Home Coronavirus Outbreak କେବଳ ରାଜ୍ୟରେ ନୁହେଁ, ଦେଶରେ ମଧ୍ୟ ମୃତ୍ୟୁର ସର୍ବକାଳୀନ ରେକର୍ଡ଼ ଭାଙ୍ଗିଲା କରୋନା – ପ୍ରଥମ...

କେବଳ ରାଜ୍ୟରେ ନୁହେଁ, ଦେଶରେ ମଧ୍ୟ ମୃତ୍ୟୁର ସର୍ବକାଳୀନ ରେକର୍ଡ଼ ଭାଙ୍ଗିଲା କରୋନା – ପ୍ରଥମ ଥର ପାଇଁ ରାଜ୍ୟରେ ୨୧ ଏବଂ ଦେଶରେ ପାଖାପାଖି ୪, ୨୦୦ ମୃତ୍ୟୁ

48

କ୍ରମାଗତ ତୃତୀୟ ଦିନ ପାଇଁ ଦେଶରେ ନୂଆ ମାମଲା ୪ ଲକ୍ଷ ଅତିକ୍ରମ କଲା

ନୂଆଦିଲ୍ଲୀ ୦୮ ମଇ (ଓଡ଼ିଆ ପୁଅ) ଭାରତରେ କରୋନା ଭୂତାଣୁ ସଂକ୍ରମଣରେ ଏବେ ଅଧିକ ମୃତ୍ୟୁ ରେକର୍ଡ଼ ହେଉଛି। ବର୍ତ୍ତମାନ କେବଳ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉନାହିଁ, ବରଂ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ସମସ୍ତ ରେକର୍ଡ ଭାଙ୍ଗିଛି ଏବଂ ଭାରତରେ ଗୋଟିଏ ଦିନରେ ଚାରି ହଜାରରୁ ଅଧିକ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏଥିସହିତ କ୍ରମାଗତ ତୃତୀୟ ଦିନ ପାଇଁ ଦେଶରେ ୪ ଲକ୍ଷରୁ ଅଧିକ କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଶୁକ୍ରବାର ଦିନ ଦେଶରେ ରେକର୍ଡ ୪, ୦୧, ୦୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ ସଂକ୍ରମଣ ମାମଲା ୨, ୧୮, ୯୨, ୬୭୬ କୁ ବୃଦ୍ଧି ପାଇଥିବାବେଳେ ଦେଶରେ ୩୭ ଲକ୍ଷରୁ ଅଧିକ ରୋଗୀ ଏହି ରୋଗରେ ପୀଡିତ ଅଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪, ୧୮୭ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୨, ୩୮, ୨୭୦ କୁ ବୃଦ୍ଧି ପାଇଛି। କ୍ରମାଗତ ଭାବେ ବୃଦ୍ଧି ପାଉଥିବା ରୋଗୀଙ୍କ ମଧ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୭, ୨୩, ୪୪୬ କୁ ବୃଦ୍ଧି ପାଇଛି, ଯାହାକି ସମୁଦାୟ ସଂକ୍ରମଣର ୧୬.୯୬ ପ୍ରତିଶତ ଅଟେ। ତେବେ ଦେଶରେ ଜାତୀୟ ଆରୋଗ୍ୟ ହାର ୮୧.୯୫ ପ୍ରତିଶତକୁ ଖସି ଆସିଛି। ଏହି ରୋଗରୁ ଆରୋଗ୍ୟ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୧, ୭୯, ୩୦, ୯୬୦ କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୦୯ ପ୍ରତିଶତ ରେକର୍ଡ କରାଯାଇଛି।

ଅପର ପକ୍ଷରେ ରାଜ୍ୟରେ ଆଜି ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୨୧୬୧ କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟଯେ, ମଇ ମାସରେ ପ୍ରଥମ ସପ୍ତାହରେ ୧୦୦ ରୁ ଉର୍ଦ୍ଧ ଜୀବନ ନେଇସାରିଲାଣି କରୋନା ମହାମାରୀ। ଏ ପର୍ଯ୍ୟନ୍ତ ମଇ ମାସରେ ୧୦୭ ଜଣଙ୍କର ମୃତ୍ୟୁ ରିପୋର୍ଟ ହୋଇଥିବା ଜଣାପଡ଼ିଛି। ଗତକାଲି ମଧ୍ୟ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲାର ୨ ଜଣ, ଭଦ୍ରକ ଜିଲ୍ଲାର ୨ ଜଣ, କଟକ ଜିଲ୍ଲାର ୨ ଜଣ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡା ଏବଂ ଖୋର୍ଦ୍ଧା, ନୁଆପଡା, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାରୁ ୪ ଜଣ ଏବଂ ସୁନ୍ଦରଗଡ ଜିଲ୍ଲାରୁ ୨ଜଣଙ୍କର ମୃତ୍ୟୁ ହୋଇଛି।

