Home ଓଡ଼ିଶା ଆଜିସୁଦ୍ଧା ରେକର୍ଡ ପରିମାଣର ୧୦୯୫.୩୮ ଲକ୍ଷ ହେକ୍ଟର ଜମିରେ ହୋଇଛି ଖରିଫ ଫସଲ ଚାଷ

ଆଜିସୁଦ୍ଧା ରେକର୍ଡ ପରିମାଣର ୧୦୯୫.୩୮ ଲକ୍ଷ ହେକ୍ଟର ଜମିରେ ହୋଇଛି ଖରିଫ ଫସଲ ଚାଷ

99

– ଧାନ ବୁଣା ଓ ରୁଆ କାର୍ଯ୍ୟ ଜାରି ରହିଛି, ତେବେ ଡାଲି, ମୋଟା ଦାନା ଶସ୍ୟ, ମାଣ୍ଡିଆ ଏବଂ ତୈଳବୀଜ ବୁଣା ପ୍ରାୟ ଶେଷ ହୋଇଛି

– ଠିକ୍ ସମୟରେ ସରକାରଙ୍କ ପକ୍ଷରୁ ଇନପୁଟ ଯଥା: ବିହନ, କୀଟନାଶକ, ସାର, ଯନ୍ତ୍ରପାତି ଏବଂ ଋଣ ଯୋଗାଣ ଦ୍ଵାରା, ମହାମାରୀ ଯୋଗୁଁ ଲକଡାଉନ୍ ଅବସ୍ଥାରେ ମଧ୍ୟ ବ୍ୟାପକ ଅଞ୍ଚଳରେ ଏହି ଚାଷ ପରିବ୍ୟାପ୍ତ ହୋଇ ପାରିଛି – କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର

ନୂଆ ଦିଲ୍ଲୀ ୫-୯ (ଓଡ଼ିଆ ପୁଅ) ଚଳିତ ଖରିଫ ଋତୁ ୨୦୨୦ରେ, ବର୍ତ୍ତମାନ ସୁଦ୍ଧା ରେକର୍ଡ ପରିମାଣର ୧୦୯୫.୩୮ଲକ୍ଷ ହେକ୍ଟର ପରିବ୍ୟାପ୍ତ ଜମିରେ ଫସଲ ଚାଷ ହୋଇଛି। ଡାଲି, ମୋଟା ଦାନ ଶସ୍ୟ, ମାଣ୍ତିଆ ଏବଂ ତୈଳବୀଜ ଫସଲ ବୁଣା ପ୍ରାୟ ଶେଷ ହୋଇଥିବା ବେଳେ, ଧାନ ବୁଣା ଓ ରୁଆ ଜାରି ରହିଛି। ଆଜି ପର୍ଯ୍ୟନ୍ତ ଖରିଫ ଫସଲ ଚାଷ ଏବଂ ଏହାର ପରିବ୍ୟାପ୍ତ ଓ ଅଗ୍ରଗତି ଉପରେ କୋଭିଡ.୧୯ର କୌଣସି ପ୍ରଭାବ ପଡି ନାହିଁ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଯେ, ଭାରତ ସରକାରଙ୍କ ପକ୍ଷରୁ ମଞ୍ଜି, କୀଟନାଶକ, ସାର, ଯନ୍ତ୍ରପାତି ଏବଂ ଋଣ ଭଳି ଇନପୁଟଗୁଡିକ ଠିକ୍ ସମୟରେ ଯୋଗାଇ ଦେବା ଦ୍ଵାରା ମହାମାରୀ ଯୋଗୁଁ ଲକଡାଉନ କାଳରେ ମଧ୍ୟ ବ୍ୟାପକ ଅଞ୍ଚଳରେ ଖରିଫ ଚାଷ କାର୍ଯ୍ୟ ସମ୍ଭବ ହୋଇପାରିଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାର ସମସ୍ତ ପ୍ରୟାସ ଯୋଗୁଁ ମିଶନ କାର୍ଯ୍ୟକ୍ରମ ଏବଂ ପ୍ରମୁଖ ଯୋଜନାର ସଫଳ ରୂପାୟନ ହୋଇପାରିଛି। ଶ୍ରୀ ତୋମର କହିଛନ୍ତି ଯେ ଠିକ ସମୟରେ ପଦକ୍ଷେପ ତଥା ପ୍ରଯୁକ୍ତିବିଦ୍ୟାର ଉପଯୋଗ ଓ କୃଷକମାନଙ୍କୁ ଋଣ ଯୋଗାଣ ଦ୍ଵାରା ଚାଷୀମାନେ ସରକାରୀ ଯୋଜନାର ଲାଭ ଉଠାଇ ପାରିଛନ୍ତି।

