Odiapua.com

ରୁଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୪/୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ଗସ୍ତରେ ଯିବେ।ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଚୂଡ଼ାନ୍ତ ରୂପରେଖ ଦେବା ପାଇଁ ଆଜି ରୁଷରେ ପହଞ୍ଚିଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ଇଷ୍ଟର୍ଣ୍ଣ ଇକୋନମିକ ଫୋରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ।ଏହା ସହ ଦୁଇ ଦେଶ ମଧ୍ୟରେ ୨୦ତମ ବାର୍ଷିକ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ହେବ।ଦ୍ୱିପାକ୍ଷିକ ହିତ ସମେତ କ୍ଷେତ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ ଉପରେ ଦୁଇ ଦେଶର ମୁଖିଆ ପୁତିନ ଏବଂ ମୋଦୀଙ୍କ ଭିତରେ ଆଲୋଚନା ହେବ।କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ପରେ ରୁଷ ଭାରତକୁ ପୂର୍ଣ୍ଣ ସମର୍ଥନ ଦେଇଆସିଛି।ସଂପ୍ରତିକ ପରିସ୍ଥିତରେ ମୋଦୀଙ୍କ ଏହି ଗସ୍ତ ଖୁବ୍ ଗୁରୁତ୍ୱବହନ କରୁଛି।//ଦେବଦତ୍ତ ରଥ

ମୋଦୀଙ୍କୁ ସର୍ବୋଚ୍ଚ ନାଗରୀକ; ଇମ୍ରାନଙ୍କୁ ଶ୍ରେଷ୍ଠ ଡ୍ରାଇଭର ସମ୍ମାନ!

କୁକୁର ବିକିବ କାଙ୍ଗାଳ ପାକିସ୍ଥାନ: ଚାଇନାକୁ କରିବ ବୁଲା କୁକୁର ରପ୍ତାନୀ!