Home ଜିଲ୍ଲା ପରିକ୍ରମା ସ୍ୱାସ୍ଥ୍ୟ ବିଭାଗରୁ ଅବସର ନେଲେ କବି ରମେଶ ସ୍ୱାଇଁ

ସ୍ୱାସ୍ଥ୍ୟ ବିଭାଗରୁ ଅବସର ନେଲେ କବି ରମେଶ ସ୍ୱାଇଁ

41

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି ରମେଶ ଚନ୍ଦ୍ର ସ୍ୱାଇଁ । ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ପରିସଂଖ୍ୟାନ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରି ଗତ ମାସ ୩୦ ତାରିଖ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଏକ ବିଦାୟକାଳୀନ ସଭା ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅବସର କମିଟି ପକ୍ଷରୁ ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ କର୍ମଚାରୀ ବିରେନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ର ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେଯେ, ଶ୍ରୀ ସ୍ୱାଇଁ ଜଣେ ମେଳାପି, କର୍ମଠ ଓ ଜଣେ କବି ଭାବରେ ବେଶ ପରିଚିତ ଥିଲେ । କୋଭିଡ ମହାମାରୀ ସମୟରେ ଶ୍ରୀ ସ୍ୱାଇଁ ଜରୁରୀ ସେବା ଓ ଆମ୍ବୁଲାନ୍ସ ପରିଚାଳନା ଦାୟିତ୍ୱରେ ରହି ସଫଳ ଭାବେ ତୁଲାଇଥିଲେ । ସହକାରୀ ଜିଲ୍ଲା ଚିକିତ୍ସାôଦକାରୀ ପରିବାର କଳ୍ୟାଣ(ପରିବାର କଲ୍ୟାଣ) ଡାକ୍ତର ଜୟନ୍ତ କୁମାର ପଣ୍ଡା ଓ ଡାକ୍ତର ସନ୍ତୋଷ କୁମାର ଜେନା(ସହକାରୀ ଜିଲ୍ଲା ଚିକିତ୍ସାଧିକାରୀ, ମେଡିକାଲ), ଆଇଏମର ବରିଷ୍ଠ ଉପଦେଷ୍ଟା ଡାକ୍ତର ହରେକୃଷ୍ଣ ନାୟକ ପ୍ରମୁଖ ଯୋଗଦେଇ ଜିଲ୍ଲା ଚିକିତ୍ସାଳୟରେ ନିଜର କର୍ମ ତତ୍ପରତା ଓ ଦକ୍ଷତା ପାଇଁ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଥିଲେ । କେବଳ ସେ ନିଜ କର୍ତ୍ତବ୍ୟ ନୁହେଁ, ବରଂ ମେଡିକାଲକୁ ଆସୁଥିବା ବହୁ ଅସହାୟଙ୍କ ଚିକିତ୍ସା କ୍ଷେତ୍ରରେ ସାହାର୍ଯ୍ୟ ସହଯୋଗ କରୁଥିଲେ । ଏଥି ସହିତ ସେ ଜଣେ ଦକ୍ଷ କବି ଭାବେ ମଧ୍ୟ ନାମ କମାଇଥିଲେ ବୋଲି ଡାକ୍ତର ନାୟକ ନିଜ ଅଭିଭାଷଣରେ କହିଥିଲେ । ଶେଷରେ ଶ୍ରୀ ସ୍ୱାଇଁଙ୍କୁ ମାନପତ୍ର, ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ପତି, ରମେଶ ଚନ୍ଦ୍ର ବେହେରା, ଗୟାଧର ମଲ୍ଲିକ, ଦାଶରଥୀ ପରିଡ଼ା, ଗୋଲେଖ ସାହୁଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ସଭା ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.