Home Top News ସେବା ଓ ସମର୍ପଣ କାର୍ଯ୍ୟକ୍ରମର ସମୀକ୍ଷା: ଯୋଗଦେଲେ ରାଜ୍ୟ ପ୍ରଭାରୀ ଏବଂ ସହପ୍ରଭାରୀ

ସେବା ଓ ସମର୍ପଣ କାର୍ଯ୍ୟକ୍ରମର ସମୀକ୍ଷା: ଯୋଗଦେଲେ ରାଜ୍ୟ ପ୍ରଭାରୀ ଏବଂ ସହପ୍ରଭାରୀ

47

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ୨୦ ଦିନ ବ୍ୟାପି ରାଜ୍ୟସାରା ଚାଲିଥିବା ସେବା ଓ ସମର୍ପଣ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ତଥା ଓଡ଼ିଶା ପ୍ରଭାରୀ ଦୁର୍ଗାବତୀ ପୁରନ୍ଦେଶ୍ୱରୀ ଏବଂ ସହପ୍ରଭାରୀ ବିଜୟପାଲ ସିଂ ତୋମର ଯୋଗଦେଇ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ରାଷ୍ଟ୍ରୀୟ କାର୍ଯ୍ୟ ସମିତି ସଦସ୍ୟ ସାଂସଦ ଜୁଏଲ ଓରାମ, ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ଏବଂ ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରମୂଖ ଉପସ୍ଥିତ ଥିଲେ।

ଆଜି ଓଡ଼ିଶା ଗସ୍ତରେ ଆସିଥିବା ପହଞ୍ଚିବା ପରେ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କୁ ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା, ସୁକେଶୀ ଓରାମ, ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଭୁବନେଶ୍ଵର ବିମାନ ବନ୍ଦରଠାରେ ପହଞ୍ଚି ସ୍ୱାଗତ ଜଣାଇଥିଲେ। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ରାଜ୍ୟ ସହ- ପ୍ରଭାରୀ ବିଜୟପାଲ ସିଂ ତୋମାର ଓଡ଼ିଶା ଗସ୍ତରେ ଆସି ପହଞ୍ଚି ସାରିଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.