଓ ସମାଜସେବୀ ବିଶ୍ୱମ୍ଭର ରାଉତଙ୍କ ଉଦ୍ୟମ କ୍ରମେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସାନ୍ତ୍ୱନା ଦାସ, ମୁଖ୍ୟ ସହାୟକ ଫିର୍ଦ୍ଦୋଶ ଆଲାମ, କର୍ମଚାରୀ ସୁଧାଂଶୁ ପାଢୀ ପ୍ରମୁଖ ଗଣେଶକୁ ଏହି ଉପକରଣ ପ୍ରଦାନ କରି ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଗଣେଶ ପିତା ଷୋଳମପୁର ଗ୍ରାମ(ଖପୁରିଆପଦା) ସାହିର ପ୍ରମୋଦ ଓ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ଜୟଶ୍ରୀ ଦାସ ବ୍ଲକ ପ୍ରଶାସନ ପ୍ରତି କୃତଜ୍ଞତାଜ୍ଞାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.