Home Top News କିଏ ସେହି ବାପ – ପୁଅ ଯୋଡ଼ି? ସଙ୍କଟରେ ପଡ଼ିଗଲେ ସଜ୍ଜନ ..

କିଏ ସେହି ବାପ – ପୁଅ ଯୋଡ଼ି? ସଙ୍କଟରେ ପଡ଼ିଗଲେ ସଜ୍ଜନ ..

113

ଭୁବନେଶ୍ୱର: ରାଜ୍ୟ ବିଜେପିର ବରିଷ୍ଠ ନେତା ସଜ୍ଜନ ଶର୍ମା ନିକଟରେ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ୍ କରିଥିଲେ। ଯାହାକୁ ନେଇ ସଙ୍କଟରେ ପଡ଼ିଗଲେ ସଜ୍ଜନ। ସ୍ଥିତି ଯେତେ ସମ୍ଭାଳିବାକୁ ଚେଷ୍ଟା କଲେ, ତାହା ସେତେ ବିଗିଡ଼ିଗଲା। କିଛି ଦିନ ତଳେ ସଜ୍ଜନ ପୋଷ୍ଟ୍ କରିଥିଲେ, “ବାପାଙ୍କ ଠାରୁ ଆରମ୍ଭ କରି ପୁଅ ପର୍ଯ୍ୟନ୍ତ ବିଜେପିକୁ ନିଶ୍ଚିହ୍ନ କରିବା ପାଇଁ ହୋଇଥିବା ଷଡ଼ଯନ୍ତ୍ର ଦ୍ବାରା ସାମୟିକ ଭାବେ ପାର୍ଟି କ୍ଷତିଗ୍ରସ୍ତ ହୋଇଛି ସତ। କିନ୍ତୁ, କାର୍ଯ୍ୟକର୍ତ୍ତାମାନଙ୍କ କଠିନ ପରିଶ୍ରମ ଓ ଓଡ଼ିଶାବାସୀଙ୍କ ଜନ ସମର୍ଥନରେ ପୁଣି ପୁନର୍ଯୋବନ ପାଇଛି।” ତେବେ, ଏହି ପୋଷ୍ଟ୍ ସଜ୍ଜନଙ୍କୁ ସଙ୍କଟରେ ପକାଇ ଦେଲା। ସଜ୍ଜନ ଯେତେ ସୁଧାରିବାକୁ ଚାହିଁଲେ, କଥା ସେତିକି ବିଗିଡ଼ିଗଲା। ସମ୍ଭବତଃ ସଜ୍ଜନ ଏହା ଭୂତପୂର୍ବ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଏବଂ ତାଙ୍କ ପୁଅ ଏବେକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ। କିନ୍ତୁ, ସଜ୍ଜନଙ୍କ ଏହି ପୋଷ୍ଟ୍ ଉପରେ ଯେଉଁ କମେଣ୍ଟ୍ ଆସିଲା ସେଥିରେ ଅଧିକାଂଶରେ ସମାଲୋଚନା ଥିଲା। କୌଣସି ବିରୋଧୀ ନୁହେଁ, ନିଜ ଦଳୀୟ କାର୍ଯ୍ୟକର୍ତ୍ତା ହିଁ ସଜ୍ଜନଙ୍କ ପୋଷ୍ଟ୍ ଉପରେ ସେହିପରି ସବୁ ମନ୍ତବ୍ୟ ଦେଲେ। କାହିଁକି ବିଜେଡି ସହିତ ମେଣ୍ଟରେ ଥିଲେ? ମେଣ୍ଟ ଭାଙ୍ଗିବା ପରେ ପୁଣି କାହିଁକି ତାଙ୍କ ପଛରେ ଗୋଡ଼ାଉଥିଲେ? ଅଶ୍ୱିନୀ ବୈଷ୍ଣବ କାହା ସମର୍ଥନରେ ରାଜ୍ୟ ସଭାକୁ ଗଲେ? ରାଜ୍ୟ ବିଜେପିର ଦୃବଳ ନେତୃତ୍ୱ, ଧର୍ମେନ୍ଦ୍ର ପ୍ରଧାନଙ୍କ ଏକଛତ୍ରବାଦ ନୀତି ଏବଂ ତାଙ୍କ ଖୋସାମତିଆ ଗୋଷ୍ଠୀ ପାଇଁ ବିଜେପିର ଏ’ ପରିଣତି ଆଦି ପରି ଅନେକ ସମାଲୋଚନା ମୂଳକ କମେଣ୍ଟ୍ ଆସିଲା। ତେବେ, ସବୁଠାରୁ ଏକ ବଡ଼ ଘାତକ କମେଣ୍ଡ ଥିଲା, ଯାହା ସଜ୍ଜନଙ୍କୁ ସଙ୍କଟରେ ପକାଇଦେଲା!