ନୂଆଦିଲ୍ଲୀ ୧-୨ (ଓଡ଼ିଆ ପୁଅ) ନିର୍ଭୟା ଗ୍ୟାଙ୍ଗରେପ କେସର ଆଉ ଜଣେ ଦୋଷୀ ଅକ୍ଷୟ ଠାକୁର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖରେ ରାଜକ୍ଷମା ପାଇଁ ଆବେଦନ କରିଛି। ଏହା ପୂର୍ବରୁ ଶନିବାରଦିନ ଅର୍ଥାତ୍ ଆଜି ରାଷ୍ଟ୍ରପତି ଦୋଷୀ ବିନୟ ଶର୍ମାର ରାଜକ୍ଷମାକୁ ଖାରଜ କରିଦେଇଛନ୍ତି।
ଶୁକ୍ରବାରଦିନ ଦିଲ୍ଲୀର କୋର୍ଟ ସମସ୍ତ ଦୋଷୀଙ୍କର ପାଶୀ ଦଣ୍ଡ ପାଇଁ ଜାରୀ କରାଯାଇଥିବା ଡେଥ ୱାରେଣ୍ଟ ଉପରେ ବର୍ତ୍ତମାନ ରୋକ ଲଗାଇଛନ୍ତି। କୋର୍ଟ ଏହି ଫାଶୀ ଦଣ୍ଡ ଉପରେ କୌଣସି ତାରିଖ ନିର୍ଦ୍ଧାରିତ କରିନାହାଁନ୍ତି।