Home Top News ବିଶେଷ ସୂଚନା: ବଦଳି ଯାଇଛନ୍ତି ବିଜେପି ରାଜ୍ୟ ସଭାପତି!

ବିଶେଷ ସୂଚନା: ବଦଳି ଯାଇଛନ୍ତି ବିଜେପି ରାଜ୍ୟ ସଭାପତି!

181

ଭୁବନେଶ୍ୱର: ବଦଳି ସାରିଛନ୍ତି ବିଜେପି ରାଜ୍ୟ ସଭାପତି। ସମୀର ମହାନ୍ତିଙ୍କୁ ଅପସାରିତ କରି ମନମୋହନ ସାମଲ ହୋଇଛନ୍ତି ନବନିଯୁକ୍ତ ରାଜ୍ୟ ସଭାପତି। ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ନବନିଯୁକ୍ତ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆସରିଛି। ମନମୋହନ ମଧ୍ୟ ତାଙ୍କ ଅଭିଭାଷଣରେ ସମୀର ମହାନ୍ତିଙ୍କ ସମେତ ତାଙ୍କ ଟିମକୁ ଏକ ପ୍ରକାର ବିଦାୟୀ ସମ୍ବର୍ଦ୍ଧନା ଦେଇଦେଇଛନ୍ତି। ଏହାକୁ ବୋଧେ ହଜମ୍ କରି ପାରିନାହାଁନ୍ତି ଅନେକ ନେତାନେତ୍ରୀ। ଏମିତିରେ ତ’ ମନମୋହନ ସାମଲ ସଭାପତି ଘୋଷଣା ହେବା ରାଜ୍ୟ ବିଜେପି ପାଇଁ ଏକ ଅଦିନିଆ ବଜ୍ର ଥିଲା। ତେବେ, ନିଜକୁ ରାଜ୍ୟ ବିଜେପିର ମଙ୍ଗୁଆଳ ବୋଲାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ମନମୋହନ ସଭାପତି ହେବା ସବୁଠାରୁ ବଡ଼ ଝଟକା ଥିଲା ବୋଲି କୁହାଯାଉଛି। ସେଥିରେ ପୁଣି ସଭାପତି ହେବା ପରେ ମନମୋହନଙ୍କ କାର୍ଯ୍ୟଶୈଳୀ ରାଜ୍ୟରେ ଧର୍ମେନ୍ଦ୍ରଙ୍କ ପତିଆରାକୁ ନ୍ୟୁନ କରିଚାଲିଛି। ଏମିତିରେ ଖୁବ୍ ଶୀଘ୍ର, ସମ୍ଭବତଃ ଝାରସୁସୁଗୁଡା ଉପନିର୍ବାଚନ ପରେ ପରେ ମନମୋହନ ତାଙ୍କ ନୂଆ ଟିମ୍ ଘୋଷଣା କରିବେ। ଯାହାକୁ ନେଇ ଅନେକ ପଦପଦବୀଧାରୀ ଏବେ ଶଙ୍କାରେ ଅଛନ୍ତି। କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଖୋସାମତି କରି ପଦପଦବୀ ଜାବୁଡ଼ି ଧରିଥିବା ମନ୍ତ୍ରୀଙ୍କ ଗୋଷ୍ଠୀ ବଡ଼ ବିଚଳିତ ହୋଇପଡ଼ିଛନ୍ତି। ସମୀର ମହାନ୍ତିଙ୍କ ପରି ବୋଲ ମାନୁଥିବା ସଭାପତିକୁ ଏବେ ବି ସେମାନେ ଭୁଲି ପାରୁନାହାଁନ୍ତି ଏବଂ ମନମୋହନ ସାମଲଙ୍କୁ ବୋଧେ ହଜମ୍ କରିପାରୁ ନାହାଁନ୍ତି! ଏହାର ଏକ ଉଦାହରଣ ଝାରସୁଗୁଡା ଉପନିର୍ବାଚନ ପ୍ରଚାର କାର୍ଯ୍ୟର ଏକ କାର୍ଯ୍ୟକ୍ରମରେ ଲାଗିଥିବା ବ୍ୟାନରରେ ଦେଖିବାକୁ ମିଳିଛି।ବ୍ୟାନରଟିରେ ପାର୍ଥି ଟଙ୍କଧର ତ୍ରିପାଠୀଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ରାଷ୍ଟ୍ରୀୟ ମହାସଚିବ ତଥା ଓଡ଼ିଶା ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶେଶ୍ୱର ଟୁଡୁ, ବୀରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ସ୍ଥାନୀୟ ସାଂସଦ ସୁରେଶ ପୂଜାରୀଙ୍କ ସହିତ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଫଟୋ ରହିଛି। କିନ୍ତୁ,ବ୍ୟାନରରେ ଏବେକାର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଫଟୋ ନାହିଁ! ରାଜ୍ୟ ବିଜେପି ସଭାପତିଙ୍କ ସ୍ଥାନରେ ଭୁଲରେ ପୂର୍ବତନ ସଭାପତିଙ୍କ ଫଟୋ ରହିଯାଇଛି ବୋଲି ଏମାନେ ନିଶ୍ଚିତ କହିବେ। ତେବେ, ଏହା କ’ଣ କେବେ ଏକ ସାଧାରଣ ଭୁଲ୍ ହୋଇପାରେ??
-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.