କେତେଜଣ ସେହି ବାପ – ପୁଅ ଯୋଡ଼ି ଭାବରେ ଡ. ଦେବେନ୍ଦ୍ର ପ୍ରଧାନ ଏବଂ ଧର୍ମେନ୍ଦ୍ର ପ୍ରଧାନକୁ ବୁଝିଲେ। ସେମାନେ ଭାବିଲେ ଦେବେନ୍ଦ୍ର – ଧର୍ମେନ୍ଦ୍ର ବାପ ପୁଅ ଯୋଡ଼ିକୁ ଟାର୍ଗେଟ୍ କରି ସଜ୍ଜନ ଏପରି ଲେଖିଛନ୍ତି। ଦେବେନ୍ଦ୍ର – ଧର୍ମେନ୍ଦ୍ର ବାପ ପୁଅ ଯୋଡ଼ି ଓଡ଼ିଶା ବିଜେପିକୁ ନିଶ୍ଚିହ୍ନ କରିବା ପାଇଁ ଷଡ଼ଯନ୍ତ୍ର କରୁଥିଲେ ବୋଲି ସଜ୍ଜନ ଏପରି ଲେଖିଛନ୍ତି ବୋଲି କେତେଜଣ ଭାବିନେଲେ। କଥାଟା ବଡ଼ ଜଟିଳ ହୋଇଗଲା। ସଜ୍ଜନ କେଉଁଠିକୁ ଶର ମାରିଥିଲେ, କିନ୍ତୁ ଶର ଆସି ବାଜିଲା କେଉଁଠି? ସଜ୍ଜନ ପୂରା ସଙ୍କଟରେ ପଡ଼ିଗଲେ। ସଜ୍ଜନଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କର ଏକ ପୋଷ୍ଟ୍ ଯାଇ ସିଧା ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିନ୍ଧିଲା। ସେଥିପାଇଁ ବୋଧେ ସଜ୍ଜନ ଏହାପରେ ସେ ଷଡ଼ଯନ୍ତ୍ରକାରୀ ବାପ – ପୁଅ ଯୋଡ଼ି ଦେବେନ୍ଦ୍ର – ଧର୍ମେନ୍ଦ୍ର ନୁହଁନ୍ତି ବୋଲି ସ୍ପଷ୍ଟୀକରଣ ଦେବାକୁ ଯାଇ ଆଉ ଏକ ପୋଷ୍ଟ୍ କଲେ! ଯାହାର କ୍ୟାପ୍ସନ୍ ଥିଲା “ଓଡ଼ିଶା ବିଜେପିକୁ ପୁନର୍ଜାଗ୍ରତ କରିବାରେ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଓ ଗୋଟିଏ ସଶକ୍ତ ବିରୋଧୀ ଦଳ ଭାବେ ଗଢ଼ି ତୋଳିବାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅତୁଳନୀୟ ଅବଦାନ ଅଟେ।” ତେବେ ସଜ୍ଜନଙ୍କ ଏହି ପୋଷ୍ଟ୍ ଉପରେ ପୂର୍ବ ପୋଷ୍ଟ୍ ଅପେକ୍ଷା ଅଧିକ ସମାଲୋଚନା ମୂଳକ କମେଣ୍ଟ୍ ଆସିଲା। ଖୁବ୍ ଟ୍ରୋଲ୍ ହେଲେ ସଜ୍ଜନ। ମନମୋହନ ସାମଲ, ବିଶ୍ୱଭୂଷଣ ହରିଚନ୍ଦନ, କନକ ବର୍ଦ୍ଧନ ସିଂହଦେଓ ଆଦି ଅନେକ ନେତାଙ୍କ ଅବଦାନ ତଥା ତୃଣମୂଳ ସ୍ତରରେ ଅନେକ ଦେବଦୁର୍ଲଭ କାର୍ଯ୍ୟକର୍ତ୍ତାଙ୍କ ତ୍ୟାଗ ଓ ତପସ୍ୟାକୁ ଭୁଲି କେବଳ ଦେବେନ୍ଦ୍ର – ଧର୍ମେନ୍ଦ୍ର ବାପ ପୁଅ ଯୋଡ଼ିକୁ ଶ୍ରେୟ ଦେବା ନେଇ ଟ୍ରୋଲ୍ ହେଲେ ସଜ୍ଜନ। କେହି ବିରୋଧୀ ଦଳ ନୁହେଁ, ନିଜ ଦଳୀୟ କାର୍ଯ୍ୟକର୍ତ୍ତା ହିଁ ତାଙ୍କୁ ଟ୍ରୋଲ୍ କଲେ। ଯେଉଁ ସଜ୍ଜନ ଶର୍ମା ଦଳର ବୁଦ୍ଧିଜୀବୀ ସେଲ୍ କଥା ବୁଝନ୍ତି, ଯାହାଙ୍କ ପାଇଁ ଦଳରେ ଏକ ଭିନ୍ନ ସମ୍ମାନ ରହିଛି, ଆଜି କିନ୍ତୁ ହଠାତ୍ ସଜ୍ଜନ ଏପରି ପୋଷ୍ଟ୍ କଲେ କାହିଁକି, ଆଉ ନିଜ ଦଳରେ ଆଜି ସେ ଆଜି ଟ୍ରୋଲ୍ ହେଲେ କାହିଁକି, ବିଚାର କରିବାର ଆବଶ୍ୟକତା ରହିଛି!
-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.