Home ଅପରାଧ କ୍ଷମା ମାଗିଲେ ରାହୁଲ ଗାନ୍ଧୀ

କ୍ଷମା ମାଗିଲେ ରାହୁଲ ଗାନ୍ଧୀ

419

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ‘ଚୌକିଦାର ଚୋର’ ମନ୍ତବ୍ୟ ଦେବା ଏବଂ ଏହି ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟଙ୍କ ସାହାରା ନେଇଥିବା ଅଭିଯୋଗରେ କ୍ଷମା ମାଗିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟର ଅବମାନନା କରିଛନ୍ତି ନେଇ ବିଜେପି ସାଂସଦ ମିନାକ୍ଷୀ ଲେଖିଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆଗତ ଅପରାଧିକ ମାନହାନୀ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କରିଛନ୍ତି।ମୋଦିଙ୍କ ଉଦ୍ଦେଶ୍ୟରେ ‘ଚୌକିଦାର ଚୋର’ ମନ୍ତବ୍ୟ ଦେବା ବେଳେ ସୁପ୍ରିମକୋର୍ଟଙ୍କ ସାହାରା ନେଇ ସୁପ୍ରିମକୋର୍ଟ ବି ମାନୁଛି ଚୌକିଦାର ଚୋର ବୋଲି କହିଥିଲେ।ଏ’ ନେଇ ମିନାକ୍ଷୀ ଲେଖି ରାହୁଲଙ୍କ ବିରୋଧରେ ମାମଲା ଦାୟର କରିଥିଲେ।ରାହୁଲ ପ୍ରଥମେ ନିଜ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଥିବା ବେଳେ ସୁପ୍ରିମକୋର୍ଟ ଏଥିରେ ସନ୍ତୁଷ୍ଟ ନଥିଲେ।ତେଣୁ ରାହୁଲ ଗାନ୍ଧୀ ଆଜି ଏ’ ନେଇ କ୍ଷମା ମାଗିଛନ୍ତି।ସୁପ୍ରିମକୋର୍ଟ ରାହୁଲଙ୍କୁ କ୍ଷମା କରିଦେଇଥିବା ସହିତ ଏପରି ମନ୍ତବ୍ୟ ଦେବା ପୂର୍ବରୁ ସତର୍କ ରୁହନ୍ତୁ କହି ରାହୁଲଙ୍କୁ ଭର୍ତ୍ସନା କରି ଚେତାବନୀ ଦେଇଛନ୍ତି।ଏହା ସହ ଏ’ ନେଇ ରାହୁଲଙ୍କ ବିରୋଧରେ ଆଗତ ଅପରାଧିକ ମାନହାନୀ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.