Home ଜିଲ୍ଲା ପରିକ୍ରମା ଲକ ଡାଉନ ୪ : ରହୁନି ସାମାଜିକ ଦୁରତ୍ୱ

ଲକ ଡାଉନ ୪ : ରହୁନି ସାମାଜିକ ଦୁରତ୍ୱ

208

ବାହାନଗା,୨୨ା୫(ଭାରତୀ ଦାସ , ଓଡ଼ିଆ ପୁଅ)- କରୋନା ମହାମାରୀ ଦେଶରେ ଭୟାବହତା ସୃଷ୍ଟି କରି ଚାଲିଥିବା ବେଳେ ହଜାରହଜାର ଆକ୍ରାନ୍ତ ହେଉଥିବା ବେଳେ ବହୁ ସଂକ୍ରମଣ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ତେଣୁ ସରକାରଙ୍କର ଘେଷଣା ଅନୁସାରେ ସାମାଜିକ ଦୁରତ୍ୱ , ମାସ୍କ, ସାନିଟାଇଜ ଏହି ତିନିଟିକୁ ମୁଖ୍ୟ ଗୁରୁତ୍ୱ ଦିଆ ଯାଉଥିବା ବେଳେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ବଜାରରେ । କୌଣସି ସାମାଜିକ ଦୁରତ୍ୱ ନ ରହି ଲୋକେ ଦୋକାନ ବଜାରରେ ଉପରେ ଚଢାଚଢି ହୋଇ ଜିନିଷ ପତ୍ର କିଣୁଥିବାର ଦେଖା ଯାଇଛି । ପରେ ଯାନ ବାହନ ଚଳାଚଳ ମଧ୍ୟ ସ୍ୱଭାବିକ ହୋଇଛି । କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କ ପରିବାର ବର୍ଗ ସେଣ୍ଟରକୁ ଯାଇ ବିଭିନ୍ନ ପ୍ରକାର ଖାଦ୍ୟ ଦେଇ ଫେରି ସମାଜରେ ମିଶୁ ଥିବାର ଦେଖା ଯାଇଛି । ଏମିତି ହେଲେ ଲକ ଡାଉନ ୪ର ଶେଷ ବେଳକୁ ସମସ୍ତେ କରୋନା ଅକ୍ରାନ୍ତ ହୋଇ ଯିବାର ସମ୍ଭାବନା ଥିବାର ଜଣାପଡ଼ିଛି । ପୁଣି ସେଲୁନ ଗୁଡ଼ିକ ଖୋଲିବାକୁ ଅନୁମତି ଦେବା କେତେଦୁର ସମାଚିନ ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.