Home Coronavirus Outbreak କୋଭିଡ-19 ମୁକାବିଲାରେ କ୍ୟାଣ୍ଟନମେଣ୍ଟ ବୋର୍ଡଗୁଡ଼ିକର ପ୍ରୟାସ ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋଭିଡ-19 ମୁକାବିଲାରେ କ୍ୟାଣ୍ଟନମେଣ୍ଟ ବୋର୍ଡଗୁଡ଼ିକର ପ୍ରୟାସ ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

890

ନୂଆ ଦିଲ୍ଲୀ ୧୭-୪ (ଓଡ଼ିଆ ପୁଅ) କରୋନା ଭୂତାଣୁ (କୋଭିଡ-19) ସଂକ୍ରମଣକୁ ପ୍ରତିହତ କରିବା ଲାଗି ସାରା ଦେଶରେ ଥିବା 62ଟି କ୍ୟାଣ୍ଟନମେଣ୍ଟ ବୋର୍ଡ ପକ୍ଷରୁ ନିଆଯାଇଥିବା ନିରାକରଣ ପଦକ୍ଷେପ ସମ୍ପର୍କରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ସମୀକ୍ଷା କରିଛନ୍ତି। ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନରେ କ୍ୟାଣ୍ଟନମେଣ୍ଟ ବୋର୍ଡଗୁଡ଼ିକ ସର୍ବୋଚ୍ଚ ମାନକର ସ୍ବଚ୍ଛତା, ପରିମଳ ଏବଂ ବିଶୋଧନ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ପ୍ରତିରକ୍ଷା ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ପ୍ରବାସୀ ଶ୍ରମିକ ଓ ଦିନ ମଜୁରିଆଙ୍କ ଭଳି ଅସହାୟ ଲୋକମାନଙ୍କୁ ଖାଦ୍ୟ ଓ ଆଶ୍ରୟ ଯୋଗାଇ ଦେବା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସେ ଜୋର ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.