Home ଅପରାଧ ଭୋଟ ଗଣତି ପୂର୍ବରୁ ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳି ମାଡ଼

ଭୋଟ ଗଣତି ପୂର୍ବରୁ ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳି ମାଡ଼

4871

ବ୍ରହ୍ମପୁର ୨୨-୫ (ଓଡ଼ିଆ ପୁଅ) ଭୋଟ୍ ଗଣତି ପୂର୍ବରୁ ହିଂସାକାଣ୍ଡ। ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ କୁମାର ଜେନାଙ୍କୁ ଗୁଳି ଓ ଛୁରା ମାଡ଼ ହୋଇଥିବା ଖବର ମିଳିଛି। ଗୁରୁତର ମନୋଜଙ୍କୁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ବ୍ରହ୍ମପୁର ଲାଞ୍ଜିପଲ୍ଲୀ ନିକଟରେ ଗୁଳିମାଡ଼ ହୋଇଥିବାର ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ କିଛି ଦୂର୍ବୃତ୍ତ ବାଇକ୍‌ ଯୋଗେ ଆସି ମନୋଜଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ସୂଚନାଯୋଗ୍ୟଯେ, ମନୋଜ ଜେନା ଭୁବନେଶ୍ୱରରୁ ଫେରୁଥିଲେ। ବ୍ରହ୍ମପୁର ବାଇପାସ୍ ନିକଟରେ ପରିଶ୍ରା କରିବା ପାଇଁ ଗାଡ଼ିରୁ ଓହ୍ଲାଇଥିଲେ। ସେହି ସମୟରେ ତାଙ୍କୁ ଦୁଇଟି ବାଇକ୍ ରେ ଦୁବୃତ୍ତମାନେ ଆସି ଗୁଳିଚାଳନା କରିଥିଲେ। ବର୍ତ୍ତମାନ ତାଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ଅଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.