Home Coronavirus Outbreak ନର୍ସଙ୍କ ପିପିଇ କିଟ୍ ଗାଉନ୍ ସୃଷ୍ଟି କଲା ହଙ୍ଗାମା ..

ନର୍ସଙ୍କ ପିପିଇ କିଟ୍ ଗାଉନ୍ ସୃଷ୍ଟି କଲା ହଙ୍ଗାମା ..

3498

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ବିରୋଧ ଲଢ଼େଇରେ ସେବା କାର୍ଯ୍ୟରେ ଜଡ଼ିତ ଜଣେ ନର୍ସଙ୍କ ଗାଉନକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି। ନର୍ସଙ୍କ ଗାଉନ୍ ପିନ୍ଧା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ନର୍ସ ଜଣଙ୍କ ଏକ ଟ୍ରାନ୍ସପେରାଣ୍ଟ୍ (ପାରଦର୍ଶୀ) ପିପିଇ କିଟ୍, ଗାଉନରେ
ନଜର ଆସିଛନ୍ତି। ପୁରୁଷ ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ କରୋନା ରୋଗୀ ନର୍ସଙ୍କ ଏହି ଫଟୋ ଉଠାଇଥିଲେ। ଫଟୋକୁ ନେଇ ଏତେ ଉତ୍ତେଜନା ଦେଖା ଦେଇଥିଲା ଯେ ବର୍ତ୍ତମାନ ଡାକ୍ତରଖାନା ପରିଚାଳନା କତ୍ତୃପକ୍ଷ ନର୍ସ ଜଣଙ୍କୁ ଚାକିରିରୁ ବହିଷ୍କାର କରିବାକୁ ଚାହୁଁଛନ୍ତି। କିନ୍ତୁ, ଅନେକ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ନର୍ସଙ୍କ ସମର୍ଥନରେ ଓହ୍ଲାଇଛନ୍ତି। ସେମାନେ କହିଛନ୍ତି ଯେ ଡାକ୍ତରଖାନା ପରିଚାଳନା କତ୍ତୃପକ୍ଷ ଏହାର ଡାକ୍ତରମାନଙ୍କୁ ସୁରକ୍ଷା କିଟ୍ ଯୋଗାଇବାରେ ଅସମର୍ଥ। ଏପରି ସ୍ଥିତିରେ ନର୍ସଙ୍କର କୋୖଣସି ଦୋଷ ନାହିଁ। ନର୍ସଙ୍କୁ ଦିଆଯାଇଥିବା ପିପିଇ କିଟ୍ (ଗାଉନ୍) କରୋନା ସଂକ୍ରମଣରୁ ରକ୍ଷା କରିବାରେ ଅସମର୍ଥ। ଏଭଳି ପରିସ୍ଥିତିରେ ନର୍ସଙ୍କୁ ହଟାଇବା ସଂପୂର୍ଣ୍ଣ ଭୁଲ ଅଟେ।

ରୄଷର ତୁଲା ହସ୍ପିଟାଲରୁ ଆସିଥିବା ଏହି ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଡାକ୍ତରଖାନାରେ ଜଣେ ନର୍ସ ଏକ ଭିନ୍ନ ଶୈଳୀରେ ପୁରୁଷ ୱାର୍ଡରେ ପ୍ରବେଶ କରିଥିଲେ। ନର୍ସ ଜଣଙ୍କ ଏକ ଟ୍ରାନ୍ସପେରାଣ୍ଟ୍ (ପାରଦର୍ଶୀ) ପିପିଇ କିଟ୍, ଗାଉନ୍ ପିନ୍ଧିଥିଲେ। ଯେଉଁ ଫଟୋ ଗୁଡ଼ିକ ଖୁବ୍ ଭାଇରାଲ ହେବାରେ ଲାଗିଲା। ଫଟୋ ଭାଇରାଲ୍ ହେବା ପରେ ଡାକ୍ତରଖାନା ପରିଚାଳନା କତ୍ତୃପକ୍ଷ ନର୍ସଙ୍କୁ ଚାକିରୀରୁ ହଟାଇବାକୁ ମନସ୍ଥ କରିଥିଲେ। ତାଙ୍କ ଉପରେ ଅନୁଶାସନ ଭାଙ୍ଗିବା ଅଭିଯୋଗ ହୋଇଥିଲା। କିନ୍ତୁ, ଡାକ୍ତରଖାନାର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ନର୍ସଙ୍କ ସମର୍ଥନରେ ବାହାରି ପଡ଼ିଲେ। ସେମାନେ କହିଲେ ମେଡିକାଲ ପ୍ରବନ୍ଧନର ଭୁଲ୍ ଯେ ସେମାନେ ନର୍ସଙ୍କୁ ଠିକ୍ ଗାଉନ୍ ଉପଲବ୍ଧ କରାଇନଥିଲେ। ନର୍ସ ପିନ୍ଧିଥିବା ଗାଉନ୍ କରୋନାରୁ ରକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ।

ଫଟୋ ଭାଇରାଲ୍ ହେବା ପରେ ନର୍ସ ଜଣଙ୍କ କହିଥିଲେ ଯେ ସେ ଗରମ ସହି ପାରିଲେ ନାହିଁ, ଏବଂ ଦିଆ ଯାଇଥିବା ଗାଉନ୍ ଏତେ ଟ୍ରାନ୍ସପେରାଣ୍ଟ୍ (ପାରଦର୍ଶୀ) ବୋଲି ସେ ଜାଣିନଥିଲେ। ଯେତେବେଳେ ପୁରୁଷ ରୋଗୀଙ୍କୁ ଏହି ବିଷୟରେ ପଚରାଯାଇଥିଲା ସେ କହିଥିଲେ ଯେ ନର୍ସଙ୍କ ଉପରେ ତାଙ୍କର କୌଣସି ଅଭିଯୋଗ ନାହିଁ। ସଂପୃକ୍ତ ନର୍ସ ଜଣଙ୍କର ବୟସ ୨୦ ବର୍ଷ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ କରୋନା କାରଣରୁ ଦୁନିଆରେ ପିପିଇ କିଟର ଚାହିଦା ବୃଦ୍ଧି ପାଇଛି। ଏହି କିଟ୍ ପରିଧାନ କରି ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀ କରୋନା ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖି ରୋଗୀ ସେବା କରିଥାଆନ୍ତି। ଏହି କିଟ୍ ଗୁଡିକ ବହୁତ ଭାରୀ ହୋଇଥାଏ। ଏଗୁଡ଼ିକ ପିନ୍ଧି ଡ୍ୟୁଟି କଲାବେଳେ ଡାକ୍ତରମାନେ ଝାଳରେ ବୁଡ଼ି ଯାଆନ୍ତି। ତଥାପି ନିଜ ଡ୍ୟୁଟି ସମୟରେ ସେମାନେ ଏହି କିଟ୍ ପିନ୍ଧନ୍ତି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.