Home Top News ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀରେ ପ୍ରେତାତ୍ମା !

ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀରେ ପ୍ରେତାତ୍ମା !

114

ଭୁବନେଶ୍ୱର/ବ୍ରହ୍ମପୁର: ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀରେ ଜଣେ ପ୍ରେତାତ୍ମା ସ୍ଥାନ ପାଇଛନ୍ତି। ବିଜୁ ମହିଳା ଜନତା ଦଳର ବିଭିନ୍ନ ପଦପଦବୀ ପାଇଁ ବୁଧବାର ନାମ ଘୋଷଣା କରାଯାଇଛି। ଦଳର ରାଜ୍ଯ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟା ମାନଙ୍କ ନାମ ଘୋଷଣା କରିଛନ୍ତି। ତେବେ, ଏହି ତାଲିକାରେ ଏକ ପ୍ରେତାତ୍ମାଙ୍କ (ମୃତ ବ୍ୟକ୍ତି) ନାମ ରହିଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଲୋଚନା ହେଉଛି, ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ୟା ଭାବେ ଯେଉଁ ମିନାକ୍ଷୀ ମିଶ୍ରଙ୍କ ନାମ ଘୋଷଣା କରାଯାଇଛି, ପ୍ରାୟ ଦୁଇ ବର୍ଷ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ୟା ଭାବେ ୬୮ ଜଣଙ୍କ ନାମ ଘୋଷଣା କରାଯାଇଛି। ଯେଉଁଥିରେ ଅଛନ୍ତି ବ୍ରହ୍ମପୁରର ମିନାକ୍ଷୀ ମିଶ୍ର। ଇଏ ସେହି ମିନାକ୍ଷୀ ମିଶ୍ର, ଜିଏ ୨୦୨୦ ମସିହା ଫେବୃୟାରୀ ୧୨ ତାରିଖରେ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ପରିସରରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ଯା ଉଦ୍ୟମ କରିଥିଲେ ବୋଲି କୁହାଯାଉଛି। ପରେ ଫେବୃୟାରୀ ୨୦ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହି ସମୟରେ ମିନାକ୍ଷୀ ଥିଲେ ବିଜୁ ମହିଳା ଜନତା ଦଳର ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ୟା। ତାଙ୍କ ପୁଅଙ୍କୁ ଏକ ଅପରାଧିକ ମାମଲାରେ ବ୍ରହ୍ମପୁର ପୋଲିସ ଗିରଫ କରିଥିଲା। ମିଥ୍ୟା ମାମଲରେ ତାଙ୍କ ପୁଅକୁ ପୋଲିସ ଗିରଫ କରିଥିବା ଅଭିଯୋଗ ଆଣି ଏହାର ପ୍ରତିବାଦରେ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ଆତ୍ମହତ୍ଯା ଉଦ୍ୟମ କରିଥିଲେ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.