Home ଓଡ଼ିଶା ଆରଆଇଏସଏଟି-୨ବିର ସଫଳ ଉତକ୍ଷେପଣ: କୃଷି, ଜଙ୍ଗଲ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କରିବ ସହାୟତା

ଆରଆଇଏସଏଟି-୨ବିର ସଫଳ ଉତକ୍ଷେପଣ: କୃଷି, ଜଙ୍ଗଲ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କରିବ ସହାୟତା

647

ନୂଆ ଦିଲ୍ଲୀ ୨୩-୫ (ଓଡ଼ିଆ ପୁଅ) ଭାରତର ପୋଲାର ଉପଗ୍ରହ ଉତକ୍ଷେପଣ ଯାନ (ପିଏସଏଲଭି-ସି୪୬) ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ସତୀଶ ଧାୱନ ମହାକାଶ କେନ୍ଦ୍ର (ଏସଡିଏସସି) ଏସଏଚଏଆରରୁ ସଫଳତାର ସହ ଆରଆଇଏସଏଟି-୨ବି ଉତକ୍ଷେପଣ କରିଛି। ଏହା ହେଉଛି ଶ୍ରୀହରିକୋଟାର ଏସଡିଏସସି ଏସଏଚଏଆରରୁ ୭୨ତମ ଉତକ୍ଷେପଣ ମିଶନ ଏବଂ ପ୍ରଥମ ଉତକ୍ଷେପଣ ପ୍ୟାଡରୁ ୩୬ତମ ଉତକ୍ଷେପଣ।

ପ୍ରଥମ ଉତକ୍ଷେପଣ ପ୍ୟାଡରୁ ପିଏସଏଲଭି-ସି୪୬ ସକାଳ ୫.୩୦ରେ ଉତକ୍ଷେପଣ ଆରମ୍ଭ କରି ୧୫ମିନିଟ ୨୫ ସେକେଣ୍ଡ ମଧ୍ୟରେ ୫୫୬କିମି କକ୍ଷ ପଥରେ ଆରଆଇଏସଏଟି-୨ବିକୁ ସ୍ଥାପନ କରିଥିଲା। ଉତକ୍ଷେପଣ ଯାନଠାରୁ ଅଲଗା ହେବା ପରେ ଆରଆଇଏସଏଟି-୨ବିର ସୌର ସରଣୀଗୁଡ଼ିକ ସ୍ୱୟଂଚାଳିତ ଭାବେ କାର୍ଯ୍ୟ କରିଥିଲେ ଏବଂ ବାଙ୍ଗାଲୋର ସ୍ଥିତ ଇସ୍ରୋର ଟେଲିମେଟ୍ରି ଟ୍ରାକିଙ୍ଗ ଓ କମାଣ୍ଡ ନେଟୱର୍କ (ଆଇଏସଟିଆରଏସି) ଉପଗ୍ରହକୁ ନିୟନ୍ତ୍ରଣ କରିଥିଲା। ଆଗାମୀ ଦିନରେ ଉପଗ୍ରହକୁ ଏହାର ଚୂଡାନ୍ତ କାର୍ଯ୍ୟକାରୀ ଆକାରର ସ୍ଥିତିକୁ ଅଣାଯିବ।

ଆରଆଇଏସଏଟି-୨ବି ହେଉଛି ଏକ ରାଡାର ଇମେଜିଂ ବିଶ୍ୱ ପର୍ଯ୍ୟବେକ୍ଷଣ ଉପଗ୍ରହ ଏବଂ ଏହାର ଓଜନ ହେଉଛି ୬୧୫ କେଜି। ଏହି ଉପଗ୍ରହ କୃଷି, ଜଙ୍ଗଲ ଏବଂ ବିପର୍ଯର୍୍ୟୟ ପରିଚାଳନା କ୍ଷେତ୍ରରେ ସହାୟତା କରିବ।

ଏହି ମିଶନରେ ସାମିଲ ଥିବା ଉତକ୍ଷେପଣ ଯାନ ଏବଂ ଉପଗ୍ରହ ଦଳର ସଦସ୍ୟମାନଙ୍କୁ ଇସ୍ରୋ ଅଧ୍ୟକ୍ଷ ଡଃ କେ ସିଭାନ ଅଭିନନ୍ଦନ ଜଣାଇଛନ୍ତି। ଏହି ଉତକ୍ଷେପଣ ସହିତ ପିଏସଏଲଭି ମହାକାଶକୁ ଜାତୀୟ, ଅନ୍ତର୍ଜାତୀୟ ଏବଂ ଛାତ୍ରମାନଙ୍କ ଦ୍ୱାରା ନିର୍ମିତ ମୋଟ ୫୦ ଟନ ଓଜନର ୩୫୪ଟି ଉପଗ୍ରହକୁ ମହାକାଶକୁ ପ୍ରେରଣ କରିଛି। ଆରଆଇଏସଏଟି-୨ବି ହେଉଛି ଏକ ଅତ୍ୟାଧୁନିକ ବିଶ୍ୱ ପର୍ଯ୍ୟବେକ୍ଷକ ଉପଗ୍ରହ ଯେଉଁଥିରେ କି ଏକ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ୩.୬ମି ରାଡିଆଲ ରିବ ଆଂଟେନା ସଂଯୁକ୍ତ ରହିଛି। ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ ଥିବା ଦର୍ଶକମାନଙ୍କ ଗ୍ୟାଲେରୀରୁ ମୋଟ ୫, ୦୦୦ ଦର୍ଶକ ଏହି ଉପଗ୍ରହର ଉତକ୍ଷେପଣ ଦୃଶ୍ୟକୁ ସିଧାସଳଖ ଦେଖିଥିଲେ।

୨୦୧୯ ଜୁଲାଇ ୯ରୁ ୧୬ ମଧ୍ୟରେ ଇସ୍ରୋ ଜିଏସଏଲଭି ଏମକେ୩ ମାଧ୍ୟମରେ ଚନ୍ଦ୍ରାୟଣ-୨ ଉତକ୍ଷେପଣ କରିବା ନେଇ ଯୋଜନା କରୁଛି ଏବଂ ୨୦୧୯ ସେପ୍ଟେମ୍ବର ୬ ସୁଦ୍ଧା ଏହା ଚନ୍ଦ୍ରରେ ପଂହଚିବାର ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.