Home Coronavirus Outbreak ଆରଏଏସ୍ ପକ୍ଷରୁ ଅନ୍ ଲାଇନ୍ ବୌଦ୍ଧିକ ବର୍ଗ: ଉଦବୋଧନ ଦେବେ ମୋହନ ଭାଗବତ୍

ଆରଏଏସ୍ ପକ୍ଷରୁ ଅନ୍ ଲାଇନ୍ ବୌଦ୍ଧିକ ବର୍ଗ: ଉଦବୋଧନ ଦେବେ ମୋହନ ଭାଗବତ୍

796

ଭୁବନେଶ୍ୱର: ମହାମାରୀ କରୋନା ଏବେ ବୈଶ୍ବିକ ସଙ୍କଟ ହୋଇ ଉଭା ହୋଇଛି। ଏହି ସଙ୍କଟର ମୁକାବିଲା ପାଇଁ ଦେଶରେ ଏବେ ଲକ୍ ଡାଉନ୍ ଘୋଷଣା ହୋଇଛି। ଯେଉଁଠି ସଙ୍କଟ ଗମ୍ଭୀର ସେଠି ଦେଶର ନେତୃତ୍ୱ ସହିତ ସଂପୂର୍ଣ୍ଣ ସମାଜର ମଧ୍ୟ ସହଯୋଗର ମଧ୍ୟ ଆବଶ୍ୟକତା ରହିଛି। ଏହି ସଙ୍କଟ ସମୟରେ ଭାରତର ବର୍ତ୍ତମାନ ସାମାଜିକ ରାଜନୈତିକ ନେତୃତ୍ୱ ଏବଂ ସାମାନ୍ୟ ସମାଜର ବ୍ୟବହାର ସଂପୂର୍ଣ୍ଣ ବିଶ୍ଵ ସମ୍ମୁଖରେ ଏକ ଅନୁକରଣୀୟ ଉଦାହରଣ ହୋଇ ଠିଆ ହୋଇଛି। ବର୍ତ୍ତମାନର ପରିସ୍ଥିତିକୁ ଧ୍ୟାନରେ ରଖି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ପକ୍ଷରୁ ଆଜି ଅକ୍ଷୟ ତୃତୀୟା ଅବସରରେ ସନ୍ଧ୍ୟା ୫ଟା ସମୟରେ ଏକ ଅନ୍ ଲାଇନ୍ ବୌଦ୍ଧିକ ବର୍ଗର ଆୟୋଜନ କରାଯାଇଛି। ଯେଉଁ କାର୍ଯ୍ୟକ୍ରମରେ ସଂଘ ପ୍ରମୁଖ (ସର- ସଂଘଚାଳକ) ମୋହନ ଭାଗବତ୍ ଉଦ୍ବୋଧନ ଦେବେ। ବୌଦ୍ଧିକ ବିଷୟ ରହିଛି “ବର୍ତ୍ତମାନ ପରିଦୃଶ୍ୟ ଏବଂ ଆମ ଭୂମିକା”। ଆରଏସଏର ୟୁ- ଟ୍ୟୁବ୍ ଚ୍ୟାନେଲ୍ YouTube.com/user/RSSOrg ଏବଂ ଫେସବୁକ୍ Facebook.com/rssorg ରେ ସନ୍ଧ୍ୟା ୫ଟା ସମୟରେ ଏହାର ସିଧା ପ୍ରସାରଣ ହେବ। -ଦେବଦତ୍ତ ରଥ

ଆଜି ଅକ୍ଷୟ ତୃତୀୟା; ଚନ୍ଦନ ଯାତ୍ରା ଆରମ୍ଭ: ରଥ ନିର୍ମାଣ ଆଉ ମୁଠି ଅନୁକୂଳ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.