Home ଓଡ଼ିଶା ୩ ଅକ୍ଟୋବରରେ ବିଶ୍ୱର ଦୀର୍ଘତମ ଅଟଳ ଟନେଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

୩ ଅକ୍ଟୋବରରେ ବିଶ୍ୱର ଦୀର୍ଘତମ ଅଟଳ ଟନେଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

143

ନୂଆ ଦିଲ୍ଲୀ ୧-୧୦ (ଓଡ଼ିଆ ପୁଅ) ହିମାଚଳ ପ୍ରଦେଶର ରୋହତାଙ୍ଗରେ ବିଶ୍ୱର ଦୀର୍ଘତମ ଟର୍ନେଲ୍ ନିର୍ମିତ ହୋଇଛି। ଏହାକୁ ନିର୍ମାଣ କରିବା ପାଇଁ ୧୦ ବର୍ଷ ଲାଗିଛି। ଅକ୍ଟୋବର ୩ ସକାଳ ୧୦ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟନେଲର ଉଦଘାଟନ କରିବେ। ଏହି ଟନେଲ ଯୋଗୁଁ ବର୍ତ୍ତମାନ ମନାଲି ଏବଂ ଲେହର ଦୂରତା ପ୍ରାୟ ୪୬ କିଲୋମିଟର ହ୍ରାସ ପାଇବ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଟନେଲର ନାମ ରଖାଯାଇଛି। ଏହାର ନାମ ଅଟଳ ରୋହଟାଙ୍ଗ ଟନେଲ ବୋଲି ରଖାଯାଇଛି।

– ଏହି ଟନେଲର ଲମ୍ବ ୯.୨ କିଲୋମିଟର
– ଲାଦାଖକୁ ଏହା ସାରା ବିଶ୍ୱ ସହିତ ସଂଯୁକ୍ତ ରଖିବ।
– ୧୦ ହଜାର ୧୭୧ ଫୁଟ ଉଚ୍ଚତାରେ ଅବସ୍ଥିତ ଏହି ଟନେଲକୁ ଦୁନିଆର ସବୁଠାରୁ ଉଚ୍ଚ ଟନେଲ କୁହାଯାଉଛି।
– କୁହାଯାଉଛି ଯେ, ଏହି ଟନେଲ ନିର୍ମାଣ ହେବା କାରଣରୁ ଲାଦାଖରେ ନିୟୋଜିତ ସୈନ୍ୟମାନେ ଅଧିକ ଲାଭ ପାଇବେ।
– ଏହାଫଳରେ ଶୀତ ଦିନରେ ମଧ୍ୟ ଅସ୍ତ୍ରଶସ୍ତ୍ର ଏବଂ ସାମଗ୍ରୀ ଯୋଗାଣ ସହଜରେ ହୋଇପାରିବ।
– ଏହି ଟନେଲ ଭିତରେ ଯାନ ଘଣ୍ଟା ପ୍ରତି ସର୍ବାଧିକ ୮୦ କିଲୋମିଟର ବେଗରେ ଚାଲିପାରିବ।
– ଏହାର ନିର୍ମାଣ ୨୮ ଜୁନ୍ ୨୦୧୦ ରେ ଆରମ୍ଭ ହୋଇଥିଲା।
– ଏହି ଟନେଲ ଏପରି ଭାବରେ ତିଆରି କରାଯାଇଛି ଯେ ୧୫୦୦ ଟ୍ରକ୍ ଏବଂ ୩ ହଜାର କାର ଏକ ସଂଙ୍ଗରେ ଏହା ଭିତରେ ଚାଲିପାରିବେ।
– ଏହାକୁ ନିର୍ମାଣ କରିବା ପାଇଁ ପ୍ରାୟ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.