ଖରିଫ ଋତୁ ପାଇଁ ଚୂଡାନ୍ତ ଫସଲ ବୁଣାବୁଣି ପରିସଂଖ୍ୟାନ ୨ ଅକ୍ଟୋବର ୨୦୨୦ରେ ଶେଷ ହେବ। ଖରିଫ ଫସଲ ଅଧୀନରେ ବିଭିନ୍ନ ଫସଲର ବୁଣିବାର ସ୍ଥିତି ନିମ୍ନରେ ପ୍ରଦାନ କରାଗଲା:ଧାନ : ଗତ ବର୍ଷ ଏହି ସମୟ ମଧ୍ୟରେ ୩୬୫.୯୨ ଲକ୍ଷ ହେକ୍ଟର ତୁଳନାରେ ଚଳିତ ବର୍ଷ ୩୯୬.୧୮ ଲକ୍ଷ ହେକ୍ଟରରେ ଧାନ ବୁଣା ଓ ରୁଆ ଯାଇଛି। ଚାଷର ବ୍ୟାପକତା ୮.୨୭% ବୃଦ୍ଧି।

ଡାଲି: ଗତ ବର୍ଷର ୧୩୦.୬୮ ଲକ୍ଷ ହେକ୍ଟର ତୁଳନାରେ ୧୩୬.୭୯ ଲକ୍ଷ ହେକ୍ଟରରେ ବୁଣାଯାଇଛି। ଚାଷ ବ୍ୟାପକତା ୪.୬୭% ବୃଦ୍ଧି।

ମୋଟାଦାନା ଶସ୍ୟ: ଗତ ବର୍ଷର ୧୭୬.୨୫ ଲକ୍ଷ ହେକ୍ଟର ତୁଳନାରେ ୧୭୯.୩୬ ଲକ୍ଷ ହେକ୍ଟର କ୍ଷେତ୍ରରେ ହୋଇଛି। ଚାଷର ବ୍ୟାପକତା ୧.୭୭% ବୃଦ୍ଧି।

ତୈଳବୀଜ ଫସଲ: ଗତ ବର୍ଷର ୧୭୪.୦୦ ଲକ୍ଷ ହେକ୍ଟର ତୁଳନାରେ ୧୯୪.୭୫ ଲକ୍ଷ ହେକ୍ଟର ଜମିରେ ବୁଣାଯାଇଛି। ଚାଷର ବ୍ୟାପକତା ୧୧.୯୩% ବୃଦ୍ଧି ପାଇଛି।

ଆଖୁ: ଗତ ବର୍ଷର ୫୧.୭୧ ଲକ୍ଷ ହେକ୍ଟର ତୁଳନାରେ ୫୨.୩୮ ଲକ୍ଷ ହେକ୍ଟର କ୍ଷେତ୍ରରେ ଚାଷ ହୋଇଛି। ଚାଷର ବ୍ୟାପକତା ୧.୩୦% ବୃଦ୍ଧି।

କପା: ଗତ ବର୍ଷର ୧୨୪.୯୦ ଲକ୍ଷ ହେକ୍ଟର ତୁଳନାରେ ୧୨୮.୯୫ ଲକ୍ଷ ହେକ୍ଟର ଅଞ୍ଚଳରେ ଚାଷ ହୋଇଛି। ଚାଷର ବ୍ୟାପକତା ୩.୨୪% ବୃଦ୍ଧି।

ଝୋଟ ଏବଂ ମେସ୍ତା: ଗତ ବର୍ଷର ୬.୮୬ ଲକ୍ଷ ହେକ୍ଟର ତୁଳନାରେ ୬.୯୭ଲକ୍ଷ ହେକ୍ଟର ଅଞ୍ଚଳରେ ଚାଷ କରାଯାଇଛି। ଚାଷର ବ୍ୟାପକତା ୧.୬୮% ବୃଦ୍ଧି ହୋଇଛି।

Progress of area coverage under Kharif crops as on 04.09.2020
S.
No. Crop Area Sown in lakh ha % Increase
2020-21 2019-20 2019-20
1 Rice 396.18 365.92 8.27
2 Pulses 136.79 130.68 4.67
3 Coarse cereals 179.36 176.25 1.77
4 Oilseeds 194.75 174.00 11.93
5 Sugarcane 52.38 51.71 1.30
6 Jute & Mesta 6.97 6.86 1.68
7 Cotton 128.95 124.90 3.24
Total 1095.38 1030.32 6.32
୦୩-୦୯-୨୦୨୦ ସୁଦ୍ଧା, ଦେଶରେ ହୋଇଥିବା ପ୍ରକୃତ ବୃଷ୍ଟିପାତ ହେଉଛି ୭୯୫.୦ ମିଲିମିଟର ଯାହା, ୦୧-୦୬-୨୦୨୦ ରୁ ୦୩-୦୯-୨୦୨୦ ମଧ୍ୟରେ ଛାଡି ଯାଇଥିବା ସାଧାରଣ ବୃଷ୍ଟିପାତ ୭୩୦.୮ ତୁଳନାରେ (+) ୯%।
କେନ୍ଦ୍ରୀୟ ଜଳ ଆୟୋଗଙ୍କ ରିପୋର୍ଟ ଅନୁଯାୟୀ, ୦୩-୦୯-୨୦୨୦ ସୁଦ୍ଧା, ଦେଶର ୧୨୩ଟି ଜଳଭଣ୍ଡାରରେ ଉପଲବ୍ଧ ଜଳ ସଂରକ୍ଷଣ ଗତ ବର୍ଷର ସମାନ ସମୟର ୧୦୪% ଏବଂ ଗତ ଦଶ ବର୍ଷର ହାରାହାରି ସଂରକ୍ଷଣର ୧୨୦% ଅଟେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.