Home ଓଡ଼ିଶା ବଲିଉଡ ଅଭିନେତ୍ରୀ ସମୀରା ରେଡ୍ଡୀଙ୍କ ପାଣି ତଳେ ବିକିନି ଫଟୋ ସୁଟ୍: ସେ ଏବେ ୯...

ବଲିଉଡ ଅଭିନେତ୍ରୀ ସମୀରା ରେଡ୍ଡୀଙ୍କ ପାଣି ତଳେ ବିକିନି ଫଟୋ ସୁଟ୍: ସେ ଏବେ ୯ ମାସର ଗର୍ଭବତୀ!

1682

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସମୀରା ରେଡ୍ଡୀ ବିକିନି ପିନ୍ଧି ପାଣି ତଳେ ନିଜର କିଛି ଫଟୋ ସୁଟ୍ କରାଇଛନ୍ତି।ବଡ଼ କଥା ହେଲା ସମୀରା ଏବେ ୯ ମାସର ଗର୍ଭବତୀ ଅଛନ୍ତି।ଫଟୋ ଗୁଡ଼ିକ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।ମୁମ୍ବାଇର କୌଣସି ଏକ ହୋଟେଲରେ ଫଟୋ ଗୁଡ଼ିକ ସୁଟ୍ କରାଯାଇଛି।ସମୀରା ନିଜେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ଗୁଡ଼ିକ ସେୟାର କରିଛନ୍ତି।

ସମୀରା କହିଛନ୍ତି, ଏହି ଫଟୋସୁଟ୍ ତାଙ୍କୁ ଖୁବ୍ ଆତ୍ମବିଶ୍ୱାସ ଦେଇଛି।ସେ ଗର୍ବ ଅନୁଭବ କରୁଛନ୍ତି ତାଙ୍କୁ ଏପରି ଫଟୋସୁଟ୍ କରାଇବା ପାଇଁ ତାଙ୍କ ପରିବାର ଏବଂ ବନ୍ଧୁ ସମର୍ଥନ ଦେଇଛନ୍ତି।ସୂଚନାଯୋଗ୍ୟ ସମୀରାଙ୍କର ଏହା ଦୂତୀୟ ସନ୍ତାନ ହେବାକୁ ଯାଉଛି।୧୪ ଡିସେମ୍ବର ୧୯୮୦ରେ ସମୀରାଙ୍କ ଆନ୍ଧ୍ରପ୍ରଦେଶରେ ଜନ୍ମ।ସମୀରା “ଦେ ଦନା ଦନ”, “ମୁସାଫିର”, “ତେଜ୍”, “ନୋ ଏଣ୍ଟ୍ରି”, “ପ୍ଲାନ”, “ଆକ୍ରୋସ” ଆଦି ବଲିଉଡ ଫିଲ୍ମ ସହ ଅନେକ ସାଉଥ ଫିଲ୍ମରେ ଅଭିନୟ କରିଛନ୍ତି।//ଦେବଦତ୍ତ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.