Home Coronavirus Outbreak ବିବାହ ବ୍ରତ ଓ ସୁଧିକ୍ରିୟା ଭୋଜିରେ ଲାଗିଲା କଟକଣା

ବିବାହ ବ୍ରତ ଓ ସୁଧିକ୍ରିୟା ଭୋଜିରେ ଲାଗିଲା କଟକଣା

572

ପୁରୀ, ୨୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କରୋନା ପ୍ରତିଷେଧକ ବ୍ୟବସ୍ଥା ଭାବେ ବିବାହ ବ୍ରତ ଓ ସୁଧି କ୍ରିୟା ଭୋଜି ଉପରେ ଜିଲା ପ୍ରଶାସନ କଟକଣା ଲାଗୁ କରିଛି। ଗୋଟିଏ ସ୍ଥାନରେ ଅଧିକ ଲୋକଙ୍କ ସମାଗମ ଯୋଗୁଁ କରୋନା ଭୂତାଣୁ ସଂକ୍ରମିତ ହେବା ସମ୍ଭାବନା ରହିଛି। ତେଣୁ ବିବାହ ବ୍ରତ ଏବଂ ସୁଧି କ୍ରିୟା ସମେତ ସାମାଜିକ କାର୍ଯ୍ୟକ୍ରମରେ ଏକ କାଳୀନ ୫୦ରୁ ଉର୍ଦ୍ଧ୍ୱ ଲୋକ ସମବେତ ନହେବାକୁ ଗୁରୁବାର ନିର୍ଦେଶ ଦିଆଯାଇଛି। ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଗୁଡିକରେ ମଧ୍ୟ ଏହି କଟକଣା ଲାଗୁ ହେବ। ଆଜି ଠାରୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ କଟକଣା ବଳବତର ରହିବ ବୋଲି ଜିଲାପାଳ ବଲଓନ୍ତ ସିଂ ସୂଚନା ଦେଇଛନ୍ତି। ସେହିପରି ଗୁରୁକୁଳ ଏବଂ ଆଶ୍ରମ ଗୁଡିକ ପାଇଁ ମଧ୍ୟ ସମାନ କଟକଣା ଜାରି କରାଯାଇଛି। ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଲୋକମାନେ ଜଣକ ଠାରୁ ଅନ୍ୟ ଜଣେ ଅନ୍ୟୁନ ୧ ମିଟର ଦୂରରେ ରହିବାକୁ ଏବଂ ଥଣ୍ଡା ସର୍ଦ୍ଦି କାଶ ଏବଂ ଜ୍ୱରରେ ପିଡୀତ ଲୋକଙ୍କ ଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ନାମାରେ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.