୧୦ ଟି ରାଜ୍ୟରେ ୭୧ ପ୍ରତିଶତ ମାମଲା

ସମଗ୍ର ଦେଶରେ ଦିନକୁ ଆସୁଥିବା କୋଭିଡ -୧୯ ର ନୂଆ ମାମଲା ମଧ୍ୟରୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ସମେତ ଦଶ ରାଜ୍ୟରୁ ୭୧.୮୧ ପ୍ରତିଶତ ମାମଲା ଆସୁଛି। ସର୍ବାଧିକ ମାମଲା ଥିବା ଦଶଟି ରାଜ୍ୟ ତାଲିକାରେ କର୍ଣ୍ଣାଟକ, କେରଳ, ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ରାଜସ୍ଥାନ ମଧ୍ୟ ଅନ୍ତର୍ଭୁକ୍ତ। ମହାରାଷ୍ଟ୍ରରେ ଦିନକୁ ସର୍ବାଧିକ ୫୪, ୦୨୨ ନୂତନ ମାମଲା ରହିଥିଲା। ଏହା ପରେ କର୍ଣ୍ଣାଟକରେ ୪୮, ୭୮୧ ଥିବାବେଳେ କେରଳରେ ୩୮, ୪୬୦ ନୂତନ ସଂକ୍ରମଣ ହୋଇଥିଲା।

ଏପର୍ଯ୍ୟନ୍ତ ୧୬, ୪୯, ୭୩, ୦୫୮ ଜଣ ଲୋକ ଟିକା ନେଇସାରିଲେଣି।

ସେଥିମଧ୍ୟରୁ ମହାରାଷ୍ଟ୍ର, ରାଜସ୍ଥାନ, ଗୁଜୁରାଟ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, କେରଳ, ବିହାର ଏବଂ ଆନ୍ଧ୍ରପ୍ରଦେଶରେ ୬୬.୮୪ ପ୍ରତିଶତ ଟିକା ନେଇଛନ୍ତି ଲୋକେ।

ଗତ ୨୪ ଘଣ୍ଟା ମଧ୍ୟରେ ୨୩ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି।

ମଇ ମାସରେ ଦେଶରେ ମୃତ୍ୟୁ

୭ ମଇ ୨୦୨୧: ୪୦୧, ୩୨୬ ନୂଆ ମାମଲା ଏବଂ ୪, ୧୯୪ ମୃତ୍ୟୁ।

୬ ମଇ ୨୦୨୧ : ୪୧୪, ୪୩୩ ନୂତନ ମାମଲା ଏବଂ ୩, ୯୨୦ ମୃତ୍ୟୁ।

୫ ମଇ ୨୦୨୧ : ୪୧୨, ୬୧୮ ନୂତନ ମାମଲା ଏବଂ ୩, ୯୮୨ ମୃତ୍ୟୁ।

୪ ମଇ ୨୦୨୧: ୩୮୨, ୬୯୧ ନୂତନ ମାମଲା ଏବଂ ୩, ୭୮୬ ମୃତ୍ୟୁ।

୩ ମଇ ୨୦୨୧: ୩୫୫, ୮୨୮ ନୂତନ ମାମଲା ଏବଂ ୩, ୪୩୮ ମୃତ୍ୟୁ।

୨ ମଇ ୨୦୨୧: ୩୭୦, ୦୫୯ ନୂତନ ମାମଲା ଏବଂ ୩, ୪୨୨ ମୃତ୍ୟୁ।

୧ ମଇ ୨୦୨୧: ୩୯୨, ୫୬୨ ନୂତନ ମାମଲା ଏବଂ ୩, ୬୮୮ ମୃତ୍ୟୁ।

୧ ମଇ ପରଠାରୁ ଦେଶରେ ମୃତ୍ୟୁ ସଂଖ୍ୟା ୩ ହଜାର ପାର କରିଥିବା ବେଳେ ରାଜ୍ୟରେ ମଧ୍ୟ ମୃତ୍ୟୁ ସଂଖ୍ୟା ଆଜି ରେକର୍ଡ ଭାଙ୍ଗିଛି। ତେବେ ଜାଣନ୍ତୁ ମଇ ମାସରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା

ମଇ ୧ରେ ୪୬୫୬୦ ଟେଷ୍ଟିଂ ହୋଇଥିବା ବେଳେ ୮୦୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା।

ମଇ ୨ରେ ୪୬୬୪୩ ଟେଷ୍ଟିଂ ହୋଇଥିବା ବେଳେ ୮୯୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ୫ ଜଣଙ୍କର ମୃତ୍ୟୁ ହୋଇଥିଲା।

ମଇ ୩ରେ ୪୩୬୮୨ ଟେଷ୍ଟିଂ ହୋଇଥିବା ବେଳେ ୮୨୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା।

ମଇ ୪ରେ ୪୮୧୦୧ ଟେଷ୍ଟିଂ ହୋଇଥିବା ବେଳେ ୯୮୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା।

ମଇ ୫ରେ ୪୮୩୧୪ ଟେଷ୍ଟିଂ ହୋଇଥିବା ବେଳେ ୧୦୫୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା।

ମଇ ୬ ରେ ୫୦୭୯୯ ଟେଷ୍ଟିଂ ହୋଇଥିବା ବେଳେ ୧୨୨୩୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା।

ମଇ ୭ରେ ୫୦୮୬୪ ଟେଷ୍ଟିଂ ହୋଇଥିବା ବେଳେ ୧୧୮୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ୨୧ ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.