Home ଓଡ଼ିଶା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିବଙ୍ଗତ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିବଙ୍ଗତ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

270

ନୂଆ ଦିଲ୍ଲୀ ୨୭-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିବଙ୍ଗତ ନେତା ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ବାସଭବନରେ ପହଁଚିଛନ୍ତି। ପୂର୍ବରୁ ସେଠାରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଉପସ୍ଥିତ ଥିଲେ। ସୂଚନାଯୋଗ୍ୟଯେ, ଦିବଙ୍ଗତ ନେତା ଅରୁଣ ଜେଟଲୀଙ୍କର ନିଧନ ହେବା ସମୟରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଥିଲେ। ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ ସମାପ୍ତ କରି ସ୍ୱଦେଶକୁ ମଙ୍ଗଳବାରଦିନ ପ୍ରାତଃ ୩.୩୫ ମିନିଟ୍ ରେ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଦିବଙ୍ଗତ ପୂର୍ବତନ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଘରେ ପହଁଚିଥିଲେ ଏବଂ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସମୟରେ ପ୍ରଧାନମନ୍ତ୍ରୀ ଭାବୁକ ନଜର ଆସୁଥିଲେ।

ଏଠାରେ ପୁନଶ୍ଚ ସୂଚନାଯୋଗ୍ୟଯେ, ଅରୁଣ ଜେଟଲୀ ଅସୁସ୍ଥ ହେବା ପରେ ଗତ ୯ ତାରିଖରେ ଏମ୍ସରେ ଭର୍ତ୍ତି ହୋଇଥିଲେ। ଅରୁଣ ଜେଟଲୀଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପର୍ଣ୍ଣଥିଲା। ଗତ ୨୩ ତାରିଖରେ ତାଙ୍କର ନିଧନ ହୋଇଥିଲା। ଚିକିତ୍ସା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମ୍ସ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ ଏବଂ ପତ୍ୟେହ ଦୁଇଥର ଅରୁଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଟାରି ବୁଝୁଥିଲେ। ଏପରିକି ଅରୁଣଙ୍କ ନିଧନ ପରେ ବିଦେଶରେ ଥାଇ ମଧ୍ୟ ଅରୁଣଙ୍କ ଅନ୍ତିମ ସଂସ୍କାରର ଅପଡେଟ୍ ନେଉଥିଲେ ପ୍ରଧାନମନ୍ତ୍ରୀ ମୋଦୀ।

୨୦୧୪ରୁ ୨୦୧୯ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ ସହ ପ୍ରତିରକ୍ଷା ବିଭାଗର ଦାୟିତ୍ୱ ମଧ୍ୟ କିଛି ଦିନ ତୁଲାଇଥିଲେ ଜେଟଲୀ। ମୋଦିଙ୍କ ପ୍ରଥମ ପାଳିରେ ବିମୁଦ୍ରୀକରଣ ଭଳି ବଡ ପଦକ୍ଷେପକୁ ସୂଚାର ରୂପେ ସଫଳ କରିଥିଲେ ଜେଟଲୀ। ତେବେ ନିଜ ଅସୁସ୍ଥତା ପାଇଁ ସେ ୨୦୧୯ରେ କ୍ୟାବିନେଟ ଦାୟିତ୍ୱ ନେବେନି ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.