Home ଓଡ଼ିଶା ବିଜେପିରେ ବିଦ୍ରୋହ:ରାଜ୍ୟ କାର୍ଯ୍ୟାଳୟରେ ତାଲା;କୋରାପୁଟରେ ନିଆଁ:ଅସନ୍ତୋଷ କୁହୁଳୁଛି!

ବିଜେପିରେ ବିଦ୍ରୋହ:ରାଜ୍ୟ କାର୍ଯ୍ୟାଳୟରେ ତାଲା;କୋରାପୁଟରେ ନିଆଁ:ଅସନ୍ତୋଷ କୁହୁଳୁଛି!

697

ବିଜେଡି ବିରୋଧରେ ତାଲା ପକାଉଥିଲେ,ଆଜି ନିଜ କାର୍ଯ୍ୟାଳୟରେ ତାଲା ପକାଇଲେ ବିଜେପି କର୍ମୀ
ଭୁବନେଶ୍ୱର:ଏଇ କିଛି ଦିନ ତଳେ ବିଜେପି ଓଡ଼ିଶା ପକ୍ଷରୁ ବିଜେଡି ସରକାର ସମୟରେ ଚାଲିଥିବା ଦୁର୍ନୀତି,ଭ୍ରଷ୍ଟାଚାର,ପିସି କାରବାର ଆଦି ବିରୋଧରେ ଚାଲିଥିଲା ବ୍ୟାପକ ଆନ୍ଦୋଳନ।ବିଜେପି ନେତା/କର୍ମୀମାନେ ଏହାକୁ ନେଇ ରାଜ୍ୟସାରା ବ୍ଲକ ଅଫିସ ଘେରାଉ କରିଥିଲେ।ରାଜ୍ୟ ସରକାର ଯୁବ ସମାଜକୁ ନିଯୁକ୍ତି ଦେବାରେ ବିଫଳ କହି ଏମ୍ପଲଏମେଣ୍ଟ ଏକ୍ସଚେଞ୍ଜ ଗୁଡ଼ିକରେ ତାଲା ପକାଇଥିଲା ବିଜେପି।କିନ୍ତୁ ଆଜି ଟିକେଟ ବଣ୍ଟନ ପରେ ସେହି କର୍ମୀମାନେ ନିଜ ରାଜ୍ୟ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି।ଧାରଣାରେ ବସିଛନ୍ତି।ରାଜ୍ୟ କାର୍ଯ୍ୟାଳରେ ଭଙ୍ଗାରୁଜା କରିଛନ୍ତି।ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ଘରେ ଏବଂ ଗାଡ଼ି ଭାଙ୍ଗିଛନ୍ତି।ଏପରି କିଛି ଅନୁମାନ ପୂର୍ବରୁ ହିଁ ଅନୁମାନ କରାଯାଉଥିଲା।

ବିଜେପିର ବ୍ଲକ ଘେରାଉ ଓ ତାଲାପକା କାର୍ଯ୍ୟକ୍ରମ:ଶେଷ ଘେରାଉ ଏବଂ ତାଲା ପକା ଏବେ ବାକି ଅଛି!

ଏକାମ୍ର ଭୁବନେଶ୍ୱର ବିଧାନସଭା ଆସନ ପାଇଁ ଟିକେଟ ଆଶାୟୀ ଥିବା ବିଜେପି ନେତା ଅମୀୟ ଦାସଙ୍କୁ ଟିକେଟ ଦିଆଯାଇ ନ’ଯାଇ,ତାଙ୍କ ସ୍ଥାନରେ ବିଜେଡିରୁ ଆମଦାନୀ ହୋଇ ଆସିଥିବା ବାବୁ ସିଂଙ୍କୁ ଟିକେଟ ଦିଆଯାଇଥିବା ପ୍ରତିବାଦରେ ଅମୀୟଙ୍କ ସମର୍ଥକମାନେ ଏପରି ବିଦ୍ରୋହ କରିଛନ୍ତି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଦ୍ରୋହୀ ମାନେ ଆକ୍ଷେପ କରିଛନ୍ତି।

ସେହିପରି କୋରାପୁଟ ଲକ୍ଷ୍ମୀପୁର ବିଜେପି କାର୍ଯ୍ୟାଳରେ ନିଆଁ ଲାଗିଛି।ଲକ୍ଷ୍ମିପୁର ବିଜେପି କାର୍ଯ୍ୟାଳୟରେ କର୍ମୀମାନେ ତାଣ୍ଡବଲୀଲା କରି ଅଫିସ ଭଙ୍ଗାରୁଜା କରିଛନ୍ତି।ଲକ୍ଷ୍ମିପୁର ବିଧାନସଭା ଆସନ ନିମନ୍ତେ ବିଜେପି କୁମୁଦ ଚନ୍ଦ୍ର ସାଉଁତାଙ୍କ ନାମ ଘୋଷଣା ହେବା ପରେ ବିଜେପି କର୍ମି ଓ ଆଶାୟୀମାନେ କାର୍ଯାଳୟରେ ପହଞ୍ଚି ସମସ୍ତ ଜିଣିଷ ଫୋପାଡି ଦେଇ ଜାଳି ଦେଇଛନ୍ତି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫୋଟୋ ଥିବା ପୋଷ୍ଟର ଓ ବିଜେପି ପତାକା ଗୁଡିକ ମଧ୍ୟ ପୋଡ଼ି ଦେଇଛନ୍ତି।ଏହା ସହ ଜୟରାମ ପାଙ୍ଗୀଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି।ଏହିପରି କିଛି ବିଦ୍ରୋହ ବଡ଼ଚଣା, ବାସୁଦେବପୁରରେ ମଧ୍ୟ ଘଟିଛି।ଖୋର୍ଦ୍ଧା, ଅନୁଗୁଳ, ତାଳଚେର ପରି ରାଜ୍ୟର ଅନ୍ୟାନ୍ୟ କିଛି ସ୍ଥାନରେ ମଧ୍ୟ ଅସନ୍ତୋଷ କୁହୁଳୁଛି।ବାକି ରହି ଯାଇଥିବା ଟିକେଟ ଗୁଡ଼ିକ ଘୋଷଣା ପରେ ଏହି ଅସନ୍ତୋଷ ବା ବିଦ୍ରୋହ ତୀବ୍ର ରୂପ ନେବାର ସମ୍ଭାବନା ରହିଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.