Home ଓଡ଼ିଶା DRDO- ବିକଶିତ ନାଗ କ୍ଷେପଣାସ୍ତ୍ରର ଅନ୍ତିମ ପରୀକ୍ଷଣ ସଫଳ – ସେନାରେ ପ୍ରବେଶ ପାଇଁ ପ୍ରସ୍ତୁତ

DRDO- ବିକଶିତ ନାଗ କ୍ଷେପଣାସ୍ତ୍ରର ଅନ୍ତିମ ପରୀକ୍ଷଣ ସଫଳ – ସେନାରେ ପ୍ରବେଶ ପାଇଁ ପ୍ରସ୍ତୁତ

82

ନୂଆଦିଲ୍ଲୀ ୨୨ ଅକ୍ଟୋବର (ଓଡିଆ ପୁଅ) ଭାରତ, ଗୁରୁବାର ଦିନ DRDO ର ଯୁଦ୍ଧ ପରୀକ୍ଷଣ ସହିତ ନାଗ ଆଣ୍ଟି ଟ୍ୟାଙ୍କ ଗାଇଡ୍ କ୍ଷେପଣାସ୍ତ୍ରର ଅନ୍ତିମ ପରୀକ୍ଷଣ ସଫଳତାର ସହ କରିଛି।

ରାଜସ୍ଥାନର ପୋଖରାନ୍ ଫିଲ୍ଡ ଫାୟାରିଂ ରେଞ୍ଜରେ ସକାଳ ୬ ଟା ୪୫ ମିନିଟରେ ଏହି ପରୀକ୍ଷଣ କରାଯାଇଥିଲା। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନର ଅଧିକାରୀମାନେ କହିଛନ୍ତି, “ଭାରତ, ଆଜି DRDO- ବିକଶିତ ନାଗ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ କ୍ଷେପଣାସ୍ତ୍ରର ଚୂଡ଼ାନ୍ତ ପରୀକ୍ଷଣକୁ ସଫଳତାର ସହ କରିଛି। ଏହି ପରୀକ୍ଷଣ ସକାଳ ୬. ୪୫ ରେ ରାଜସ୍ଥାନର ପୋଖରାନ୍ ଫିଲ୍ଡ ଫାୟାରିଂ ରେଞ୍ଜରେ କରାଯାଇଥିଲା।”

ଏହି ମିସାଇଲ ସିଷ୍ଟମ ବର୍ତ୍ତମାନ ଭାରତୀୟ ସେନାରେ ପ୍ରବେଶ ପାଇଁ ପ୍ରସ୍ତୁତ ଅଛି ଯାହା ଶତ୍ରୁ ପକ୍ଷର ଟାଙ୍କ ଏବଂ ଅନ୍ୟାନ୍ୟ ସଶସ୍ତ୍ର ଯାନକୁ ନଷ୍ଟ କରିବାରେ ସକ୍ଷମ ହେବ।

ନାଗ ମିସାଇଲ୍ କ୍ୟାରିଅର୍ (NAMICA) ରୁ ବାହାର କରାଯାଇଥିବା ନାଗ ମିସାଇଲ୍ ସିଷ୍ଟମ୍ ୪ ରୁ ୭ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ।

NAG କ୍ଷେପଣାସ୍ତ୍ର ହେଉଛି ଏକ ତୃତୀୟ ପିଢ଼ିର ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ କ୍ଷେପଣାସ୍ତ୍ର, ଯାହାକି ଉଭୟ ଦିନ ଏବଂ ରାତିରେ ଶତ୍ରୁ ଟ୍ୟାଙ୍କକୁ ପ୍ରଭାବଶାଳୀ ଭାବରେ କ୍ଷତି ପହଁଚାଇବାର କ୍ଷମତା ରଖୁଛି।

ସେନା ବର୍ତ୍ତମାନ ଦ୍ୱିତୀୟ ପିଢ଼ିର ମିଲନ୍ ୨ ଟି ଏବଂ କନକର୍ ଏଟିଜିଏମ୍ ବ୍ୟବହାର କରୁଛି ଏବଂ ପ୍ରାୟ ତୃତୀୟ ପିଢ଼ିର କ୍ଷେପଣାସ୍ତ୍ର ଯାହା ଶତ୍ରୁ ଟ୍ୟାଙ୍କ ଅଗ୍ରଗତିକୁ ରୋଧ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।

୨୦୧୮ ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ସେନା ପାଇଁ ୩୦୦ ନାଗ କ୍ଷେପଣାସ୍ତ୍ର ଏବଂ ୨୫ NAMICA ଅଧିଗ୍ରହଣକୁ ସ୍ପଷ୍ଟ କରିଥିଲା।

ଭାରତକୁ ‘ଆତ୍ମନିର୍ଭର’ କରିବା ପାଇଁ ଆହ୍ୱାନ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ କ୍ୟାବିନେଟ ସହକର୍ମୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତର ପ୍ରତିରକ୍ଷା ଦକ୍ଷତାକୁ ମଜବୁତ କରିବା ଦିଗରେ DRDO ର ଉଦ୍ୟମକୁ ପ୍ରଶଂସା କରିଛନ୍ତି।

DRDO ଦ୍ୱାରା ସ୍ୱଦେଶୀ ଭାବରେ ବିକଶିତ ହୋଇଥିବା ନାଗ ଏଟିଜିଏମ୍ ଉଭୟ ସ୍ଥଳ ଏବଂ ଆକାଶ ମାର୍ଗରୁ କ୍ଷେପଣ କରାଯାଇପାରିବ।

୪ ରୁ ୭ କିଲୋମିଟର ଦୂରକୁ ଲକ୍ଷ ଭେଦ କରିପାରିବାର କ୍ଷମତା ରଖିଥିବା ଏହି କ୍ଷେପଣାସ୍ତ୍ରଟି ସ୍ୱଦେଶରେ ବିକଶିତ ଇନଫ୍ରାଡ୍ ଏବଂ ଆଭିଏନିକ୍ସ ସଂଯୁକ୍ତ, ଯାହାକି କେବଳ ବିଶ୍ୱର କେତୋଟି ଏହିପରି ବିକଶିତ କରିପାରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.