Home ଓଡ଼ିଶା ଅମିତ ଶାହାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ – ବିଜେପିକୁ ମଜବୁତ କରିବାରେ ଶାହାଙ୍କ...

ଅମିତ ଶାହାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ – ବିଜେପିକୁ ମଜବୁତ କରିବାରେ ଶାହାଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

33

ନୂଆ ଦିଲ୍ଲୀ ୨୨-୧୦ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ତାଙ୍କୁ ସୁସ୍ଥ ଏବଂ ଦୀର୍ଘାୟୁ ଜୀବନ କାମନା କରିବା ସହ ସେ କହିଛନ୍ତି ଯେ, ଦେଶର ବିକାଶ ପାଇଁ ଆପଣଙ୍କର କର୍ମଠତା ସହିତ ଆଣଙ୍କର ଯୋଗଦାନ ଦେଇଛନ୍ତି ତା’ର ସମସ୍ତେ ସାକ୍ଷୀ ଅଛନ୍ତି।

ଶାହା ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୨୦୧୪ ରୁ ୨୦୨୦ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ସଭାପତି ଥିଲେ। ତାଙ୍କ ନେତୃତ୍ୱରେ ଦଳ ୨୦୧୯ ସାଧାରଣ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ବିପୁଳ ଭାବେ ବିଜୟଲାଭ କରିଛି। ସେ ନିଜେ ମଧ୍ୟ ଗୁଜୁରାଟର ଗାନ୍ଧିନଗରରୁ ୨୦୧୯ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ଲୋକସଭାରେ ପହଞ୍ଚିଛନ୍ତି।

ମୋଦୀ ଶାହାଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, “ଅମିତ ଶାହାଙ୍କୁ ଜନ୍ମଦିନର ଶୁଭେଚ୍ଛା। ସେ ଦେଶର ବିକାଶ ପାଇଁ ତାଙ୍କର ଯୋଗଦାନ, କ୍ରମଠତା ଏବଂ ଉତ୍କର୍ଷର ସମସ୍ତେ ସାକ୍ଷୀ ଅଛନ୍ତି। ବିଜେପିକୁ ମଜବୁତ କରିବାରେ ମଧ୍ୟ ତାଙ୍କର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶର ସେବାରେ ନିୟୋଜିତ ରହିବାପାଇଁ ମୁଁ, ତାଙ୍କର ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ କାମନା କରୁଛି।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.