Home Coronavirus Outbreak କରୋନାଭାଇରସ୍ : ସରକାରଙ୍କ ଆଉ ଏକ ଘୋଷଣା : ବିଦ୍ୟୁତ୍ ବିଲରେ ମିଳିବ ଏପରି ରିହାତି...

କରୋନାଭାଇରସ୍ : ସରକାରଙ୍କ ଆଉ ଏକ ଘୋଷଣା : ବିଦ୍ୟୁତ୍ ବିଲରେ ମିଳିବ ଏପରି ରିହାତି ୨୪ ଘଣ୍ଟା ବିଦ୍ୟୁତ୍ ମିଳିବ

1795

ନୂଆ ଦିଲ୍ଲୀ ୨୮-୩ (ଓଡ଼ିଆ ପୁଅ) କରୋନାଭାଇରସ୍ ବ୍ୟାପିବାକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ ସହିତ ଅନେକ ଗରିବ କଲ୍ୟାଣ ପ୍ୟାକେଜ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଇତି ମଧ୍ୟରେ ସରକାର ଆଉ ଏକ ଘୋଷଣା କରିଛନ୍ତି। ଭାରତରେ ଲକଡାଉନ କାରଣରୁ ଅନେକ ବ୍ୟବସାୟୀକ ସଂସ୍ଥାରେ ତାଲା ବନ୍ଦ ହୋଇଛି। ବିଶେଷତଃ ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ ଗୁଡ଼ିକରେ ତାଲା ବନ୍ଦ ଯୋଗୁଁ କ୍ଷତି ସହୁଛନ୍ତି ଲୋକେ ତଥା ଉଦ୍ୟୋଗୀ ଏବଂ ଏହାର କର୍ମଚାରୀମାନେ। ଭାରତ ସରକାର ବର୍ତ୍ତମାନ ବିଦ୍ୟୁତ୍ କମ୍ପାନୀଗୁଡିକ ପାଇଁ ଏକ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି। ୨୪ ଘଣ୍ଟା ବିଦ୍ୟୁତ୍ ଯୋଗାଇବା ପାଇଁ ସରକାର ବିଜୁଳି କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ବିଲ୍ ବିଳମ୍ବ ହେଲେ କୌଣସି ଅଧିକ ଶୁଳ୍କ ଆଦାୟ କରାଯିବ ନାହିଁ ବୋଲି ସରକାର ଦେଇଥିବା ବିବୃତ୍ତିରେ କୁହାଯାଇଛି। ବିଦ୍ୟୁତ୍ ଉପଭୋକ୍ତାମାନେ ଆସନ୍ତା ତିନିମାସ ପାଇଁ ବିଦ୍ୟୁତ୍ ବିଲ୍ ଯଦି ପୈଠ କରିପାରିବେ ନାହିଁ ତେବେ ଏହି କାରଣରୁ ବିଦ୍ୟୁତ୍ କମ୍ପାନୀଗୁଡିକୁ ନଗଦ ଅଭାବ ରହିବ ତେଣୁ ଶକ୍ତି ମନ୍ତ୍ରଣାଳୟ ତରଫରୁ ରିଲିଫ୍ ଘୋଷଣା କରାଯାଇଛି।

ସରକାର ପ୍ରଥମ ତିନି ଦିନରେ ଅନେକ ବଡ ପଦକ୍ଷେପ ନେଇଛନ୍ତି। ମାଗଣା ରାସନ ପରି ଅନେକ ବଡ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଗୃହ ଋଣ, କାର ଋଣ ଏବଂ କ୍ରେଡିଟ କାର୍ଡ EMI ଭରିବାରେ ରିହାତି ଦେବାକୁ ସରକାର ପରାମର୍ଶ ଦେଇଛନ୍ତି।

ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକ ଉପରେ CERC (କେନ୍ଦ୍ରୀୟ ବିଦ୍ୟୁତ୍ ନିୟାମକ ଆୟୋଗ) ବିଳମ୍ବ ଚାର୍ଜ ସରଚାର୍ଜ ଇତ୍ୟାଦି ଲାଗୁ କରିବ ନାହିଁ। ଅତଏବ ସରଳ ଶବ୍ଦରେ କହିଲେ, ବିତରଣ କମ୍ପାନୀଗୁଡିକ ମଧ୍ୟ ଗ୍ରାହକଙ୍କଠାରୁ ବିଳମ୍ବ ଚାର୍ଜ କିମ୍ବା ଜରିମାନା ମଧ୍ୟ ଗ୍ରହଣ କରିବେ ନାହିଁ। ଅର୍ଥାତ୍ ଯଦି ଆପଣ ଏହି ତିନିମାସସମୟ ମଧ୍ୟରେ ବିଲ୍ ଭରଣ କରିପାରୁନାହାଁନ୍ତି, ତେବେ ଆପଣ ଏହାକୁ ଆଗକୁ ଭରଣ କରିପାରିବେ। ଏହା ଉପରେ କୌଣସି ଅତିରିକ୍ତ ଦେୟ ଆଦାୟ କରାଯିବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.