Home ଅପରାଧ ମହିଳା ମୋର୍ଚ୍ଚାର ଧଳା ଜହର ମୁକ୍ତ ଅଭିଯାନକୁ ସମର୍ଥନ ଜଣାଇଲେ ରାଜ୍ୟ ସଭାପତି ସମୀର ମହାନ୍ତି

ମହିଳା ମୋର୍ଚ୍ଚାର ଧଳା ଜହର ମୁକ୍ତ ଅଭିଯାନକୁ ସମର୍ଥନ ଜଣାଇଲେ ରାଜ୍ୟ ସଭାପତି ସମୀର ମହାନ୍ତି

27

ଭୁବନେଶ୍ୱର/ଭଦ୍ରକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ପାତର ଅନ୍ତର ନୀତି ଆପଣାଇ କେବଳ ଦଳୀୟ କର୍ମୀମାନଙ୍କୁ ପକ୍କାଘର ଯୋଗାଉଛନ୍ତି ନେଇ ବିରୋଧ କରିବାରୁ ଭଦ୍ରକ ଜିଲ୍ଲାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଶାସକଦଳ କର୍ମୀମାନେ ଆକ୍ରମଣ କରିଛନ୍ତି। ଏହାର ସମ୍ପୂର୍ଣ ତଦନ୍ତ କରିବା ପାଇଁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ତ୍ଵରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ ପହଞ୍ଚି ଘଟଣାର ସତ୍ୟାସତ୍ୟ ପରଖିବା ସହ ନିର୍ଯାତିତ ପରିବାରଙ୍କୁ ଭେଟିଛନ୍ତି। ତେବେ ଏହି ଅବସରରେ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ଆରମ୍ଭ କରାଯାଇଥିବା ଧଳାଜହର ମୁକ୍ତ ଦସ୍ତଖତ ଅଭିଯାନକୁ ସମର୍ଥନ ଜଣାଇବା ସହ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ କରାଯାଉଥିବା ଏପରି ଅଭିଯାନକୁ ଉଚ୍ଚ ପ୍ରଶଂସା କରିଛନ୍ତି ସମୀର ମହାନ୍ତି। ସମୀର ମହାନ୍ତିଙ୍କ ସମେତ ରାଜ୍ୟ ସମ୍ପାଦକ ତଥା ଭଦ୍ରକ ଜିଲ୍ଲା ପ୍ରଭାରୀ କାଳନ୍ଦୀ ସାମଲ, ରାଜ୍ୟ ପ୍ରବକ୍ତା ଠାକୁର ରଞ୍ଜିତ ଦାସ ଏହି ଅଭିଯାନକୁ ସମର୍ଥନ ଜଣାଇ ଦସ୍ତଖତ କରିଛନ୍ତି। ଏହି ସମୟରେ ସେଠାରେ ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ସମେତ ମହିଳା ମୋର୍ଚ୍ଚା ଜିଲ୍ଲା ଉପାଧ୍ୟକ୍ଷା ଉଷା ପାଢ଼ୀ, ସାଧାରଣ ସମ୍ପାଦିକା ଲିପିକା ବାରିକ, ଆଇଟି ସେଲ୍ ସଂଯୋଜିକା ସ୍ୱର୍ଣ୍ଣଲତା ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ମଧ୍ୟ ମହିଳା ମୋର୍ଚ୍ଚାର ଧଳା ଜହର ମୁକ୍ତ ଅଭିଯାନକୁ ଭୁୟସୀ ପ୍ରଶଂସା କରି ଦସ୍ତଖତ କରି ସମର୍ଥନ ଜଣାଇଥିଲେ। ଆଗକୁ ଏପରି ଦସ୍ତଖତ ଅଭିଯାନ ବ୍ୟାପକ କରାଯାଇ ସଚେତନତା ସୃଷ୍ଟି କରାଯିବା ସହ ଭଦ୍ରକକୁ ସଂପୂର୍ଣ୍ଣ ଧଳା ଜହର ମୁକ୍ତ କରିବା ଦାବୀରେ ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପଠାଯିବ ବୋଲି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ କହିଛନ୍ତି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.