Home କେନ୍ଦୁଝର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ବିଡିଓ

ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ବିଡିଓ

58

ହାଟଡିହି-୪/୮: (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ବିଡିଓ ବିନିତା ବିଜୟିନୀ ଆଜି ଏକ ସ୍କୁଲକୁ ପରିଦର୍ଶନରେ ଯାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଥିବା ଜଣାଯାିଛି । ଖବରରୁ ଜଣାଯାଇଛି ଯେ ବିଡିଓ ବିନିତା ବିଜୟନୀ ଆଜି ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଉନ୍ନୟନ ମୁଳକ କାର‌୍ୟ୍ୟର ତଦାରଖ କରିବାକୁ ଯାଇଥିଲେ । ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ କୋଭିଡ ନିୟମାନୁଯାଇ ଶିକ୍ଷାଦାନ କରାଯାଉଛି କି ନାହିଁ ସେନେଇ ବିଭିନ୍ନ ଶ୍ରେଣୀଗୃହ ବୁଲି ତଦାରଖ କରିବା ସହିତ ସ୍କୁଲର ପରିବେଶ ଦେଖି ଖୁସି ବ୍ୟକ୍ତ କରିôତଲେ । ଏପରିକି ୧୦ମ ଶ୍ରେଣୀର ପିଲାମାନଙ୍କୁ ଇତିହାସ ବିଷୟରେ ଶିକ୍ଷାଦାନ କରିଥିଲେ । ବିଡିଓଙ୍କ ଏପରି କାର‌୍ୟ୍ୟକୁ ସାଧାରଣରେ ଖୁବ ପ୍ରସଂଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.