Home ଓଡ଼ିଶା ସୈନିକମାନଙ୍କ ପାଇଁ ବୁଲେଟ୍ ପ୍ରୁଫ୍ ଟ୍ରକ୍ ନାହିଁ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ୮୪୦୦ କୋଟି ଟଙ୍କାର...

ସୈନିକମାନଙ୍କ ପାଇଁ ବୁଲେଟ୍ ପ୍ରୁଫ୍ ଟ୍ରକ୍ ନାହିଁ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ୮୪୦୦ କୋଟି ଟଙ୍କାର ବିମାନ : ରାହୁଲ

366

ନୂଆ ଦିଲ୍ଲୀ ୧୦-୧୦ (ଓଡ଼ିଆ ପୁଅ) କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଟ୍ରକ୍ ଭିତରେ ବସିଥିବା କିଛି ସୈନିକ ନିଜ ନିଜ ମଧ୍ୟରେ କଥାବାର୍ତ୍ତା କରି ଅଭିଯୋଗ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କହୁଛି ଏହି ଟ୍ରକକୁ ଜଣେ ଯଦି ପଥର ମାରିବ ତେବେ କଣା ହୋଇଯିବ, ଏଥିରେ କ’ଣ ଅଛି। ଆମର ଜୀବନ ସହିତ ଖେଳାଯାଉଛି।”

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଭିଡିଓକୁ ସେୟାର କରି ଟ୍ୱିଟ୍ କରି ଲେଖିଛନ୍ତି, ‘ଆମ ସୈନିକମାନଙ୍କୁ ନନ ବୁଲେଟ୍ ପ୍ରୁଫ୍ ଟ୍ରକ୍ ରେ ଶହୀଦ ହେବା ପାଇଁ ପଠାଯାଉଛି, ସେପଟେ ପ୍ରଧାନମନ୍ତ୍ରୀଙ୍କ ପାଇଁ ୮୪୦୦ କୋଟି ବିମାନ। ଏହା କଣ ନ୍ୟାୟ।’

ଏହା ପୂର୍ବରୁ ମଧ୍ୟ ରାହୁଲ ଏହି ପ୍ରସଙ୍ଗରେ ଦୁଇଦିନ ତଳେ ଟ୍ୱିଟ କରିଥିଲେ, ସେ ଚୀନ୍ ସହ ସୀମା ବିବାଦ ପ୍ରସଙ୍ଗକୁ ରାହୁଲ କ୍ରମାଗତ ଭାବେ ଉଠାଉଛନ୍ତି। ଦୁଇ ଦିନ ପୂର୍ବେ ରାହୁଲ ଏକ ଟୁଇଟ୍‌ରେ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ନିଜ ପାଇଁ ୮୪୦୦ କୋଟି ବିମାନ କିଣିଛନ୍ତି। ଏଥିରେ, ସିଆଚୀନ୍-ଲାଦାଖ ସୀମାରେ ପୋଷ୍ଟ ହୋଇଥିବା ଆମର ସୈନିକମାନଙ୍କ ପାଇଁ କେତେ କ’ଣ କିଣାଯାଇପାରିବ। ୩୦, ୦୦, ୦୦୦ ଉଷ୍ମ ପୋଷାକ, ୬୦, ୦୦, ୦୦୦ ଜ୍ୟାକେଟ୍, ଗ୍ଲୋଭସ୍, ୬୭, ୨୦, ୦୦୦ ଜୋତା, ୧୬, ୮୦, ୦୦୦ ଅମ୍ଳଜାନ ସିଲିଣ୍ଡର କିଣାଯାଇପାରିବ। ପ୍ରଧାନମନ୍ତ୍ରୀ କେବଳ ତାଙ୍କ ଭାବମୂର୍ତ୍ତିକୁ ନେଇ ଚିନ୍ତିତ ସୈନିକଙ୍କ ପାଇଁ ନୁହେଁ।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.