Home ଅପରାଧ ଭଦ୍ରକ ପୋଲିସ୍ ଦେଖାଇଲା ତା’ର ପାରିବାପଣିଆ ..

ଭଦ୍ରକ ପୋଲିସ୍ ଦେଖାଇଲା ତା’ର ପାରିବାପଣିଆ ..

76

ଭୁବନେଶ୍ୱର/ଭଦ୍ରକ: ଗତ ଜୁନ୍ ୯ ତାରିଖ ଦିନ ଭଦ୍ରକ ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖା ସମ୍ମୁଖ ଅପର୍ତ୍ତିବିନ୍ଧା ଛକ ନିକଟରେ ଅଶୋକ କୁମାର ଖିଲାର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ମଧ୍ୟାହ୍ନରେ ଦୁଇ ଜଣ ଦୁର୍ବୁତ୍ତ ଏକ ପଲସର ବାଇକରେ ଆସି ୧୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଦିନ ଦ୍ଵିପହରରେ ଏକ ଜନ ଗହଳିପୂର୍ଣ୍ଣ ସ୍ଥାନରୁ ଏପରି ଲୁଟ୍ ଘଟଣାକୁ ନେଇ ସାଧାରଣରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ଭଦ୍ରକ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠିଥିଲା। ପ୍ରାୟ ୧୫ ଦିନ ପରେ ଭଦ୍ରକ ପୋଲିସ୍ ଏବେ ତା’ର ପାରିବାପଣିଆ ଦେଖାଇଛି। ଘଟଣାକୁ ଗୁରୁତର ସହ ନେଇ ଭଦ୍ରକ ଏସପି ଚରଣ ସିଂ ମୀନାଙ୍କ ତତ୍ତ୍ୱାବଧାନରେ ଭଦ୍ରକ ଟାଉନ୍ ଥାନା ପୋଲିସର ଏକ ଟିମ୍ ଗଠନ କରାଯାଇ ଲୁଟ୍ ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରୁ ଠାବ କରି ଗିରଫ୍ କରିବା ସହ ଲୁଟ୍ ହୋଇଥିବା ୧୨ ଲକ୍ଷ ଟଙ୍କା ମଧ୍ୟରୁ ୯ ଲକ୍ଷ ଟଙ୍କା ଜବତ କରି ଲୁଟ୍ ହୋଇଥିବା ବ୍ୟକ୍ତି ଅଶୋକ କୁମାର ଖିଲାରଙ୍କୁ ଫେରାଇବାରେ ସଫଳ ହୋଇଛି ଭଦ୍ରକ ପୋଲିସ୍। ଗିରଫ୍ ଅଭିଯୁକ୍ତ ଜଣଙ୍କ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ପାକଳପଲି, ମରାଠୀ ସାହି ଅଞ୍ଚଳର ଏମ୍ ଶ୍ରୀକାନ୍ତ ବୋଲି ଜଣାପଡ଼ିଛି। ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ୍ କରିବା ଲାଗି ପ୍ରୟାସ ଜାରୀ ରହିଛି ବୋଲି କହିଛନ୍ତି ଭଦ୍ରକ ଏସପି ଚରଣ ସିଂ ମୀନା।

ଏଥିନେଇ ଭଦ୍ରକ ପୋଲିସକୁ ଧନ୍ୟବାଦ ଦେବା ସହ ବୃତ୍ତିରେ ଶିକ୍ଷକତା କରୁଥିବା ଅଶୋକ କୁମାର ଖିଲାର କହିଛନ୍ତି, ଏହି ଲୁଟ୍ ଘଟଣାରେ ନିଶ୍ଚିତ କେହି ସ୍ଥାନୀୟ ଦଲାଲର ସଂପୃକ୍ତି ରହିଛି। ପୋଲିସ୍ ତାକୁ ଠାବ କରିବା ସହ ତାଙ୍କର କଷ୍ଟ ଅର୍ଜିତ ବାକି ୩ ଲକ୍ଷ ଟଙ୍କା ଉଦ୍ଧାର କରି ତାଙ୍କୁ ଫେରାଇବାକୁ ସେ ଭଦ୍ରକ ପୋଲିସକୁ ନିବେଦନ କରିଛନ୍ତି।
/-DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.