Home Top News ଜୁଲାଇ ୭, ୮, ୯: ସଂଘ ପ୍ରାନ୍ତ ପ୍ରଚାରକ ବୈଠକ ..

ଜୁଲାଇ ୭, ୮, ୯: ସଂଘ ପ୍ରାନ୍ତ ପ୍ରଚାରକ ବୈଠକ ..

54

ନୂଆଦିଲ୍ଲୀ/ନାଗପୁର: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍ଏସ୍)ର ଅଖିଳ ଭାରତୀୟ ପ୍ରାନ୍ତ ପ୍ରଚାରକ ବୈଠକ ଆଗାମୀ ଜୁଲାଇ ୭, ୮ ଏବଂ ୯ ତିନି ଦିନ ଧରି ରାଜସ୍ଥାନର ଝୁନଝୁନ୍ ଠାରେ ଅନୁଷ୍ଠିତ ହେବ। ଏହି ବୈଠକରେ ଦେଶବ୍ୟାପୀ ସବୁ ପ୍ରାନ୍ତ ପ୍ରଚାରକ ଏବଂ ସହପ୍ରାନ୍ତ ପ୍ରଚାରକ ମାନେ ଆପେକ୍ଷିତ ରହିବେ। ସର ସଂଘଚାଳକ ଡା. ମୋହନ ଭାଗବତ, ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ, ସହ- ସରକାର୍ଯ୍ୟବାହ ଡା. କୃଷ୍ଣଗୋପାଳ, ଡା. ମନମୋହନ ବୈଦ, ସି. ଆର୍ ମୁକୁନ୍ଦ, ଅରୁଣ କୁମାର ଏବଂ ରାମଦତ୍ତ ଜୀଙ୍କ ସମେତ ସମସ୍ତ କାର୍ଯ୍ୟ ବିଭାଗ ପ୍ରମୂଖ, ସହ ପ୍ରମୂଖ, ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ପ୍ରଚାରକ ସଦସ୍ୟ ଏବଂ ବିବିଧ କ୍ଷେତ୍ରର କିଛି ଅଖିଳ ଭାରତୀୟ ସଙ୍ଗଠନ ମନ୍ତ୍ରୀ ମାନେ ଏହି ବୈଠକରେ ଉପସ୍ଥିତ ରହିବେ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ସଙ୍ଗଠନ ସମ୍ବଦ୍ଧିତ ବିଷୟ ଉପରେ କେନ୍ଦ୍ରିତ ରହିବ।ସଂଘ ପ୍ରଶିକ୍ଷଣ ବର୍ଗ, ସଂଘ ଶିକ୍ଷା ବର୍ଗ ବୃତ୍ତ ଏବଂ ସମୀକ୍ଷା, ଆଗାମୀ ବର୍ଷ ପାଇଁ କାର୍ଯ୍ୟ ଯୋଜନା, ପ୍ରବାସ ଯୋଜନା ଆଦି ବିଷୟ ଉପରେ ବୈଠକରେ ଚର୍ଚ୍ଚା ହେବ। ଏହା ସହିତ ସଂଘ ଶତାବ୍ଦୀ ବର୍ଷ କାର୍ଯ୍ୟ ବିସ୍ତାର ଯୋଜନା ଉପରେ ବିଚାର ବିମର୍ଷ ହେବ ବୋଲି ଅଖିଳ ଭାରତୀୟ ପ୍ରଚାର ପ୍ରମୂଖ ସୁନୀଲ ଆମ୍ବେକର ଜଣାଇଛନ୍ତି।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.